Welcome to shalandi webzine

ନୀରବତାର ମୁହୂର୍ତ

ପ୍ରଦୀପ ବିଶ୍ବାଳ

ଡଃ କୋଣ୍ଡାପାଲ୍ଲୀ ନିହାରିଣୀ ହାଇଦ୍ରାବାଦରେ ରହୁଥିବା ଜଣେ ସୁପରିଚିତା ତେଲୁଗୁ କବି ।

ମୂଳ ତେଲୁଗୁ : ଡଃ କୋଣ୍ଡାପାଲ୍ଲୀ ନିହୀରିଣୀ
ଇଂରାଜୀ ଅନୁବାଦ : ଏଲାନାଗା
ଓଡିଆ ଅନୁବାଦ : ପ୍ରଦୀପ ବିଶ୍ବାଳ
କଣ ହେବ ପିଲାମାନଂକର
ଯେବେ କଥା ହେବ ନାହିଁ ମା
ସେମାନଂକ ସହ ?
କଣ ହେବ ପାଠକ ମାନଂକର
ଯେବେ ରହିବ ନାହିଁ
କବିତାରେ କାବ୍ଯିକତା ?
ଯେପରି ମଂଜିଟିର
ହୁଏ ଅଂକୁରୋଦ୍ଗମ
ଜୀବନ୍ଯାସ ପାଏ
ତମର ନୀରବତା
ଧ୍ଯାନମଗ୍ନତା

 
 
ବିଜୟ ବିଶ୍ବାସ
ଆଶାର ଧ୍ବଜା
ଜ୍ବଳନ୍ତ ସ୍ବପ୍ନର ନାରାବାଜୀ ।
ସବୁର ସୃଷ୍ଟି
ତମର ମନରୁ ।
ଦି ଦିନ ଆଗରୁ
ଜନ୍ମ ନେଇଥିବା ଚାରାଟି
ତୋଳି ଧରିଛି ଦୁଇଟି ପତ୍ର
ଶିତଳ ପବନ ସାଂଗରେ
କରିଛି ମିତ୍ରତା
ଏବଂ ଆକାଶ ଆଡକୁ
ଦେଉଛି ନୂଆ ନୂଆ ନାରା ।
ଯେବେ ସମୟର ପାଦରେ
ମିଶିଯାଏ କଲମ
ପାଖ ହେଇଯାଏ
ବିସ୍ଫୋରଣର ସମୟ ;
ଦ୍ବଂଦର ଦ୍ବିଧା ମଧ୍ଯରେ
ନିବଦ୍ଧ ରହେ ଦୃଷ୍ଚି
ପ୍ରତ୍ଯେକ ଅକ୍ଷରରେ
ବିଂଚି ହେଇପଡେ
ଲାଲ ଚେତନା ।
ଯଦି ସବୁ ଚିରଂତନୀ
ଆଶାର ଟୁକୁଡା
ସବୁ ଧରାବଂଧା ଓ ଭିନ୍ନ ମତଯାକ
ପାର ହେଇଯିବେ
ଯେତେ କେନାଲ୍ ବଂଧବାଡ
ଏବଂ ଧରି ରଖିବେ
ପାଦର ନୀରବତାକୁ
ଭାଂଗି ଦେଉଥିବା ସେ ଶବ୍ଦକୁ...
( ଡଃ କୋଣ୍ଡାପାଲ୍ଲୀ ନିହାରିଣୀ ହାଇଦ୍ରାବାଦରେ ରହୁଥିବା ଜଣେ ସୁପରିଚିତା ତେଲୁଗୁ କବି । ତାଂକର ଅନେକ କବିତା ସଂକଳନ ପ୍ରକାଶିତ । ଅଧ୍ଯାପନା ଜୀବନରୁ ଅବ୍ଯାହତି ନେଇ ବର୍ତମାନ ସେ ସଂପୂର୍ଣ ଭାବେ ସାହିତ୍ଯ ସାଧନାରେ ନିମଗ୍ନା )

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment