Welcome to shalandi webzine

ମୃତ୍ୟୁ ଶଯ୍ୟାରୁ ଏକ ଟି.ବି. ରୋଗୀର ଆତ୍ମଲିପି

ମନମୋହନ ପ୍ରଧାନ

ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ରାମାନନ୍ଦ ସାଗର ରାମାୟଣ ଧାରାବାହିକ ନିର୍ମାଣ କରି ଘରେ ଘରେ ପରିଚିତ। ତାଙ୍କ ଜୀବନର ସଙ୍ଘର୍ଷମୟ କାହାଣୀକୁ ନେଇ ପୁତ୍ର ପ୍ରେମସାଗର ଲେଖିଛନ୍ତି ଜୀବନୀ ଗ୍ରନ୍ଥ An Epic Life-Ramananda Sagar – from Barasat to Ramayan । ପୁସ୍ତକଟିକୁ ଓଡିଆରେ ଅନୁବାଦ କରିଛନ୍ତି ମନମୋହନ ପ୍ରଧାନ । ସେହି ପୁସ୍ତକର ଏକ ରୋଚକ ଅଧ୍ୟାୟ ନିମ୍ନରେ ।

ଲାହୋରରେ ରହଣି ପାପାଜୀଙ୍କ ଜୀବନର ସଂର୍ଘଷମୟ ସମୟ । ପାପାଜୀ ଅଭିନେତ୍ରୀ ଉଷା ଅଭିନୀତ "ରେଡର୍ସରେ ଲ୍ରୋଡ` (୧୯୩୬) ଚଳଚିତ୍ରରେ କ୍ଲାପର ବୟ ଭାବେ ଜୀବିକା ନିର୍ବାହ କରୁଥିଲେ। ତଦ୍ପଶ୍ଚାତ୍ କମଳା ମୁଭି ବ୍ୟାନରରେ ରୋହନଲ୍ସୋରୀଙ୍କ ନିର୍ଦ୍ଦେଶନାରେ ଅଭିନେତ୍ରୀ ନୀଲମଙ୍କ ବିପକ୍ଷରେ ମୁଖ୍ୟ ନାୟକ ହିସାବରେ ଅଭିନୟ କଲେ। ପରବର୍ତ୍ତୀ ସମୟରେ ପାଂଚୋଲି ଷ୍ଟୁଡିଓ ବ୍ୟାନରରେ `କ୍ରୀଷ୍ଣା` ସିନେମାରେ ଅଭିମନ୍ୟୁ ଚରିତ୍ରରେ ଅଭିନୟ କରିଥିଲେ। ଏହାର ନାୟିକା ମଧ୍ଯ ଥିଲେ ନୀଲମ୍। ଚଳଚିତ୍ର ଦୁଇଟି ବକ୍ସ ଅଫିସରେ ବିଫଳ ହୋଇଥିଲା । ନାୟିକା ନୀଲମ୍ ଟି.ବି. ରୋଗରେ ଆକ୍ରାନ୍ତ ଥିଲେ, ସଂଭବତଃ ତାଙ୍କରି ସଂସ୍ପର୍ଶରେ ଆସିଥିବା ହେତୁ ପାପାଜୀ ଟି.ବି. ରୋଗର ଶିକାର ହୋଇଥିବାର ଅନୁମାନ କରାଯାଏ ।
ପରବର୍ତ୍ତୀ ଦୁଇବର୍ଷ (୧୯୪୦-୪୧) ପାପାଜୀଙ୍କ ଜୀବନ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା । ସେ ବିଭିନ୍ନ କାମ ଯେମିତି କି ସୁନାରୀ ସହାୟକ, ଦପ୍ତରରେ ଚପରାସୀ, ସାବୁନ୍ ବିକ୍ରେତା, ଟ୍ରକ୍ କ୍ଲିନର୍ ଭାବରେ ନିଜ ପରିବାରର ଭରଣପୋଷଣ ନିମନ୍ତେ ରୋଜଗାରର ପନ୍ଥା ବାଛି ନେଇଥିଲେ । ସେ ଦିନରେ କାମ କରିବା ସହିତ ରାତିରେ ପଂଜାବ ବିଶ୍ବବିଦ୍ୟାଳୟରେ (ଲାହୋର) ପାଠପଢା ଜାରି ରଖôଥିଲେ । ସେଠାରୁ ସେ ସ୍ବର୍ଣ୍ଣପଦକ ଏବଂ ମୁନିସ୍ଫଜଲ୍ (ଡିଗ୍ରୀ) ହାସଲ କରିଥିଲେ। ପାପାଜୀଙ୍କ ଜୀବନ ଯନ୍ତ୍ରଣାଭରା ଓ ସଂଘର୍ଷପୂର୍ଣ୍ଣ ଥିଲା। ଏହା ସତ୍ତ୍ୱେ ପାପାଜୀ ନିରାଶାର ଘନ ଅଂଧକାର ଭିତରେ ସଫଳତାର ଆଲୁଅ ଦେଖôବା ସକାଶେ ନିରବଚ୍ଛିନ୍ନ ଭାବେ ଉଦ୍ୟମ ଜାରି ରଖôଥିଲେ ।
ଜୀବନର ଏହି ବେଳାରେ ଟି.ବି ପାପାଜୀଙ୍କ ଶରୀରକୁ ଦୁର୍ବଳ ଓ ଅବସନ୍ନ କରିଦେଉଥାଏ । ଦିନେ କାଶରେ କଫ ସହିତ ରକ୍ତ ପଡିଲା । ଏକ୍ସରେ ରିପୋର୍ଟ ଅନୁଧ୍ଯାନ କରି ପରିବାର ଡାକ୍ତର ପାପାଜୀଙ୍କୁ ଟି.ବି ହୋଇଥିବାର ସୂଚନା ଦେଲେ । ମୋ ଜେଜେବାପା ଲାଲା ଦୀନାନାଥ ଚୋପ୍ରା ଯାହାଙ୍କୁ ଆମେ ପାୟାଜୀ ସଂବୋଧନ କରୁ ସେ ବାପାଙ୍କୁ କାଶ୍ମୀରର ଏକ କ୍ଲିନିକ୍କୁ ନେଇଯିବାକୁ ବାଧ୍ଯ କଲେ । ମୋର ପୂର୍ବପୁରୁଷ ପ୍ରତିପତ୍ତି ସଂପନ୍ନ ଜମିଦାର ଥିଲେ । ପାପାଜୀଙ୍କ ପ୍ରପିତାମହ ଲାଲାଶଙ୍କର ଦାଶଙ୍କର ପାଂଚଶ ଏକର ପରିମିତ ଭୂସଂପତ୍ତି ଉତ୍ତରାଧିକାରୀ ସୂତ୍ରରେ ପ୍ରାପ୍ତ କରିଥିଲେ । ସେ ମହାରାଜ ଗୁଲାବସିଂ (୧୮୪୬-୫୭) ଓ ତାଙ୍କ ପୌତ୍ର ମହାରାଜା ପ୍ରତାପ ସିଂ (୧୮୮୫-୧୯୨୫)ଙ୍କ ପର୍ଯ୍ୟନ୍ତ ନଗର ସେଠ୍ (ଶ୍ରୀନଗରର ଜଣେ ପ୍ରଭୂତ ସଂପନ୍ନ ବ୍ୟକ୍ତି) ରୂପେ ପରିଗଣିତ ହେଉଥିଲେ । ପାପାଜୀଙ୍କ ସମୟ ବେଳକୁ ସେଥିରୁ ଅନେକ ସଂପତ୍ତି ବିକ୍ରି ହୋଇସାରିଥିଲା। ଯେତେବେଳେ ପାପାଜୀ ଜୀବନର ଶେଷନିଶ୍ବାସକୁ ଅପେକ୍ଷା କରିଥିଲେ ସେ ସମୟରେ କ୍ଲିନିକ୍ ରହଣୀର ଅନୁଭୁତିକୁ ଲେଖôବା ଆରମ୍ଭ କଲେ। ପାର୍ଥିବ ଜୀବନକୁ ଅନୁଧ୍ଯାନ କରି ଏହି ସତ୍ୟକୁ ହୃଦୟଙ୍ଗମ କଲେ ଯେ ମୃତ୍ୟୁ ହó ସଂସାରର ନିଷ୍ଠୁର ତଥା ଚିରନ୍ତନ ସତ୍ୟ। କେହି ମୃତ୍ୟୁକୁ ପରାହତ କରିବାକୁ ସଂଗ୍ରାମ କରୁଥାଏ ତ କିଏ ତା ସହିତ କରିନିଏ ସାଲିସ୍। କିନ୍ତୁ ଶୀଘ୍ର ହେଉ ବା ବିଳମ୍ବରେ ହେଉ ଚେତନାର ଏହି ଅନ୍ତିମ ପର୍ଯ୍ୟାୟ ସହ ସାକ୍ଷାତ ହେବା ନିଶ୍ଚିତ ଓ ନିଃଶେଷ ହେବା ଧ୍ରୁବସତ୍ୟ। ଏକଦା ପାପାଜୀ କ୍ଲିନିକ୍ର ଝରକା ପାଖରେ ଛିଡ଼ା ହୋଇ ବ୍ୟାଧି ରହିତ ସୁସ୍ଥ, ପ୍ରେମ ଓ ଅନୁରାଗରେ ଭିଜା ପ୍ରେମୀଯୁଗଳଙ୍କୁ କ୍ଲିନିକ୍ ରୁ ବାହାରୁଥିବାର ଦେଖôଲେ। ସତେ ଯେମିତି ଦୁହóଙ୍କ ପ୍ରେମ ଆଗରେ କେବଳ ଦୂରାରୋଗ୍ୟ ବ୍ୟାଧି ଟି.ବି. ନୁହେଁ, ମୃତ୍ୟୁ ବି ପରାସ୍ତ ହୋଇଥିଲା। ସେ ଦୁହóଙ୍କୁ ଦେଖôଲା ପରେ ପାପାଜୀଙ୍କ ଅନ୍ତଃକରଣରେ ଅନୁଭବ ହେଲା, ଯେପରି ଘନବାଦଲ ଆଚ୍ଛାଦିତ ଅଂଧକାରକୁ ଚିରି କ୍ଷୀଣ ସୌଦାମିନୀର ଝଲକ, ହତାଶା ଓ ନିରାଶା ଭରା ଜୀବନରେ ଉଦ୍ଭାସିତ ହୋଇଆସୁଛି, ଯେମିତି ଆଶାର ଏକ କ୍ଷୁଦ୍ର ଦ୍ୟୁତି। ପାପାଜୀଙ୍କ ଆଖôକୋଣରୁ ଝରିପଡିଲା କେଇବୁନ୍ଦା ଅଶ୍ରୁ। ଶୁଣାଗଲା ଏକ ଅନ୍ତଃସ୍ବରଟିଏ ପ୍ରତିଜ୍ଞା ରୂପରେ "ମୁଁ ବଂଚିବି, ମୁଁ ନିଶ୍ଚୟ ବିଜୟୀ ହେବି` ସେ ସେଇ
 
 
ସମୟରେ ହୁଏତ ଜାଣିପାରିନଥିଲେ କଣ ତାଙ୍କରି ଭାଗ୍ୟ ଓ ଭବିତବ୍ୟ! ବିଧାତା ତାଙ୍କୁ ଏଥିପାଇଁ ବଂଚାଇ ରଖôଛି? ତାଙ୍କରି ମାଧ୍ଯମରେ ବିଶ୍ବନିୟନ୍ତା ଏକ ମହାନ୍ କାର୍ଯ୍ୟ ସଂପାଦିତ କରାଇବାକୁ ଯାଉଛନ୍ତି। ଯଦିଓ ଏ ବିଷୟରେ ସେ ଥିଲେ ସଂପୂର୍ଣ୍ଣ ଅଜ୍ଞ। ଯୌବନର ଆଦ୍ୟଚରଣରେ ମୃତ୍ୟୁ ର ପଦଧ୍ବନି ପାପାଜୀଙ୍କୁ ଏକ ମହାନ୍ ଶିକ୍ଷାପ୍ରଦାନ କରିଥିଲା। ସେଇ ଦୁଇ ପ୍ରେମୀଯୁଗଳଙ୍କ ନିକଟରେ ପ୍ରେମର ଅସୀମ ଶକ୍ତିକୁ ସେ ଅନୁଭବ କରିପାରିଥିଲେ। ତାଙ୍କ ପ୍ରେମ ଆଗରେ ଏ ମୃତ୍ୟୁ ଲାଗୁଥିଲା କେତେ କ୍ଷୁଦ୍ର ଓ ମୂଲ୍ୟହୀନ। ପାପାଜୀ ଅନ୍ତଃକରଣରେ ଅନୁଭବ କଲେ ଏକ ଐଶ୍ବରୀୟ ଉର୍ଜାର ଧାରା। ପ୍ରକୃତିର ନୈସର୍ଗିକ ସୁଷମାରେ ଆତ୍ମହରା ପୁର୍ବକ ଅନ୍ବେଷଣ କରିବାକୁ ଲାଗିଲେ ଜୀବନ ଜିଇଁବାର ପ୍ରକୃତ ଅର୍ଥ।
କ୍ଲିନିକ୍ରେ ରହଣି ସମୟରେ ପାପାଜୀଙ୍କ ପାଖକୁ ପରିବାରରୁ ଏକ ଚିଠି ଆସିଲା।
ଚିଠିରେ ଉଲ୍ଲେଖ ଥିଲା ଯେ ୩ ସେପ୍ଝେମ୍ବର ୧୯୪୧ରେ ତାଙ୍କର ତୃତୀୟ ପୁତ୍ର ଆନନ୍ଦ ଜନ୍ମ ହୋଇଛି । ଚିଠିରେ ଲେଖାଥିଲା "ବୁଧବାର ଦିନ ତୁମ ଘରେ ଏକ ବୁଦ୍ଧୁ ଜନ୍ମ ନେଇଛି "ବୁଦ୍ଧୁ`ର ଆକ୍ଷରିକ ଅର୍ଥ ବୋକା। କିନ୍ତୁ ନବଜାତକଟି ବୁଧବାର ଦିନ ଜନ୍ମ ହୋଇଥିବାରୁ ବାରର ନାମ ହିସାବରେ ଏପରି ନାମକରଣ କରାଯାଇଥିଲା। ଯଦିଓ ସେତେବେଳେ ସାରା ବିଶ୍ବ ଦ୍ବିତୀୟ ବିଶ୍ବଯୁଦ୍ଧ (୧୯୩୯-୪୫)ର ବିଭୀଷିକାରେ ସନ୍ତାପିତ କିନ୍ତୁ ସେ ରାତିରେ କ୍ଲିନିକ୍ର ଅନ୍ତେବାସୀ ଉତ୍ସବ ପାଳନ କରିଥିଲେ ଏଇଥିପାଇଁ େଯ ତାଙ୍କର ଜଣେ ସାଥୀକୁ ତୃତୀୟ ଥର ସକାଶେ ପିତା ହେବାର ସୌଭାଗ୍ୟପ୍ରାପ୍ତ ହୋଇଥିଲା। ସେହି ନବଜାତକକୁ ମିଶାଇ ଚାରିବର୍ଷର ବଡପୁଅ ସୁଭାସ ଏବଂ ଦୁଇବର୍ଷର ଝିଅ ଶାନ୍ତି କୋଳମଣ୍ଡନ କରିଥିଲେ। ପାପାଜୀ ସେଦିନର ସ୍ମୃତିଚାରଣ କରି କହନ୍ତି କେମିତି କ୍ଲିନିକ୍ ଅନ୍ତେବାସୀ କମ୍ବଳ ଘୋଡିହୋଇ ପାର୍ଶ୍ବରେ ଥିବା ଆଖୁ ଏବଂ ମକା କିଆରୀକୁ ଯାଇ ସେଠାରେ ଅଗ୍ନି ପ୍ରଜ୍ବଳନ ପୂର୍ବକ ପୋଡ଼ା ମକା ଏବଂ ଆଖୁ ଭାଙ୍ଗି ଖାଇଥିଲେ। ପାପାଜୀ ତାଙ୍କର ଲେଖା ସମୂହକୁ ଲାହୋରରୁ ପ୍ରକାଶିତ ଏକ ପ୍ରତିଷ୍ଠିତ ଉର୍ଦୁ ପତ୍ରିକା ଆଦବ୍ ଏ ମାସରିକ୍ (୧୯୪୧)ରେ "ମୃତ୍ୟୁ ର ଶଯ୍ୟାରୁ ଏକ ଟି.ବି. ରୋଗୀର ଆତ୍ମଲିପି` ଶୀର୍ଷକରେ ଲେଖୁଥିଲେ।
ପତ୍ରିକାର ସଂପାଦକ ଏ ଲେଖାରେ ବହୁ ପରିମାଣରେ ପ୍ରଭାବିତ ହୋଇଥିଲେ କାରଣ ଜୀବନର ଏକ ଜଟିଳ ସନ୍ଧିକ୍ଷଣରେ ମୃତ୍ୟୁ ର ଶଯ୍ୟାରେ ଅନ୍ତିମ ନିଃଶ୍ବାସକୁ ପ୍ରତୀକ୍ଷା କରିବା ଏକ ବ୍ୟକ୍ତି କିପରି ତାଙ୍କ ଲେଖା ମାଧ୍ଯମରେ ଏକ ସକାରାତ୍ମକ ଚେତନା ଜାଗ୍ରତ କରାଇ ଅନ୍ୟ ଜୀବନରେ ଜୀଇଁବାର ରାହା ଦେଖାଇ ପାରୁଛନ୍ତି। ପାପାଜୀଙ୍କ ଅଜାଣତରେ ଏହି ସ୍ତମ୍ଭ ବିଶେଷ ଜନାଦୃତ ହେବା ସହିତ ସେ ସମୟର ପ୍ରତିଷ୍ଠିତ ସାହିତ୍ୟିକଙ୍କ ଦୃଷ୍ଟି ଆର୍କଷଣ କରିପାରିଥିଲା। ସେ କ୍ଲିନିକ୍ ବାହାରେ ଏକ ପ୍ରତିଷ୍ଠିତ ଲେଖକ ଭାବରେ ପରିଚିତ ହୋଇସାରିଥିଲେ।
କ୍ରମଶଃ ପାପାଜୀ ରୋଗମୁକ୍ତ ହୋଇ ଶେଷରେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ ନୁହଁ ବରଂ ଯେପରି ମଶାଣିର ଚିତାଭସ୍ମରୁ ଏକ ନୂତନ ଜୀବନର ଅଭୁ୍ୟଦୟ ଘଟିଥିଲା। ଏପରି ଏକ ଚମଟ୍କାର ହୁଏତ ହିମାଳୟର ନୈସର୍ଗିକ ସୁଷମା ବିମଣ୍ଡିତ ପ୍ରଶାନ୍ତିମୟ ବାତାବରଣ ଓ ଶୁଦ୍ଧ ଜଳବାୟୁର ଅନୁକୂଳ ପ୍ରଭାବରୁ ସଂଭବ ହୋଇଥିଲା। ତାଙ୍କରି ଲେଖାରେ ସେ ଉଲ୍ଲେଖ କରିଥିଲେ - ଏହି ଦୂରାରୋଗ୍ୟ ସଂକ୍ରାମକ ରୋଗ ସ୍ଥାନୀୟ ଅଂଚଳରେ ବିପଦଜନକ ଭାବରେ ବ୍ୟାପୁଥିଲା କାରଣ ଏହି ରୋଗର କୌଣସି ନିରାକରଣ ନଥିଲା । ଆର୍ଥିକ ଅନଗ୍ରସର ଏବଂ ଅନାହାର ସମସ୍ୟାର କେବଳ ଗୋଷ୍ଠୀଗତ ଉଦ୍ୟମ ଓ ସରକାରୀ ରାଜନୈତିକ ଦଳର ପ୍ରୋତ୍ସାହନରେ ହó ସମାଧାନ ହୋଇପାରିବ ଆମପାଖରେ ଏକ ବିରାଟ ପ୍ରଶ୍ନବାଚୀ ଥିଲା ଯେ କେଉଁପନ୍ଥା ଅନୁସରଣ କଲେ ଆମେ ଏପରି ରୋଗର ମୂଳୋତ୍ପାଟନ କରିପାରିବା। (ହମ୍ଦର୍ଦ୍, ୧୧ଅକ୍ଟୋବର ୧୯୪୨)
ପାପାଜୀ ଏକ ଘଟଣା ସµର୍କରେ ଅବତାରଣା କରିଥିଲେ ଯାହାକି ତାଙ୍କୁ ଏ ଦୁରାରୋଗ୍ୟ ଟି.ବି.ରୁ ମୁକ୍ତ କରିପାରିଥିଲା। େଯତେବେଳେ ପାପାଜୀ କ୍ଲିନିକ୍ରେ ଥାଆନ୍ତି ସେହି ସମୟରେ ତଙ୍ଗ୍ମାର୍ଗ ସହରରେ ଜଣେ ହକିମ୍ ବସବାସ କରୁଥିଲେ। କ୍ଲିନିକର ଏକ ସାଥୀ ପାର୍ଶ୍ବବର୍ତ୍ତୀ ଆଖୁ କିଆରୀକୁ ଯାଇ ସେଠାରେ ଆଖୁ ଖାଇବା ସହିତ ଗୋଟିଏ ଗୀତ ଗାଉଥିଲା।
“ଦୁଃଖ କେ ଅବ୍ ଦିନ୍ ବିତେ ନେହó
ନା ମେଁ କିସିକା, ନା କୋଇ ମେରା
ଛାୟା ଚାରୋଁ ଓର ଅଂଧେରା
(ଦୁଃଖର ଏ ଦିନ କଟେ ନାହó
ନା ମୁଁ କାହାର, ନା କେହି ମୋ ନିଜର
ଚାରିଦିଗେ କେବଳ ଅମା ଅଂଧକାର।)
(କେଦାର ଶର୍ମାଙ୍କ ନିର୍ଦେଶିତ "ଦେବଦାସ` ସିନେମାର ଏହି ଗୀତଟିକୁ କେ.ଏଲ୍ ସାଇଗଲ୍ ଗାଇ ଥିଲେ) ଯେହେତୁ କ୍ଲିନିକ୍ ର ଡାକ୍ତର ତାଙ୍କୁ କେବଳ ମୃତ୍ୟୁକୁ ପ୍ରତୀକ୍ଷା କରିବା ଭଳି ଏକ ଚରମବାଣୀ ଶୁଣାଇ ସାରିଥିଲେ। ସେ ସ୍ଥାନୀୟ ଏହି ହକିମ୍ ପାଖକୁ ୟୁନାନୀ ପଦ୍ଧତିରେ କାଳେ ରୋଗର ନିରାକରଣ ହୋଇପାରିବ ସେଇ ଆଶା ରଖô ଯାଇଥିଲେ। କିଛିଦିନ ଉପରାନ୍ତେ ହକିମ୍ ଜାଣିବାକୁ ପାଇଲେ ଯେ ସେ ଆଶ୍ଚର୍ଯ୍ୟଜନକ ଭାବରେ ରୋଗମୁକ୍ତ ହେଉଛନ୍ତି। ରୋଗମୁକ୍ତ ହେଲା ପରେ ହକିମ୍ ଆରୋଗ୍ୟ ଲାଭ କରିଥିବା ରୋଗୀର ଦୈନନ୍ଦିନ ଚର୍ଯ୍ୟାକୁ ଅନୁଧ୍ଯାନ କରି ଜାଣିଲେ ଯେ ରୋଗୀଜଣକ ପ୍ରତ୍ୟହ ଆଖୁ ଖାଇବାକୁ ଆଖୁ କିଆରୀକୁ ଯାଆନ୍ତି। ହକିମ୍ ଆଖୁକିଆରୀକୁ ଗଲେ। ସେଠାରେ ଏକବିରାଟ କୃଷ୍ଣକାୟ ନାଗସାପର ମୃତ ଶରୀରକୁ ଠାବ କଲେ। ସେ ମୃତ ସର୍ପକୁ ସେଠାରେ ସମାଧିସ୍ଥ କରି ଟି.ବି. ରୋଗର ନିରାକରଣ ନିମନ୍ତେ ୟୁନାନୀ ପଦ୍ଧତିରେ ଏହି ସାପ ବିଷରୁ ଟି.ବି. ରୋଗର ନିରାକରଣ ଔଷଧ ବାହାର କରିଥିଲେ। ପାପାଜୀ ଏହି ଚମଟ୍କାରୀ ଔଷଧକୁ ସେବନ ପୂର୍ବକ ଆରୋଗ୍ୟ ଲାଭ କରିଥିବା ଅନୁମାନ କରାଯାଏ। ପ୍ରାଚୀନ ଚୀନରେ ମୁଖ୍ୟତଃ ନାଗସାପର ବିଷ କର୍କଟ ଏବଂ ଆର୍ଥାଇଟିସ୍ ଭଳି ଦୁଃସାଧ୍ଯ ରୋଗର ଉପଶମ ନିମନ୍ତେ ବ୍ୟବହୃତ ହେଉଥିଲା। ନାଗସାପର ବିଷକୁ ବଳ ବୀର୍ଯ୍ୟ ବୃଦ୍ଧିକାରୀ ଓ ଯକୃତକୁ କାର୍ଯ୍ୟଶୀଳ କରୁଥିବା ଔଷଧ ରୂପେ ବ୍ୟବହାର କରାଯାଏ। ସଂପୁର୍ଣ୍ଣ ଆରୋଗ୍ୟ ଲାଭ କରିବା ପରେ ଘୋଡାଗାଡିରେ ପାପାଜୀ ତଙ୍ଗମାର୍ଗରୁ ଶ୍ରୀନଗର ଫେରିବା ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଏକ ଘୋଡା ଗାଡି ଅଟକିଲା ଓ ସେଥିରୁ ଓହ୍ଲାଇ ଜନୈକ ବ୍ୟକ୍ତି ଓ ପାପାଜୀ ପରସ୍ପରକୁ ଆଶ୍ଚର୍ଯ୍ୟମିଶା ଚାହାଣୀରେ ଚାହóରହିଲେ .....ରାମାନନ୍ଦ !! ଭଦ୍ରବ୍ୟକ୍ତି ଜଣକ ଧିର ସ୍ବରରେ କହିଲେ, କ୍ରିଷ୍ଣଚନ୍ଦର୍!! ପାପାଜୀ ଚିହ୍ନିପାରି ଉର ଫେରାଇଲେ। ଉଭୟ ପରସ୍ପରଙ୍କୁ ପ୍ରଥମ ଥର ପାଇଁ ଭେଟୁଥିଲେ। ପରସ୍ପରଙ୍କୁ ଆଲିଙ୍ଗନ କଲେ। କ୍ରିଷ୍ଣଚନ୍ଦର ଅବିଶ୍ବାସଭରା ସ୍ବରରେ କହିଲେ ଆପଣ ସେହି ବ୍ୟକ୍ତି ନା ଯିଏ, ମୃତ୍ୟୁ ଶଯ୍ୟାରୁ "ଏକ ଟି.ବି. ରୋଗୀର ଆତ୍ମଲିପି` ସ୍ତମ୍ଭ ଲେଖୁଥିଲେ? କ୍ରିଷ୍ଣଚନ୍ଦର, ଯିଏକି ଉର୍ଦୁ ସାହିତ୍ୟର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଥିଲେ । ତାଙ୍କୁ ବ୍ୟକ୍ତିଗତ ଭାବେ ଚିହ୍ନିଛନ୍ତି ଜାଣିବା ପରେ ପାପାଜୀ ନିର୍ବାକ ହୋଇଯାଇଥିଲେ। କେହି ଜଣେ ପ୍ରତିଷ୍ଠିତ ଲେଖକ ମୋ ବାପାଙ୍କୁ ଲେଖକ ଭାବରେ ସ୍ବୀକାର କରିଥିଲେ। ପରବର୍ତ୍ତୀ ସମୟରେ ବାପା ଆଉ ପଛକୁ ଫେରି ଚାହó ନାହାନ୍ତି।

(କଳିଯୁଗର ବାଲ୍ମୀକି ପୁସ୍ତକଟି shalandi.in/ amazon.in ଓ flipkart.com siteରେ ଉପଲବ୍ଧ)

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment