Welcome to shalandi webzine

ସତର୍କ ରୁହ କବି !

ଏଲାନାଗା

ଡଃ ସୁରେନ୍ଦ୍ର ନାଗରାଜୁ ତେଲୁଗୁ ସାହିତ୍ଯରେ ଏଲାନାଗା ଛଦ୍ମନାମରେ ପରିଚିତ । ତାଙ୍କର ଏକ ଲୋକପ୍ରିୟ କବିତାର ଓଡିଆ ଅନୁବାଦ ପାଠକଙ୍କ ପାଇଁ ଭେଟି ଦେଉଛୁ ।

ଅନୁବାଦ କବିତା
ଓଡିଆ ଅନୁବାଦ : ପ୍ରଦୀପ ବିଶ୍ବାଳ
ଶବ୍ଦ ସବୁ ଶିଶୁ
ସୁକୋମଳ ନାରୀଟିଏ ପରି
ସୂର୍ଯ୍ଯକିରଣ ଆଢୁଆଳରେ
ଖୁବ ଅମୂଲ୍ଯ ସେ ।
ଶବ୍ଦସବୁ
ନରମ ଶେଯରେ
ଶୋଇଥିବା ଶିଶୁ
କବିଟିଏ କଣ ଧନ୍ଯ ହୋଇଯାଏ
ଯେବେ ବହିର ଦୋଳିରେ ଶୋଇ
ଶବ୍ଦସବୁ ଖେଳୁଥାନ୍ତିଦୋଳି ?
ଶବ୍ଦର ପଛରେ ଥିବା
ଗୁଢାର୍ଥ ଠାରୁ

 
 
କଣ ମୂଲ୍ଯବାନ ନୁହେଁ
ଶବ୍ଦପୁଂଜ ?
ଶବ୍ଦସବୁ କଣ ନୁହଁନ୍ତି
ନିରୀହ ସୁଂଦରୀ କିଶୋରୀ
କିମ୍ବା ବରଫରେ ଆଛାଦିତ
ଜାଇଫୁଲ ପରି ପବିତ୍ର ?
କେତେକ ଶବ୍ଦ
ସଫେଦ ଧଳା
ସାମାନ୍ଯ ସ୍ପର୍ଶରେ
ପଡିଯାନ୍ତି ମଳିନ
ଅନ୍ଯ ସବୁ ଏତେ କୋମଳ ଯେ
ଧିରେ ଧରିଲେ ବି ହାତରେ
ହୁଏ ବିସ୍ଫୋଟ ।
ହେ କବି
ଶବ୍ଦକୁ ସଜେଇଲେ ବାକ୍ଯରେ
ହେବ ନାହିଁ ସେ କ୍ରୁଶବିଦ୍ଧ ।
ଅଶୋଭନୀୟ ଭାବରେ
ସଜେଇଲେ ଶବ୍ଦକୁ ବାକ୍ଯରେ
ତାର ଆକ୍ରୋଶରେ ହେବ
ଶବ୍ଦମାନଂକ ଦୁଃସ୍ଥିତି ।
ଯେବେ ଲୁଚିଯାଏ ଶାଳୀନତା
ନୂତନତା ବି ପାଇବ ନାହିଁ ପ୍ରଶଂସା ।
ସୁଂଦରତାର ଆଢୁଆଳରେ
କୌଣସି ତୃଟି
ମନେହେବ ଯେପରି
କଦାକାର କରିଦେବା
ଗୋଟିଏ ସୁଂଦର ଚିତ୍ରକୁ ।
ଶିଶୁପରି ଶବ୍ଦମାନେ
ସତର୍କ ରୁହ କବି !
# ବୃତ୍ତିରେ ଜଣେ ଶିଶୁ ରୋଗ ବିଶେଷଂଗ୍ଯ ଡଃ ସୁରେନ୍ଦ୍ର ନାଗରାଜୁ ତେଲୁଗୁ ସାହିତ୍ଯରେ ଏଲାନାଗା ଛଦ୍ମନାମରେ ପରିଚିତ । ଜଣେ ସଫଳ କବି, ଅନୁବାଦକ ଓ ସଂପାଦକ ଭାବରେ ତାଂକର ସୁଖ୍ଯାତି ରହିଛି । ନିଜର ୧୨ଟି ମୌଳିକ ପୁସ୍ତକ ସହ ତାଂକର ୧୩ଟି ଅନୁବାଦ ପୁସ୍ତକ ମଧ୍ଯ ପ୍ରକାଶିତ ।

 

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment