Welcome to shalandi webzine

ଛୋଟ ଛୋଟ ସୁଖଦୁଃଖର ବସ୍ତାନି

ସରୋଜିନୀ ସାହୁ

ଓଡିଆ ଗଳ୍ପର ଟ୍ରେଣ୍ଡ ସେଟର, ପ୍ରଚଣ୍ଡ ପ୍ରତିଭାଶାଳୀ ଗଳ୍ପ ଲେଖକ, ଦିବଙ୍ଗତ ଜଗଦୀଶ ମହାନ୍ତିଙ୍କ ସ୍ମୃତିଚାରଣ କରିଛନ୍ତି ତାଙ୍କ ଲେଖିକା ପତ୍ନୀ ସରୋଜିନୀ ସାହୁ ।

( ପୁସ୍ତକ “ଜଗଦୀଶ ମହାନ୍ତି : ଜଣେ ବୋହେମିଆନର କାହାଣୀ” ରୁ ସଂଗୃହିତ )


ଜଗଦୀଶଙ୍କୁ ଯେତେବେଳେ ଆଠବର୍ଷ ପ୍ରଥମକରି ହୃଦୟରେ ପ୍ରଥମ ଆଘାତର ସ୍ୱର ଶୁଣିଥିଲେ, ସାନଭାଇର ଜନ୍ମ ପରେ । ମା’ କୋଳରେ ଆଉ ଶୋଇ ପାରିବେନି, ସବା ସାନ ଭାଇ ବୋଲି, ଦାତା (ବଡଭାଇ) ଏମ୍.ପି.ସି. କଲେଜ୍ରୁ ଛୁଟିରେ ଆସିବା ବେଳେ ଆଉ ତାଙ୍କ ପାଇଁ ହାତୀ ଘୋଡା କି ମାଙ୍କଡ ଆକୃତି ଥିବା ବିସ୍କୁଟ ଆଣିବେନି, ବାପାଙ୍କ ସଙ୍ଗେ ଭୋଜିକୁ ଯାଇ ଆଉ ମିଠା ଖାଇ ପାରିବେନି ଏଇପରି ଛୋଟ ଛୋଟ ଦୁଃଖ ତାଙ୍କୁ ଘାରୁଥିଲା; ତେଣୁ ଖୁବ୍ ଅଭିମାନୀ ହେଇ ପଡିଥିଲେ । କେବେ କେବେ ଖଟ ତଳେ ଘଣ୍ଟା ଗଣ୍ଟା ଲୁଚିକରି ଘର ଲୋକଙ୍କ ଦୃଷ୍ଟି ଆକର୍ଷଣ କରାଉଥିଲେ ତ ମୁଣ୍ଡେ ଉଚ୍ଚା ଲମ୍ବିଥିବା ଗେଣ୍ଡୁଗଛ ମୂଳେ ବସି ନିଜକୁ ଧ୍ରୂବ ଭାବି ଭଗବାନଙ୍କ ସନ୍ଧାନରେ ନିମଜ୍ଜିତ ରହୁଥିଲେ ।
ଜଗଦୀଶଙ୍କ ଜୀବନରେ ଘଟିଥିଲା ଏମିତି କିଛ ଘଟଣା ଯାହା ସେ ମୋତେ ବାରମ୍ବାର ଶୁଣାଇଥିଲେ । ପରବର୍ତ୍ତୀ ସମୟରେ ଜୀବନରସେଇ ଅନୁଭୂତିକୁ ନେଇ ‘ବାଲିଘର’ ନାଁରେ ଗପଟିଏ ମଧ୍ୟ ଲେଖିଥିଲେ । ଗୋରୁମହିଷାଣୀର ଲୁହାପଥର କମିଜର ‘କ୍ୟାମ୍ପ’ କୁହାଯାଉଥିବା କ୍ୱର୍ଟର ଗୁଡିକ ମଧ୍ୟରୁ ଦୁଇଟିରେ ଦୁଇ ନିଃସନ୍ତାନ ପରିବାର ରହୁଥିଲେ । ଗୋଟିଏ ଗୁଜୁରାଟୀ, ଅନ୍ୟଟି ପଞ୍ଜାମୀ ପରିବାର । ଉଭୟ ପରିବାରରୁ ଜଗଦୀଶଙ୍କୁ ପୋଷ୍ୟପୁତ୍ର କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ତେବେ କ୍ୟାମ୍ପର ଗୋଟେ ପଟେ ଥିଲା ହଟିଂ, ଶ୍ରମିକ ମାନଙ୍କ ବସ୍ତି । ଖପରଲି ପକ୍କାଘର ସବୁ । ସେଇ ହଟିଂରେ ହର୍ଜିତ୍ କୈାର ନାଁରେ ସ୍ତ୍ରୀ ଲୋକଟେ ରହୁଥିଲା । ତା’ ସ୍ୱାମୀ ଜଣେ ଦାଢ଼ୀ ପଗଡି ଥିବା ସର୍ଦ୍ଦାରଜୀ ଥିଲା । ହର୍ଜିତ୍ କୈାର ସମ୍ବବତଃ ସ୍ଥାନୀୟ କୈାଣସି ଆଦିବାସୀ ମହିଳା ହୋଇଥିବ ତାକୁ ଦେଖିଲେ କୈାଣସି ଦୃଷ୍ଟିରୁ ପଞ୍ଜାବୀ ମନେ ହେଉ ନଥିଲେ । ସେ ସାଲୁଆର୍ ପଞ୍ଜାବୀ ପିନ୍ଧିଲେ ବି ତାକୁ ମାନୁ ନଥିଲା । ସେଇ ହର୍ଜିତ୍ କୈାର ତାଙ୍କୁ ପୁଅ କରିବ ବୋଲି ଖୁବ୍ ·ହିଁଥିଲା । ଜଗଦୀଶଙ୍କ ଘରେ ଯଦିଓ କାହାରି ଜନ୍ମଦିନ ପାଳନ ହୁଏନାହିଁ ତେବେ ହରଜିତ୍ କୈାର ଥରେ ଜଗଦୀଶଙ୍କ ଜନ୍ମଦିନରେ ‘ସତ୍ୟପୀର’ ପୂଜା ରଖିଥିଲା । ସତ୍ୟନାରାୟଣ ପୂଜା ପରି ନୁହଁ ଖଟ ଉପରେ ·ଦର ପକାଇ, ଜଣେ ଫକୀର ·ମର ଧରି ଆରବୀ ଭାଷାରେ ମନ୍ତ୍ର ପଢ଼ି ପୂଜା କରିଥିଲା । ପୂଜା ବେଳେ ହରଜିତ୍ କୈାର କୋଳରେ ବସିବାକୁ ତାଙ୍କୁ ଭଲ ଲାଗୁ ନଥିଲା । ତାଙ୍କ ବାଳ ଆଉଁସି ଦେଲେ କି ଚୁମା ଖାଇ ଆଦର କଲାବେଳେ ସେ ଲଜ୍ଜିତ ଅନୁଭବ କରୁଥିଲେ । ଜଗଦୀଶଙ୍କ ମା’ କିନ୍ତୁ ହର୍ଜିତ୍ କୈାର ପ୍ରତି ଜଗଦୀଶଙ୍କ ରୁକ୍ଷ ବ୍ୟବହାରରେ ଅସନ୍ତୁଷ୍ଟ ରହୁଥିଲେ ଓ କହୁଥିଲେ, ବି·ରୀର ଛୁଆପିଲା ନାହିଁ,

 
 
ତୋତେ ଯଦି ଛୁଆ ଭାବରେ ମାନି ନେଇଛି ନେଉ ।” ମାତ୍ର ହରଜିତ୍ କୈାର ଦେଉଥିବା ଲୁଗାପଟା ଦେଖି ପଛରେ କହୁଥିଲେ ଦେଖିଲ କେଉଁ ହାଟରୁ ନେଇ ଆସିିଛି ଏ ପୋଷାକ ।
ଗୋରୁମହିଷାଣୀରେ ଆଉ ଜଣେ ମା’ ଥିଲେ ତାଙ୍କର ସେ ଥିଲେ ଗୁଜୁରାଟୀ ଯୋଶୀବାବୁଙ୍କ ସ୍ତ୍ରୀ । ଯୋଶୀବାବୁ କ୍ୟାସିୟର ଥିଲେ । ଧୋତିକୁର୍ତ୍ତା ଓ ମୁଣ୍ଡରେ ଗୋଟେ କଳା ଟୋପି ପିନ୍ଧି ସେ ଅଫିସ୍ ଯାଉଥିଲେ । ତାଙ୍କ ସ୍ତ୍ରୀ ଲେହେଙ୍ଗା ପିନ୍ଧୁଥିଲେ । ସେମାନେ ଯଥେଷ୍ଟ ବୟସ୍କ ଥିଲେ, ଉଭୟଙ୍କ ବାଳ ପାଚି ଯାଇଥିଲା । ଯୋଶୀ ମା’ଙ୍କ ଘରେ ବଡ ଦୋଳିଟେ ଥିଲା ଓ ସେଇ ଦୋଳିରେ ବସେଇ ସେ ଜଗଦୀଶଙ୍କୁ ଖୁଆଇ ଦେଉଥିଲେ । ନହେଲେ ରୋଷେଇ ଘରେ ପିଢ଼ା ପକେଇ ଯୋଶୀ ବାପା ଓ ଜଗଦୀଶଙ୍କୁ ଗରମ ଗରମ ରୁଟି ସେକି ଘିଅ ଲଗେଇ ଖାଇବାକୁ ଦେଉଥିଲେ । ଯୋଶୀ ମା’ ବେଳେବେଳେ ଢ଼ୋକ୍ଲା ବନେଇ ପଠାଉଥିଲେ । ଜଗଦୀଶଙ୍କ ମା’ କିନ୍ତୁ ଯୋଶୀ ମା’ଙ୍କୁ ପସନ୍ଦ କରି ପାରୁନଥିଲେ । ଯୋଶୀ ମା’ ତାଙ୍କୁ କାଗଜପତ୍ରରେ ପୋଷ୍ୟପୁତ୍ର କରିନେବାକୁ ·ହୁଁଥିଲେ; ମାତ୍ର ତାଙ୍କ ମା’ ପୁଅକୁ ଛାଡିବାକୁ ରାଜି ନଥିଲେ । ତାଙ୍କ ବାପାଙ୍କର ଅବଶ୍ୟ ବିଶେଷ ଆପତ୍ତି ନଥିଲା । ଜଗଦୀଶ ଯୋଶୀ ମା’କୁ ଖୁବ୍ ପସନ୍ଦ କରୁଥିଲେ । ଯୋଶୀ ବାପାଙ୍କର ଅବସର ନେବା ସମୟ ଆସି ଯାଇଥିଲା । ଜଗଦୀଶଙ୍କୁ ପୋଷ୍ୟପୁତ୍ର କରି ସେ ଗୁଜୁରାଟ ନେଇଯିବା ପାଇଁ ·ହୁଁଥିଲେ । ଜଗଦୀଶଙ୍କୁ ପଚରା ଯାଇଥିଲା । ଘରେ ସେତେବେଳେ ଖୁବ୍ ଟେନ୍ସନ୍ । ଭାଇ ଭଉଣୀମାନେ ଧରି ନେଇଥିଲେ ଯେ ଯଗଦୀଶ ସେମାନଙ୍କୁ ଛାଡି ପଳେଇବେ । ଜଗଦୀଶ ବାଲ୍ୟ ହୃଦୟକୁ ଗୋଟେ ଜିନିଷ ବାଧୁଥିଲା, ମା’ଙ୍କର ତ ବହୁତ୍ ଛୁଆ ଅଛନ୍ତି, ଯୋଶୀ ମା’ର ଗୋଟିଏ ବି ଛୁଆଁ ନାହିଁ; ତେଣୁ ଯୋଶୀ ମା’ ସଙ୍ଗେ ଗଲେ ଅସୁବିଧା କ’ଣ । ସେ ହଁ କରି ଦେଥିଲେ; ମାତ୍ର ତାଙ୍କ କଥା ଶୁଣି ତାଙ୍କ ମା’ ବାହୁନି କରି କାନ୍ଦି ଉଠିଥିଲେ ପୋଷ୍ୟ ହେବା ବନ୍ଦ ରହିଲା । ଯୋଶୀ ମା’ ଗୋଟେ ମୋଟା ସୁନା ଚେନ୍ ତାଙ୍କ ବେକରେ ପିନେ୍ଧଇ ଦେଇ ଫେରି ଯାଇଥିଲେ ।
ଜଗଦୀଶ ଓ ତାଙ୍କ ସାନଭାଇ ଚିନ୍ମୟ ଭିତରେ ବ୍ୟବଧାନ ଥିଲା ଆଠ ବର୍ଷର । ଦୁହିଁଙ୍କ ସ୍ୱଭାବ ଥିଲା ଅଲଗା । ଜଗଦୀଶ ଥିଲେ ଆନମନା, ଖାଦ୍ୟପେୟ ବେଶପୋଷାକ ପ୍ରତି ତାଙ୍କର ଧ୍ୟାନନଥିଲା । ବସ୍ତୁବାଦୀ ଦୁନିଆଠୁଁ କିଛିଟା ଦୂରରେ ରହୁଥିଲେ ସେ । ତାଙ୍କ ସାନଭାଇ ଠିକ୍ ବିପରୀତ ଥିଲେ । ସଫାସୁତୁରା ବ୍ୟବସ୍ଥିତ କୋଡପୋଛା ହେଇଥିବାରୁ ସମସ୍ତଙ୍କ ସ୍ନେହ ଶ୍ରଦ୍ଧାର ପାତ୍ର ଥିଲେ । କାଳେ ଭବିଷ୍ୟତରେ ଅବହେଳିତ ହେଇଯିବେ ଭାବି ସମସ୍ତେ ତାଙ୍କୁ ‘ପକେଟ୍ ମନି’ ମଧ୍ୟ ଦେଉଥିଲେ । ସେଇ କାରଣରୁ ସେ ଥିଲେ ଟିକିଏ ସଉଖୁନିଆ ସ୍ୱଭାବର ।
ଜଗଦୀଶ ପଞ୍ଚମ ପାଶ୍ କରିବା ପରେ ପରେ ହିଁ ତାଙ୍କ ବାପା ସ୍ୱେଚ୍ଛାକୃତ ଭାବରେ ·କିରୀରୁ ଅବସର ନେଇଥିଲେ । ତାଙ୍କର ଧାରଣା ଥିଲା ବଡ ଦୁଇପୁଅଙ୍କ ପାଠ ଶେଷ ହେଇଯାଇଛି ଯେତେବେଳେ, ସେମାନେ ·କିରୀ ବାକିରୀ କରି ଘରର ଦାୟିତ୍ୱ ନେବେ ଓ ଅସୁବିଧା କିଛି ହେବନାଗିଁ । ଜଗଦୀଶଙ୍କ ମା’ କିନ୍ତୁ ଭି.ଆର୍.ଏସ୍ ର ସପକ୍ଷରେ ଆଦୈା ନଥଲେ । ସେତେବେଳକୁ ଜଗଦୀଶଙ୍କ ସବା ବଡ ଅପା ଉଷାଦିଦିଙ୍କ ବାହାଘର ହେଇ ସାରିଥିଲା । ଗୋରୁମହିଷାଣୀରେ ତାଙ୍କ ବାପା କେଇ ଗୁଣ୍ଠ ଜାଗା କିଣିକରି ପକେଇଲେ ମାତ୍ର ସବୁ କିଛି ଛାଡିଦେଇ ସପରିବାରେ ସେ ଗାଁକୁ ·ଲି ଆସିଥିଲେ । ୟେ ଭିତରେ ବଡ ଦୁଇ ଭାଇଙ୍କୁ ·କିରୀ ମିଳି ଯାଇଥିଲା । ଗାଁରେ କିଛି ·ଷ ଜମି ଥିଲା । ·ଷ କରି ବର୍ଷକରେ ଭାତ ଖଚ୍ଚ ର୍ ଉଠିଯିବ ଆଉ ପୁଅମାନଙ୍କ ରୋଜଗାର ଅଛି ସୁବିଧା ଅସୁବିଧାକୁ ବୋଲି ସେ ଭାବୁଥିଲେ; ମାତ୍ର ଗାଁର ଜୀବନ ଏତେ ସହଜ ନଥିଲା ତାଙ୍କ ପାଇଁ । ‘ସତୁରୀ ଦଶକ’ ଗଳ୍ପ ବେଶ୍ ସୁନ୍ଦର ଭାବରେ ଏକଥା ଲେଖିଛନ୍ତି ଜଗଦୀଶ । ଗାଁରେ ସମସ୍ତେ ତାଙ୍କୁ ବାହାରୁ କଞ୍ଚାପଇସା ଧରି ଆସିଥିବା, ପଇସାବାଲା ଲୋକ ବୋଲି ଭାବୁଥିଲେ । ଗାଁରେ ଆଶାନୁରୂପ ସହଯୋଗ ପାଇ ନଥିଲେ ସେ । ସାଙ୍ଗକୁ ନକ୍ସଲ ଆନ୍ଦୋଳନ ପାଇଁ ଜମି ଚଷିବା ବାବଦରେ ବାଧକ ସାଜିଥିଲା । ଜଗଦୀଶ ସେବୁ କଥାକୁ ବେଶ୍ ଚମକ୍ରାର ଭାବରେ ବର୍ଣ୍ଣନା କରିଛନ୍ତି । ତାହାର କିଛି ଅଂଶ ମୁଁ ତଳେ ରଖୁଛି ।
“ୟା ଛଡା ବି ଆମର ଅନେକ ଚଳଣି ଏମିତି ଥିଲା, ଯେ ଗାଁ ବାଲାଙ୍କ ପାଖରେ ଆମକୁ ବିଦେଶୀ ପ୍ରମାଣିତ କରିବା ପାଇଁ ଯଥେଷ୍ଟ ଥିଲା । ଖାଲି ଦେହରେ ମୁଁ କିମ୍ବା ବାପା ଗାଁ ଦାଣ୍ଡକୁ ବାହାରୁ ନଥିଲୁ । ଅପା ସେତେବେଳେ ଫ୍ରକ୍ ପିନ୍ଧୁଥିଲା, ଗାଁରେ ତା’ ବୟସର ଝିଅ କେହି ଫ୍ରକ୍ ପିନ୍ଧୁ ନଥିଲେ । ଗାଁର ତେଜରାତି ଦୋକାନରୁ ଆମର କିଲେ ଦି କିଲୋ ସୋରିଷ ତେଲ କିଣା ହେଇ ଆସୁଥିଲା । ଗାଁ ଲୋକ ଅଧମାଣ ଧାନ ଦେଇ ସେଥିରେ ସୋରିଷ ତେଲ ଲୁଣ ଆଳୁ ପିଆଜ ପୋସ୍ତକ କିଣି ନେଉଥିଲେ । ଗାଁ ଲୋକଙ୍କ ଆଖିରେ ଆମେ ବିଦେଶୀ ଥିଲୁ । ସେମାନେ ଆମକୁ ସେମାନଙ୍କ ସମଗୋତ୍ରୀୟ ଭାବି ପାରି ନଥିଲେ କି ଆମେ ବି ସେମାନଙ୍କୁ ।”

“ବାପା ଗଲେ ବାଦଲ ଭାଇ ପାଖକୁ । ସେ ଆମ ଏଠିକାର ସି.ପି.ଏମ୍ ମୁଖ୍ୟ । ବାଦଲ ଭାଇ କହିଲେ, କ’ଣ କରିବା ଖୁଡା (ଦାଦା) ପାର୍ଟିର ସିଦ୍ଧାନ୍ତ ଏଇଟା ତ । ଉପର ଲେଭେଲ୍ରୁ ଅର୍ଡର ଆସିଛି ।”
ଅନ୍ୟମାନଙ୍କ ଜମିରେ ତ ମୂଲିଆ ·ଷ କରୁଛନ୍ତି । ବାପା ଅଭିଯୋଗ କରିଥିଲେ ।
“ସେମାନଙ୍କ କଥା ଅଲଗା ଖୁଜା (ଦାଦା) ତମ କଥା ଅଲଗା । କାଲି ସୁଦ୍ଧା ଗୋବରା ତୁମର ବର୍ଗା (ଭାଗୁଆଳୀ) ଥିଲା । ଆଜି ତମେ ତାକୁ ବର୍ଗା (ଭାଗ) ରୁ ଉଚ୍ଛେଦ କରୁଛ । ପାର୍ଟି ସିଦ୍ଧାନ୍ତ ଅନୁଯାୟୀ ବର୍ଗାଦାର ଉଚ୍ଛେଦ ଅନ୍ୟାୟ । ତମେ ଗୋଟେ କାମ କର ଗୋବରାକୁ ପୁଣି ଥରେ ତମ ଜମିର ବର୍ଗାଦାର କରିଦିଅ ।”
“ବାପାଙ୍କୁ ଭାରି ଅସହାୟ ଲାଗିଥିଲା । ତାଙ୍କ ଆଜନ୍ମ ପରିଚିତ ମାତୃଭୂମି ତାକୁ ଅଲଗା ଅଲଗା ଲାଗିଥିବ ନିଶ୍ଚୟ ସେଦିନ ।”
ଏସବୁ ତ ଥିଲା ତାଙ୍କର ଗୋରୁମହିଷାଣୀ ଛାଡି ଗାଁକୁ ·ଲିଆସିବା ପରର ଘଟମା । ତେବେ ଯେଉଁଦିନ ଜଗଦୀଶଙ୍କ ପରିବାର ଗୋରୁମହିଷାଣୀ ଛାଡିଥିଲେ ସେଦିନର ଅନୁଭବକୁ ସେ ଏମିତି ଭାବରେ ବର୍ଣ୍ଣନା କରିଛନ୍ତି; “ଗେରୁମହିଷାଣୀ ଛାଡି ଆମେ ଯେଉଁଦିନ ଆସିଥିଲୁ, ସକାଳର ବାରିପଦା ବସ୍ରେ ବସିଲା ବେଳେ, ପୂର୍ବ ିଗରେ ପାହାଡ ଉପରେ ପି.ଏନ୍. ବୋଷ୍ଙ୍କ ମନୁମେଣ୍ଟ ପଛରୁ ନାଲି ସୂର୍ଯ୍ୟ ଉଠିଥିଲା । ଅପାର ସାଙ୍ଗ ମନୁ ଆସିଥିଲା ଆମକୁ ବାଟେଇ ଦେବାକୁ । ସେ କହିଥିଲା ଦେଖ ତମମାନଙ୍କ ପାଇଁ ଗୋରୁମହିଷାଣୀର ଶେଷ ସୂର୍ଯ୍ୟୋଦୟ । ଅପା କାନ୍ଦି ପକେଇଥିଲା । ମୋର ବି ଆଖିରେ ଲୁହ ଜକେଇ ଆସିଥିଲା । ମନେ ହେଇଥିଲା ମୋ ପ୍ରିୟ ଜନ୍ମଭୂମିରୁ କିଏ ଯେମିତି ମୋତେ ନିର୍ବାସିତ କରିଦେଇଛି । ଏଇ ସହର ଯାହାକୁ ଲୋକେ କ୍ୟାମ୍ପ୍ ବୋଲି କହୁଥିଲେ, ଜାମ୍ସେଦ୍ ଜୀ ଟାଟାଙ୍କ ମୂର୍ତ୍ତି ଓ ପୋଷ୍ଟ ଅଫିସ୍ର ଛକ ପର୍ଯ୍ୟନ୍ତ ଗୋଟେ ଲୁହା ରିଙ୍ଗ୍ର ଚକକୁ ପତଳା ଲୁହା ସିଟ୍ରେ ଗଡେଇ ଗଡେଇ ବୁଲିବା ହିଁ ମୋର ପ୍ରିୟ ଖେଳ ଥିଲା । ମୁଁ ଆଉ ସେ ସହରରେ ସନ୍ଧ୍ୟା ବେଳେ ଲୁହା ରିଙ୍ଗ୍ ଗୋଟେଇ ଖେଳି ପାରିବିନି । ମୋର ପ୍ରିିୟ ସାଙ୍ଗ ସନ୍ତୋଷ, ପ୍ରଶାନ୍ତ, ରଙ୍ଗୁ, ଗୁରୁପ୍ରସାଦ, ଗଣେଶ୍ବର ଓ ସୁରଜିତ୍ଙ୍କ ସହ ଭେଟ ହେବନି । ମୋ ମନ ତଳେ ଗୋଟେ ଦୁଃଖ ଉକୁଟି ଉଠିଥିଲା । ଆଖିରେ ଲୁହ ଓ ହୃଦୟରେ କୋହ ନେଇ ·ଲିଥିଲି ପି.ଏନ୍. ବୋଷ୍ ମନୁମେଣ୍ଟ ପଛରେ ନାଲି ସୂର୍ଯ୍ୟ ନିର୍ବିକାରରେ ହଳଦିଆ ପଡି ଆସୁଥିଲା । ବସର୍ର ଡ୍ରାଇଭର ଗାଡି ଷ୍ଟାର୍ଟ ନେଇଥିଲା ।
ରାଇରଙ୍ଗପୁରର ରତନ୍ ଟକିଜ୍ ପାଖରେ ବସ୍ ଛିଡା ହେଇଥିଲା । ଆମେ ସେଇଠି ଜଳଖିଆ ଖାଇଥିଲୁ । ଗରମ-ଗରମ ଜିଲାପି ସ୍ୱାଦ ଏବେ ବି ମନେ ଅଛି । ମୋର ଜିଭ ପୋଡି ଯାଉଥିଲା । ଆମେ କଳା ବାଡିଆରେ ଓହ୍ଲେଇ ଦୀର୍ଘ ସମୟ ଅପେକ୍ଷା କଲୁ । ଆଉ ଗୋଟେ ବସ୍ରେ ଜାମ୍ଶୋଳା ଆସିବା ପାଇଁ । ସୁବର୍ଣ୍ଣରେଖା ର ପୋଲ ପାର ହେଲାବେଳେ ଦେଖିଥିଲି ଜୀବନର ପ୍ରଥମ ନଦୀ । ଓଡିଶାର ସୀମା ସମାପ୍ତ, ଶୁଭ ବିଦାୟ ଲେଖା ହେଇଥିବା ଜାଗାରେ ପହଞ୍ଚି ପୁଣି ଗୋଟେ ଦୁଃଖ ମାଡି ଆସିଥିଲା । ଅପା କହିଥିଲା ଏଇଠୁ ବିହାର ସୀମା ଆରମ୍ଭ । ସେଇଠୁ ପଣି ଗୋଟେ ବସ୍ରେ ଚଢ଼ି ବହଡାଗୋଡା ବାଟ ଦେଇ, ଦାରିଶୋଳକୁ ଆସିଲୁ ଆମେ । ସେଇଠି ବିହାର ସୀମା ଶେଷ । “ପଶ୍ଚିମ ବଙ୍ଗ ଆପ୍ନା କେ ସ୍ୱାଗତ ଜାନାଛେ” ର ବୋର୍ଡ ପାଖରୁ ଆରମ୍ଭ ହୋଇଥିଲା ବେଙ୍ଗଲ ସୀମା । ଦାରିଶୋଳ ଅଳ୍ପ ଦୂରରେ ଛିଞ୍ଚଡା ସହର ସେଇଠୁ କ୍ଳାନ୍ତିକର ବସ୍ ଯାତ୍ରା ଭିତରେ ଦିନ ସରି ରାତି ଓହ୍ଲେଇ ଆସିଥିଲା । ଫେଙ୍କୋଘାଟରେ ବସ୍ରୁ ଓହ୍ଲେଇଲା ବେଳକୁ ଆମକୁ ଅପେକ୍ଷା କରିଥିଲା ଗୋବରା ଭାଇର ଶଗଡ ଓ ବେଙ୍ଗମାନଙ୍କ କେଁ କଟର ଶବ୍ଦ । ଗାଁର ନିର୍ଜନତା ଯେ ସଶବ୍ଦ ପ୍ରଥମେ ଜାଣିଲି ।
ଙ୍ଘଙ୍ଘଙ୍ଘ ଗାଁ ସମ୍ପର୍କରେ ମୋର ବିଶେଷ ଧାରଣା ନଥିଲା । ଗାଁ କହିଲେ ମୁଁ ଜହ୍ନମାମୁଁର ଚିତ୍ରକଥା ହିଁ ଭାବୁଥିଲେ; କିମ୍ବା କାଳିନ୍ଦୀ ଚରଣ ପାଣିଗ୍ରାହୀ, ବି.ଏ । ସମ୍ପାଦିତ ତୃତୀୟ ଶ୍ରେଣୀର ସାହିତ୍ୟ ବହି, ‘ସୁନ୍ଦର ସାହିତ୍ୟ’ରେ ଥିବା ଗାଁ ରାସ୍ତା, ଘର, ସୂର୍ଯ୍ୟୋଦୟ, ରାସ୍ତାରେ ଚାଲି ଯାଉଥିବା ·ଷୀ ଓ ଯୁଆଳି ଯୋ· ଯୋଡି ବଳଦ ଓ ଝିପିଝିପି ବର୍ଷାର ସମ୍ମିଳିତ ଦୃଶ୍ୟ, ଗାଁ ସମ୍ପର୍କରେ ମୋତେ ଏକ ରୋମାଣ୍ଟିକ ପରିବେଶର ଧାରଣା ଦେଉଥିଲା । ଗାଁରେ ମୋର ପ୍ରଥମ ନିଦ ଭାଙ୍ଗିଥିଲା କୋଇଲିର ଡାକରେ ଓ ଆଖି ମେଲି ଅନେଇଲା ବେଳକୁ ପକ୍କାଘରର ଛାତ ବଦଳରେ ବାଉଁଶ ଶେଣିରେ ବନ୍ଧା ହୋଇଥିବା ଅଳନ୍ଧୁଭରା ·ଳ ଦେଖି ବୁଝିପାରିଥିଲି, ଆମେ ଗାଁରେ ପହଞ୍ଚି ଯାଇଛୁ । ସେଦିନ ରାତିରେ ବର୍ଷା ହୋଇଥିଲା ତ ଭିଜାମାଟିର ଗନ୍ଧ; ଯାହା କବିମାନଙ୍କୁ ସତେଜ କରେ ମୋତେ ଅସ୍ୱସ୍ତିକର ଲାଗିଥିଲା ।”
ପଞ୍ଚମ ଶ୍ରେଣୀ ପାସ୍ କରି, ଦଶ କି ଏଗାର ବଷ ର୍ ବୟସରେ ଯେ ଗାଁକୁ ଆସିଥିଲେ ଜଗଦୀଶ; ମାତ୍ର ପୁଣିଥରେ ତାଙ୍କୁ ଓଡିଶା ଫେରି ଆସିବାକୁ ପଡିଥିଲା । ଏଥର ଉତ୍ତର ଓଡିଶାକୁ ନୁହଁ ପଶ୍ଚିମ ଓଡିଶାକୁ । ଆଉ ଗୋଟେ ପରିବେଶ ଆଉ ଗୋଟେ ଜୀବନ ଜିଇଁବାକୁ ପଡିଥିଲା ତାଙ୍କୁ ସେତେବେଳେ । ବାପା ମା’ଙ୍କୁ ଛାଡି ବଡଭାଇ ଓ ଭାଉଜ ପାଖରେ ରହିଥିଲେ ବେଲପାହାଡରେ । କେବଳ ସେ କୋ ନୁହନ୍ତି, ତାଙ୍କ ଉପର ଭଉଣୀ ଜ୍ୟୋସ୍ନା ଓ ଜ୍ୟୋସ୍ନାଙ୍କ ଉପର ଭାଇ ବସନ୍ତ, ତିନିଜଣ ଯାକ ଆସିଥିଲେ ବଡଭାଇ ସତ୍ୟେନ୍ଦ୍ରନାଥଙ୍କ କମ୍ପାନୀ କ୍ୱାର୍ଟରରେ ପାଠ ପଢ଼ିବା ପାଇଁ ।
ତେଣୁ ମାତ୍ର ଏଗାର ବର୍ଷ ବୟସରେ ବାପା ଓ ଗାଁ ଭୂଇଁ ଛାଡିଥିଲେ ଜଗଦୀଶ କେବଳ ପାଠ ପଢ଼ିବା ପାଇଁ ।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment