Welcome to shalandi webzine

ଯେବେ ଜୀବନ ଡାକେ - ଆ

ଅରବିନ୍ଦ ରାୟ

ସେହି କଣ୍ଠସ୍ଵର ହିଁ ନୀଳକଣ୍ଠ ତିଆଡ଼ି ଜୀବନର ମୋଡ଼ ବଦଳାଇ ଦେଲା। ନୀଳକଣ୍ଠର ବାପା ଭ୍ରମର ତିଆଡ଼ି ଥିଲେ ବିଶିଷ୍ଟ ପାଲାଗାୟକା ଚେହେରା ଯେମିତି ଦେଖିବାକୁ ରାଜା ପରି, କଣ୍ଠସ୍ଵର ବି ସେମିତି ବୀଣାଜିଣା। କେଡ଼େ କେଡ଼େ ପାଲାଗାୟକ ଭ୍ରମର ତିଆଡ଼ିକଂ ପାଲା ଗାୟନ ପାଖରେ ହାର୍‌ ମାନିଛନ୍ତି ଓ ସ୍ବୀକାର କରିଛନ୍ତି ତାଙ୍କ କଂଠ ରେ ସ୍ଵୟଂ ମା” ସରସ୍ଵତୀ ବିରାଜମାନ କରିଛନ୍ତି।

ସେହି କଣ୍ଠସ୍ଵର ହିଁ ନୀଳକଣ୍ଠ ତିଆଡ଼ି ଜୀବନର ମୋଡ଼ ବଦଳାଇ ଦେଲା।
ନୀଳକଣ୍ଠର ବାପା ଭ୍ରମର ତିଆଡ଼ି ଥିଲେ ବିଶିଷ୍ଟ ପାଲାଗାୟକା ଚେହେରା ଯେମିତି ଦେଖିବାକୁ ରାଜା ପରି, କଣ୍ଠସ୍ଵର ବି ସେମିତି ବୀଣାଜିଣା। କେଡ଼େ କେଡ଼େ ପାଲାଗାୟକ ଭ୍ରମର ତିଆଡ଼ିକଂ ପାଲା ଗାୟନ ପାଖରେ ହାର୍‌ ମାନିଛନ୍ତି ଓ ସ୍ବୀକାର କରିଛନ୍ତି ତାଙ୍କ କଂଠ ରେ ସ୍ଵୟଂ ମା” ସରସ୍ଵତୀ ବିରାଜମାନ କରିଛନ୍ତି।
ତାଙ୍କରି ଏକମାତ୍ର ପୂଅ ଏଇ ନୀଳକଣ୍ଠ ।
ଜନ୍ମରୁ ପ୍ରାୟ ତିନିବର୍ଷଯାଏ ପାଟି ଖୋଲିଲା ନାହିଁ। ଖାଲି ସବୁ କଥାରେ ହୁଁ, ହୀ କରି ବଡ଼ ବିକୃତ ଶବ୍ଦ କରେ।
ଲୋକେ କହିଲେ - ଆହା, ଏତେ ବଡ଼ ଗାୟକର ପୁଅ ପୁଣି ମୂକହେଇ ଜନ୍ମହେଲା।
ବିବାହର ଅନେକ ବର୍ଷ ପରେ ନୀଳକଣ୍ଠ ମହାଦେବକଂ ଅଭିଷେକ ଓ ପୂଜର୍ଚନ କରିବା ପରେ ଏହି ପୁଅଟି ଜନ୍ମ ହୋଇଥିବାରୁ ଭ୍ରମର ତିଆଡ଼ି
ତା' ନାଁ  ଦେଇଥିଲେ ନୀଳକଣ୍ଠ
ପୁଅ ଜନ୍ମ ହେବାପରେ ସେ ସ୍ଵପ୍ନ ଦେଖିଥିଲେ ତାକୁ ଏମିତି ଭାବରେ ସେ ଗଢ଼ିବେ, ଯେମିତି ସାରା ରାଜ୍ୟରେ ତା'ର ସମାସ୍ବନ୍ଦ ଗାୟକ କେହି ମିଳିବେନି। କର୍ମକାଣ୍ତ ଠାରୁ ଆରମ୍ବ କରି, ଆୟୁର୍ବେଦ, ଶିଲ୍ଶାସ୍, ସଙ୍ଗୀତ ଶାସ୍ତ୍ର, ଜ୍ୟୋତିଷ ଶାସ୍ତ୍ର ଆଦିରେ ସେ ତାକୁ ଏମିତି ପାରଇଂମ କରିଦେବେ ଯେ, ଲୋକେ ଧନ୍ୟ ଧନ୍ଯ କହିବେ। ହେଲେ, ପିଲାଟା ଜନ୍ମରୁ ମୂକ ହେଇଯିବା ଜାଣି ଭ୍ରମର ତ୍ରିପାଠୀ ସମସ୍ତଙ୍କୁ ଲୂଚେଇ ଲୂଚେଇ କାନ୍ଦିଲେ ଅନେକଥର ନିଜ ଭାଗ୍ୟକୁ ନିନ୍ଦି କପାଳରେ ହାତ ପିଟନ୍ତି ଓ କାହା ଆଖିରେ କାଳେ ଧରାପଡ଼ିଯିବେ ବୋଲି ପୁଣି ନିଜ ପାପୁଲି ପିଠିରେ ଆଖିର ଲୂହକୁ ପୋଛି ଦୀର୍ଘଶ୍ବାସ ପକାନ୍ତି
ଥରେ ଡହତଡହ ଖରାବେଳେ ସେ ତାଙ୍କ ଦାଣ୍ତ ବାରଣ୍ତାରେ ଏକୁଟିଆ ବସି ଦୂର ମରୀଚିକା ଆଡ଼େ ଚାହିଁଥିବାବେଳେ ତାଙ୍କ ଶ୍ରୀପାଳିଆ ସୁଦର୍ଶନ ଗରାବଡୁ ଆସି ଜୁହାର ହେଲା। ୀ
ଗରାବଡୁଏ ଏ ଉତ୍ତପ୍ତ ମଧ୍ୟାହୁରେ -ଭ୍ରମର ତ୍ରିପାଠୀ ଆଶ୍ଚର୍ଯ୍ୟମିଶା ସ୍ଵରରେ ପଚାରିଲେ।
ଗାଆଣ ଗୋସେଇ ଙ୍କ ପୁଅ ଭଲ ହେଇଯିବ ଆଜ୍ଞା।
ଭ୍ରମର ତ୍ରିପାଠୀଙ୍କୁ ଲାଗିଲା ଯେମିତି ସୂଦର୍ଶନ ଗରାବଡୁ ଏ ଉତ୍ତପ୍ତ ମଧ୍ୟାହ୍ନରେ ତାଙ୍କ ହାତକୁ ଥଣ୍ତା ସରବତ ଗ୍ଲାସ୍‌ଟିଏ ବଢ଼ାଇ ଦେଲେ
` କ'ଣ କହୁଚ ଗରାବତୁଏ।| ଭ୍ରମର ତ୍ରିପାଠୀ ଏକ ଆବେଗରେ ବାରଣ୍ତା ତଳକୁ ପ୍ରାୟ ` ଓହ୍ଲାଇ ଆସିଲେ ।
_ ବୁଝିଲେ ଗୋସାଇଁ। ବୀରଭଦ୍ରପୁରର ଗଣନାଥ କବିରାଜଙ୍ଗ ନୀ ଶୁଣିଥିବେ ମଲାଲୋକଙ୍କ ବୂଢ଼ା ଜିଆଇଁ ଦଉଥିଲା। ବୁଢ଼ାଯିବା ସାତ ଆଠ ବର୍ଷ ହେଲାଣି। ବୁଢ଼ାଙ୍ଗଂ ଅନ୍ତେ ତାଙ୍ଗ ପୁଅ ସଦାନନ୍ଦ କବିରାଜ ଅବିକା ବୁଢ଼ାଙ୍କୁ ବଳିଗଲେଣି। ମାନ୍ଦ୍ରାଜ ଠୋଉଁ ବଇଂ ବିହାର ଯାଏ, କୁଆଡୁ କୂଆଡୁ ଲୋକ ତାଙ୍କ ପାଖକୁ ଆସୁଛନ୍ତି। ନୀଳକଣ୍ଠକୁ ସେଇଠିକି ନବା।
ଭ୍ରମର ତ୍ରିପାଠୀଙ୍କୁ ସୁଦର୍ଶନ ଗରାବଡ଼ୁକ୍ଟଂ ପ୍ରସ୍ତାବ ଲାଗିଲା ବୁଡ଼ିଯାଉଥିବା ଲୋକର କୂଟାଖିଅକ ପ୍ରତି ଭରସା ପରି
ନିର୍ଦ୍ଦିଷ୍ଟ ଦିନ ସକାଳୁ ସକାଳୁ ସେମାନେ ସଦାନନ୍ଦ କବିରାଜବ୍ଗଂ ଘରେ ପହଞ୍ଚିଗଲେ
ଫାଟକ ପାଖରୁ ହିଁ ଅଗଣାଟୀ ମୋଦକ ମୋଦକ ବାସୁଥିଲା। ଅଗଣାରେ ବି କେତେ ପ୍ରକାର ଗଛଲତା ଓ ଚେରମୂଳି ଶୁଖୁଥିଲା। ବାରଣ୍ତାରେ ପଡ଼ିଥିବା ଲମ୍ବା ବେଞ୍ଚ୍‌ ଉପରେ ଚାରି ପାଞ୍ଚଜଣ ଲୋକ ବସିଥିଲେ।
ସମସ୍ତେ ନିରବ ।  
ସମସ୍ତଙ୍କ ଆଖିରେ ଯେମିତି ଆଖିଏ ପ୍ରଶ୍ନ ।
ହାରିବା ଜିତିବାର ଦ୍ଵନ୍ଦ୍ଵ ଭିତରେ ଯେମିତି ପେଣ୍ଡୁଲମ୍‌ ପରି ସମସ୍ତେ ଦୋହଲୂଥିଲେ।
ଭ୍ରମର ତ୍ରିପାଠୀ
 
 
ଜାଣିଲେ ଏମାନେ ସମସ୍ତେ ସଦାନନ୍ଦ କବିରାଜଙ୍ଗଂ ଭରସାରେ ଆସିଛନ୍ତି।
ବେଞ୍ଚରେ ଆଉ ବସିବାକୁ ଜାଗା ନ ଥିଲା।
ଅଗଣାର ଗୋଟେ ଚକ୍ଷାଗଛ ମୂଳେ ସିମେଣ୍ଟର ଚାନ୍ଦିନୀଟିଏ ହେଇଥିଲା। ଭ୍ରମର ତ୍ରିପାଠୀ ସୂଦର୍ଶନ ଗରାବଡ଼ୁଙ୍କୁ ଇସାରା କଲେ
।ସେଇଠିକି ଯିବା ପାଇଁ ଓ ନିଜେ ବି ନୀଳକଣ୍ଠକୁ କାଖରେ ଧରି ସେଇ
ଚକ୍ଷାଗଛ ଛାଇରେ ବସି କବିରାଜଙ୍କଂ ଆସିବାବାଟକୁ ଅପେକ୍ଷା କଲେ। କିଛି ସମୟ ଅପେକ୍ଷା କଲାପରେ ସେ ଘର ଭିତରୁ ବାହାରିଲେ ଜଣେ ବ୍ୟକ୍ତ ତେଙ୍ଗା ଓ ଥନ୍ତଲପେଟିଆ। . ମୁଣ୍ତଟି ଚନ୍ଦା ଓ ତେଲିଆ। ମୋଟାପଣ ଯୋଗୁ ଚାଲିବାବେଳେ ଥରେ ବୀକୁ ତ ଥରେ ଡାହାଣକୁ ସେ ଢଳି ପଡଢୁଥିଲେ। ଦେହରେ ପରିଧାନ କହିଲେ ଧୋବ ଫରଫର ଧୋତି ଖଣ୍ତେ ଓ କାନ୍ଧରେ ନାଲି ଗାମୁଛା ଖଣ୍ତୋ
ସେ ଅଗଣାକୁ ଆସୁ ଆସୁ ବେଞ୍ଚରେ ବସିଥିବା ଲୋକମାନେ ଉଠିଯାଇ ଭୃମିରେ ମୁଣ୍ତ ଲଗେଇ ତାଙ୍କୁ ଜୁହାର ହେଲୋ। ଭ୍ରମର ତ୍ରିପାଠୀ ନିଶ୍ଚିତ ହେଲେ ଯେ ଇଏ ସଦାନନ୍ଦ କବିରାଜା
ରାତି ନ ପାହୁଣୁ ନୀଳକଣ୍ଠକୁ ସେ ନିଦରୂ ଉଠାଇ ଆଣିଥିଲେ ଯେ, ପିଲାଟା କୋଳରେ ଶୋଇ ପଡିଲାଣି। ତା” ମା' କହୁଥିଲା ସାଇଂରେ ଆସିବ ବୋଲି। ହେଲେ ସୁଦର୍ଶନ ଗରାବଡୁର ବାଇକ୍‌ରେ ବସି ସେ ସିନା ନୀଳକଣ୍ଠକୁ କୋଳରେ ଧରି ଚାଲି ଆସିଲେ ତା ମା' କେମିତି ଆସିଥାନ୍ତା।
ଭ୍ରମର ଚ୍ରିପାଠୀଙ୍ଗ ପାଳି ପଢ଼ିବା ମାତ୍ରେ ସୂଦର୍ଶନ ଗରାବଡୁ ଆଗତୁରା ହାତ ମଳିମଳି କହିଲା - କବିରାଜେ। ଇଏ ଗାୟକ ଶେଖର ଭ୍ରମର ତ୍ରିପାଠୀ ବଙ୍ଗ, ବିହାର, ଓଡ଼ିଶାଯାକର ନୀ ତାକ | ଗଭର୍ଣ୍ଣରକ୍କଂ ଠୋଉଁ ମେଡାଲ୍‌ ପାଇଛନ୍ତ।
ସଦାନନ୍ଦ କବିରାଜ ଯେମିତି ଏସବୁ ପ୍ରତି ଥିଲେ ଖୁବ୍‌ ଅନାସକ୍ତ।
ସେ ଶ୍ରୀପାଳିଆ ସୂଦର୍ଶନ ଗରାବଡ଼ୁଙ୍ଗ ମୁହଁରୁ ଗାୟକ ଭ୍ରମର ତ୍ରିପାଠୀଙ୍କ ପ୍ରଶଂସା ଶୁଣିଲେ କି ନାହିଁ, ଆଖି ବୁଜି ମୁଣ୍ତକୁ ଦି'ଂଥର ତଳ ଉପର କରି ହଲାଇଲେ ଓ ପଚାରିଲେ ଏବେ ସମସ୍ୟା କ'ଣ ?
ଭ୍ରମର ତ୍ରିପାଠୀ ଏଥର ଆଉ ବିଳମୂ ନ କରି କହିଲେ- କବିରାଜେ! ମୋର ଏ ବାଳୁତ ପୂତ୍ର ପାଞ୍ଚ ବର୍ଷ ହେଲାଣି କଥା କହିପାରୁନି।
ସଦାନନ୍ଦ କବିରାଜ ଏଥର ତାଙ୍କ ଚନ୍ଦାମୁଣ୍ତଟିକୁ କେତେଥର ଆଉଁଣିଲେ ଓ କହିଲେ, ପୂଅର ପାଟି ଖୋଲିଲା
ଭ୍ରମର ତ୍ରିପାଠୀ ନୀଳକଣ୍ଠତଡକୁ ଗେହନେଇ ହେଇ କହିଲେ ଧନ! ଦେଖେଇଲୁ ଆଁ, ଦେଖା।
ନୀଳକଣ୍ଠ ପ୍ରଥମେ ସାମାନ୍ୟ ଶଙ୍କିଗଲା ଓ ପରେ ଅଲ୍ଟହ ଅଲ୍ବ୍‌ ପାଟି ମେଲା କଲା।
ସଦାନନ୍ଦ କବିରାଜ ତା' ତଳ ଓଠଟିକୁ ଚାପି ଧରନ୍ତେ ସେ ଏକ ଅସ୍ଵାଭାବିକ ଶବ୍ଦ କଲା ଓ ଭ୍ରମର ତ୍ରିପାଠୀଙ୍କୁ ଜାବୁଡ଼ି ଧରିଲା।
ଏଥର ସୁଦର୍ଶନ ଗରାବଡୁ ଓ ଭ୍ରମର ତ୍ରିପାଠୀ ମିଶି ତା' ପାଟିଟି
ଖୋଲିବାକୁ ଚେଷ୍ଟ୍ରା କଲେ।
ନୀଳକଣ୍ଠ ଚିକ୍କାର କରି କାନ୍ଦିବାକୁ ଚେଷ୍ଟା କଲେ ବି ତା' ଭିତରୁ କାନ୍ଦର କିଛି ହେଲେ ଶବ୍ଦ ଶୂଭୂ ନ ଥାଏ।
ଡେଇଙା ଗଛର ବସା ଭିତରେ ପକ୍ଷୀ ଶାବକମାନେ ମା'ଠାରୂ ଆଧାର ନେଲାବେଳେ ଯେମିତି ଟୁଁ ଚୁଁ ଶବ୍ଦ ଶୁଭେ, ନୀଳକଣ୍ଠର ସ୍ଵର ଅବିକଳ ସେମିତି ଶୂଭୁଥାଏ।
ମନେ ହେଉଥାଏ, ଯେମିତି କେହି ଜଣେ ତା' ଗଳାକୁ ଚାପି ଧରିଛି ଓ ସେ କେବଳ ଛଟପଟ ହେଉଛି
ସଦାନନ୍ଦ କବିରାଜ କିଛିକ୍ଷଣ ଚୁପ୍‌ ରହିଲେ ଓ ତାଙ୍କ ଚନ୍ଦାମୁଣ୍ତୁଟିକୁ ଆଉଁଣି ଆଉଁଶି କ'ଣ ଗୋଟେ ଚିନ୍ତା କଲେ।
ସେତେବେଳକୁ ଭ୍ରମର ତ୍ରିପାଠୀ ଓ ସୁଦର୍ଶନ ଗରାବଡୁ ମିଶି ନୀଳକଣ୍ଠର ପାଟିଟି ଖୋଲିସାରିଥାନ୍ତ।
ୟେ ରୋଗ ନୁହେଁ, ଜନ୍ମଗତ ଦୋଷା
ସଦାନନ୍ଦ କବିରାଜ ଶୂନ୍ୟକୁ ଚାହିଁ ଖୁବ୍‌ ଗମ୍ବୀର ସ୍ଵରରେ କହିଲେ।
ଭ୍ରମର ତ୍ରିପାଠୀ ବିକଳ ହେଇ ପଚାରିଲେ- ଉପଚାର କଲେ ?
ଯାହା ଦୈବର ଭିଆଣ ତାକୁ କିଏ ବଦଳେଇ ପାରିବ ? - ସଦାନନ୍ଦ ଆହୁରି ଗମ୍ବୀର ଭାବେ କହିଲେ। ସୂଦର୍ଶନ ଗରାବତୁ ନେହୁରା ହେବା ପରି କହିଲେ- ଆପଣ ଟିକେ ଚେଷ୍ଟା କରନ୍ତୁ
ଭଗବାନ ତାକୁ ଗଢ଼ିବାବେଳେ ସ୍ଵରପେଟିକା ଯନ୍ତ୍ରଟି ଆଦୌ ଦେଇନାହାନ୍ତି ମୁଁ ତ ନିମିତ୍ତ ମାତ୍ରା ଆପଣ ଏତେବଡ଼ ଗାଆଣ, ଏତେ ପୁରାଣ, ଶାସ୍ତ୍ର ପଢ଼ିଛନ୍ତି, କହିଲେ, ଦୈବର ବିଧାନକୁ କୋଉ ବୈଦ୍ୟ ବଦଳେଇ ପାରିବ ¢
ଭ୍ରମର ତ୍ରିପାଠୀଙ୍କ ଆଖିରୂଦି 'ଧାର ଲୁହ ଗଡ଼ିପଡ଼ିଲା। ତାଙ୍ଗ ଛାତିଥଠ ଇ ବାରମ୍ବାର ଦୀର୍ଘଶ୍ବାସ ବାହାରି ଆସିଲା। ସେ ଆଖିର ଲୂହ ପୋଛିଦେଲେ ଓ ନୀଳକଣ୍ଠର ନିଷ୍ଣାପ ମୂହଁକୁ ଚାହିଁଲୋ। ବସାରୂ ଖସିପଡ଼ିଥିବା କୂନି ଛୁଆଟି ପରି ସେ ଜଳଜଳକି ଭ୍ରମରଙ୍କ ମୂହଁକୁ କେବଳ ଚାହିଥାଏ। _
ସଦାନନ୍ଦ କବିରାଜଙ୍ଗଂ ପାଖରୁ ଫେରିବା ପରେ ଭ୍ରମର ଚ୍ରିପାଠ ନିଶ୍ଚିତ ହେଇଗଲେ ଯେ, ତାଙ୍ଗର ଏକମାତ୍ର ପୂଅ ଜୀବନରେ କେବେ ଶବ୍ଦଟିଏ ଉଚ୍ଚାରଣ କରିପାରିବ ନାହିଁ। ତଥାପି ଭ୍ରମରଙ୍କ ପତ୍ନୀ ରଇଗଂଲତ
କେତେ କେତେ ଦିଅଁ ଦେବତାଙ୍କୁ ପୂଜା କରୁଥିଲେ, ମାନସିକ କରୁଥିଲେ ନିଜପୁଅ କଣ୍ଠରୁ ଶବ୍ଦଟିଏ ଶୁଣିବା ପାଇଁ।
ଗୀ ଛାଡ଼ି ନୀଳକଣ୍ଠ ଯୋଉଦିନ ବାକ୍କ୍‌ ଓ ବେଡ଼ିଂ ଧରି ସହରକୁ ଗଲ ମୂକ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ, ସେଦିନ ବି ରଇଂଲତା ଠାକୁରକୀ ଉପରୁ ଭରସା ତୁଟାଇ ନ ଥିଲୋ ସେ ଭାବୁଥିଲେ ଦିନେନା ଦିନେ ତାର୍କୀ ପୁଅର କଣ୍ଠ ଖୋଲିଯିବ ଓ ବଡ଼ ପାଟିରେ ବୋଉ ବୋଉ ତାକି ସେ ତାଙ୍କ ପାଖକୁ ଦୌଡ଼ି ଆସିବା
ମାଟ୍ରିକ୍‌ ପାସ୍‌ କରିବା ପରେ ନୀଳକଣ୍ଠର ଇଚ୍ଜା ଥିଲା ଆଉ ଅଧିକ ପଢ଼ିବା ପାଇଁ। ହେଲେ ସେହି ବର୍ଷ ଭ୍ରମର ଚ୍ରିପାଠୀ ଆରପାରିକ୍ସ ଚାଲିଗଲେ। ନୀଳକଣ୍ଠକୁ ସବୁଆଡ଼େ ଯେମିତି ଅନ୍ଧାର ଦେଖାଗଲା ଆଗକୁ ଆଉ ପଢ଼ିବାର ଯେଉଁ ସ୍ଵପ୍ନଟି ସେ ଦେଖୁଥିଲା, ତାହା ଯେମିତି ହଠାତ ଅଧାରୁ ଶେଷ ହେଇଗଲା।
ନୀଳକଣ୍ଠ ଗୀକୁ ଫେରି ଆସିଲା।
ଗୀରେ ବୁଢ଼ୀ ବୋଉ ସବୁଦିନ ଦେବତାମାନଙ୍କୁ ଅଭିସମ୍ମାତ ଦେଟ୍ଚ କାନ୍ଦୁଥିଲା। ଖାଲି କ'ଣ ସେତିକି, କୋଉ ଠାକୁରାଣୀ? ପାଖରେ ମାନସିକ କରିଥିଲା ଯେ, ତା' ପୂଅ କଥା ନ କହିବାଯାଏ ସେ ବୀ ହାତରେ ଖାଇବ ମୁଣ୍ତରେ ତେଲ ଲଗେଇବ ନାହିଁ। ସେଇ ମାନସିକ ଯୋଗୁ ସେ ବଟ କଷ୍ଟରେ ବୀ ହାତରେ ଖିଆପିଆ କରୁଥିଲା। ତେଲ ନ ବାଜି ତା' ମୁଣ୍ତ ବୁଟିସବୁ ଜଟ ହେଇ ଯାଇଥିଲା।
ବୋଉକୁ ଏଣିକି ଗୀରେ ଲୋକ ରଙ୍ଗୀବାୟାଣୀ ବୋଲି ଡାକୁଥିଲେ ତଥାପି ତା' ମନରେ ଦୁଃଖ ନ ଥିଲା|
ସେମିତି ନିଜ ପୁଅ ମୂହଁରେ ପଦେ କଥା ଶୂଣିବ ବୋଲି ବାୟାଣୀ ହେଟ ସେ ବି ଆରପୁରକୁ ଚାଲିଗଲା।
ବୋଉ ଚାଲିଯିବା ପରେ ନୀଳକଣ୍ଠର ଇଚ୍ଛା ହେଲା ଚିକ଼ାର କଟି କାନ୍ଦିବାକୁ ହେଲେ, ସେ କୋଉ କାନ୍ଦି ପାରିଲା।
ଦିନକୂ ଦିନ ଗୀରେ ଏକ ଅନାବନା ଗଛ ପରି ବଡ଼ ହେଉଥିଳ ନୀଳକଣ୍ଠ। କାହାରି ନଜରରେ ସେ ପଡ଼ୁ ନ ଥିଲା କି ସମସ୍ତେ ତାକୁ ଆଡ଼େଝ ଯାଉଥିଲେ କେଜାଣି, ତାକୁ ଭୀଷଣ ଅସ୍ଵସ୍ତିକର ଲାଗୁଥିଲା ଜୀବନା
ତାକୁ ଲୋକମାନେ କେବଳ ମୃକ ବୋଲି କହୁ ନ ଥିଲେ, ଅକ୍ଷ ଅସମର୍ଥ ଓ ଅପଦାର୍ଥ ବୋଲି ଧରି ନେଇଥିଲୋ
ସେଇ ଗୀରେ ପ୍ରତିବର୍ଷ ଦୋଳ ପୂନେଇଁ ବେଳକୁ ଲୋକମାନେ ଡ୍ରା କରୁଥିଲେ।
ନୀଳକଣ୍ଠର ବି ଇଚ୍ଜା ହଉଥିଲା ସେ ଡ୍ରାମାରେ ମିଶିବା ପାଇଁ। ବାପାଟ୍ଟ ପରି ସେ ସୁଲଳିତ ସ୍ଵରରେ ଛାନ୍ଦ, ଚଉପଦୀ ନ ଗାଇ ପାରିଲେ ବି ନୃତ ତ କରିପାରିବ। ହାତରେ ଠରାଠରି କରି ସେ ଯେତେବେଳେ ଗୀ ପିଲାଙ୍କୁ ତା' ମନର କଥା କହୁଥିଲା, ପିଲାମାନେ ହସୁଥିଲେ ଓ କହୁଥିଲେ- ହେ ଘୁଙ୍ଗ। ଯା, ଯାଃ। କେବେ ଯଦି ବଳଦ କି ଘୃଷୁରି ରୋଲ୍‌ ଦରକାର ହୁଏ, ତୂ ସେଇଟା କରିବୁା ସବୁଠାରୁ ବଳୁଆ ପିଲା ଭୋବନା, ତାକୁ ଧକ୍କା ମାରେ। ତା' ପ୍ୟାଣ୍ଟ୍‌ ଖୋଲିଦେଇ କହେ- ମାଇଚିଆ |
ଦଳେ ପିଲା ହୋ ହୋ ହେଇ ହସନ୍ତା
ନୀଳକଣ୍ଠର ଅଭିନୟ କରିବାର ଇଜ୍ଜଥାକୁ ବାମନର ଚନ୍ଦ୍ରକୁ ଧରିବା ଇଜ୍ଜା ସହ ସମାନ ବୋଲି କହି ତାକୁ ନିର୍ଦ୍ଦୟ ଭାବେ ନାକଚ କରି ଦିଅନ୍ତି ତାକୁ ଅପମାନିତ କରି ସେଠୁ ତଡ଼ିଦିଅନ୍ତ। ।
ନୀଳକଣ୍ଠର ଇଚ୍ଛା ହୁଏ ଚିକ୍କାର କରି ସେମାନଙ୍କ ନିର୍ଦ୍ଦୟ ହସକୁ ବନ୍ଦ କରି । ସେମାନଙ୍କ ଅପମାନର ଜବାବ୍‌ ଦେବାକୁ। ହେଲେ ସେ ପାରେ ନାହିଁ| ତା' ଆଖିରୁ ବୋହିପଡୁଥିବା ଲୂହକୁ ସେ ପୋଛିଦେଇ ବୁପ୍‌ଚାପ୍‌ ଫେରିଆସେ।
ନୀଳକଣ୍ଠ ଶେଷରେ ଗୋଟେ ଦସ୍ତରରେ ଚପରାସୀ ଚାକିରିଟିଏ ପାଇଲା। ଏ ଟେବୁଲ୍‌ରୂ ସେ ଟେବୁଲ୍‌ ଫାଇଲ୍‌ ବୋହି ନେବାବେଳେ ବା ବାବୁମାନଙ୍କୁ, ଚା' ପାଣି ଆଣି ଯୋଗାଇଲା ବେଳେ ସେ ଭାବୁଥିଲା, ଏହା ବୋଧେ ମୋର ଭାଗ୍ୟ ଓ ଭବିଷ୍ୟତ ।
ହେ ନୀଳ, ଆରେ ୟେ କୁଆଡ଼େ ଗଲୂ ବେ- ଉଠା ଏ ଫାଇଲ୍‌ତକ!ା
ବଡ଼ବାବୁ ଚଉକି ଉପରେ ଗୋଡ଼ ଟେକି ବସୁବସୁ ଏକବାରେ ଚିକ୍କାର କରନ୍ତା
ଆକାଉଣ୍ଟ୍‌ ସେକ୍ସନ୍‌ରୂ ମହାନ୍ତ ବାବୁ ଚିଲ୍ଲାନ୍ତି“ ହୋ ନୀଳାନ୍ଥା, ଗଲ ଗଲ ଚା ତିନିଟା ସିଗାରେଟୁଟାଏ ଆଣିବା
ନୀଳକଣ୍ଠର କଣ୍ଠ ରୁନ୍ଧିହେଇଯାଏ।
ହେଲେ, ଗୀ ପିଲାଙ୍କ ଅପମାନ ଠାରୁ ଅଧିକ ନ ଥିଲା ଏ କଷ୍ଟ | ଜୀବନ ବଞ୍ଚିବା ପାଇଁ ଜୀବିକାକୁ ଏକ ସାହାରା ବୋଲି ଗ୍ରହଣ କରିନେବା ପରେ, ତା' ଭିତରେ ଆଉ ଦୁଃଖ ନ ଥିଲା|
ମାଟିଆ ଫାଇଲ୍‌ ଓ ଅଇଁଠା ଚା' ଗ୍ଲାସ୍‌ ବୋହିବା ହିଁ ଜୀବନ ବୋଲି ଗ୍ରହଣ କରିନେବାଦିନୁ ନୀଳକଣ୍ଠ ମନରେ ଆଉ ଅବସୋସ କି ଦୁଃଖ ନ ଥିଲା।
ପକ୍ଷୀକଂ କାକଳି ଶୁଣି ଆଉ ସେ ଉଚ୍ଚାଟ ହେଉ ନ ଥିଲା ପକ୍ଷୀ ପରି ରାବିବାକୁ କି କୋଉଠି କୈହି ଗୀତଟିଏ ଗାଉଥିଲେ ନିଜେ ଗୀତ ଗାଇ ନ ପାରିବାର ଦୁଃଖରେ ସେ ଆଉ ବ୍ୟତିବ୍ୟସ୍ତ ହେଉ ନ ଥିଲା।
ଏକ ଶବ୍ଦହୀନ, ସ୍ଵପ୍ନହୀନ ପୃଥିବୀ ହିଁ ତା'ର ଜୀବନ ବୋଲି ସେ ନିଜକୁ ନିଜେ ବୁଝାଇ ଦେଇଥିଲା।
ଦିନେ ସବୁ କିନ୍ତୁ ଓଲଟପାଲଟ କରିଦେଲା ତାଂ ସ୍ତ୍ରୀ ଭାଗ୍ୟବତୀ।
ଭାଗ୍ୟବତୀ ତାକୁ ବିଭାହେବା ପର୍ଯ୍ୟନ୍ତ ନୀଳକଣ୍ଠ ଜାଣି ନ ଥିଲା ଯେ, ଭାଗ୍ୟବତୀ ଜଣେ କଳାକାର ବୋଲି। ସେ ଗୀତ ଗାଏ, ହାର୍‌ମୋନିୟମ୍‌ ବଜାଏ ପୁଣି ନାଚିବି ପାରୋ ଭାଗ୍ୟବତୀର ଏତେ ସବୁ ଗୂଣ ଜାଣିବା ପରେ ନୀଳକଣ୍ଠ ତାକୁ କେତେ ମୂହୁର୍ତ ବିସ୍ମୟରେ ଚାହିଁଲା। ଭାଗ୍ୟବତୀ ଲାଜଲାଜ ହେଲା ଓ ନୀଳକଣ୍ଠର ଓଠରେ ତା' ଆଙ୍ଗୁଠି ଛୁଆଇଁ ଆଣି କହିଲା- ଆଜିଠୁ ମୁଁ ତମରି ସ୍ବରା ମୋରି ବାଟେ ତମେ ତମକଥା କହିବ।
ନୀଳକଣ୍ଠ ଖୁସିରେ ବି କାନ୍ଦି ପକେଇଲା।
ଭାଗ୍ୟବତୀ କହିଲା- ତମେ ବି ପାରିବ। ତମ ନନାଙ୍ଗ ପରି ତମେ ବି ଗାଇ ପାରିବ, ନାଚି ପାରିବ, ମନର କଥା କହିପାରିବ
ନୀଳକଣ୍ଠ ଭିତରେ ପୁଣି ଦୁଃଖ ଓ ଅନୁଶୋଚନା ଉଙ୍କିମାରିଲା। ଭାଗ୍ୟବତୀର ଆଶ୍ଵାସନା ତାକୁ ପୂଣି ଆନମନା କଲା। ନିଜର ଅସାମର୍ଥ୍ୟଯକୁ ନେଇ ପୁଣି ତା' ଭିତରେ ଦୁଃଖର ଢେଉଟିଏ ଖେଳିଗଲା।
ନୀଳକଣ୍ଠ ଭାଗ୍ୟବତୀକୁ ବୁଝାଇବାକୁ ଚେଷ୍ଟା କଲା - ମୋ ଦୁନିଆ ଶବ୍ଦହୀନ, ମୋ ଦୁନିଆ ସ୍ଵପ୍ନହୀନା ମୁଁ ସବୁକିଛି ଦେଖିବି, ସବୁକିଛି ଶୁଣିବି ହେଲେ ମୋ ମନର ଭାଷା ମୁଁ କେବେ ବି କାହାକୁ କହିପାରିବି ନାହିଁ। ଅଲ୍ବ କେଇଦିନ ଭିତରେ ନୀଳକଣ୍ଠର ଅଙ୍ଗଂଭଙ୍ଗୀରୂ ତା' ଭାଷାକୁ ବେଶ୍‌ ବୂଝି ପାରିଲା ଭାଗ୍ୟବତୀ ଯେମିତି, ଖାସ୍‌ ନୀଳକଣ୍ଠ ମୂହଁର ଭାଷା ହେବା ପାଇଁ ସେ ଜନ୍ମ ନେଇଥିଲା।
ଭାଗ୍ୟବତୀ ପୁଣି ଥରେ ତା' କଥାକୁ ଦୋହରାଇଲା- ମୁଁ ତମ ସ୍ଵରା ତମ ଶକ୍ତି। ତମେ ମୋର ପରିଚୟା
ନାଟକର ସଂଳାପ ପରି ଏହିସବୁ କଥା ସ୍ତ୍ରୀର ଭଲ ପାଇବାପଣର ଭାଷା ବୋଲି ଭାବି ନୀଳକଣ୍ଠ ଭୂଲି ଯାଇଥାନ୍ତା। କିନ୍ତୁ ସେ ବର୍ଷ ଦୋଳ ପୂନେଇଁ ବେଳକୁ ଗୀର ତ୍ରାମା ହିଁ ସବୁକିଛି ଓଲଟପାଲଟ କରିଦେଲା।
ସେଦିନ ରାତିରେ ଖାଇବସିଥିବାବେଳେ ଭାଗ୍ୟବତୀ କହିଲା- ଏବର୍ଷ ପିଲାମାନେ ମହିଷାମର୍ଦ୍ଦନୀ ବହି କରୁଛନ୍ତି
ନୀଳକଣ୍ଠ ରୁଟିଖଣ୍ତକ ପାଟିରେ ପୂରେଇ ସାରିଥିଲା ତ, ତଣ୍ଟରେ ଲାଗିଲା ବୋଧେ କିଛି ସମୟ ଖୁଁ ଖୁଁ କାଶିବା ପରେ ପାଣି ପିଇଲା ଓ ଭାଗ୍ୟବତୀକୁ ଠାରରେ ଜଣେଇ ଦେଲା- ସେମାନେ ଯାହା କରୁଛନ୍ତି କରନ୍ତୁ - ଆମର କ'ଣ ଅଛି|
ଭାଗ୍ୟବତୀ କହିଲା- ଏଥର ଡ୍ରାମାରେ ତମେ ଯେମିତି ହେଲେ ମିଶିବା
ନୀଳକଣ୍ଠ ପୁଣିଥରେ ଖୂଁ ଖୁ ହେଇ କାଶିଲା ଓ ବୁପ୍‌ ରହିଲା। ସେ ଜାଣିଲା ଆଜି ଭାଗ୍ୟବତୀ କ'ଣ ପାଇଁ ଗୋଟେ ଏକଥା କହୁଚି, କାଲି ସକାଳୁ ପୁଣି ଭୂଲି ଯିବନି।
ଭାଗ୍ୟବତୀ 4: ସକାଳକୁ ଆଦୌ ଭୂଲି ନ ଥିଲା ସେକଥା। ସେ ଯୁକ୍ତିକଲା- ଗୀରେ ସମସ୍ତେ ଯେତିକି ଚାନ୍ଦାଭେଦା ଦଉଛନଚ୍ି, ତମେବି ସେତିକି ଦଉଛା। ତମେ କଥା କହିପାରୂନ ବୋଲି ତମଠୁ ଚାନ୍ଦା ନେଲାବେଳେ ସେମାନେ କମେଇ ଦଉଛନ୍ତି କି ¢
ନୀଳକଣ୍ଠ ବିବ୍ରତ ହେଇ ଭାଗ୍ୟବତୀକ୍ସ୍ଟ ଚାହିଲା।
ତମେ ତାଇଲଗ୍‌ ନ କହିଲେ ନାହ ଆକ୍‌ଟିଂ ତ କରିପାରିବା - ଭାଗ୍ୟବତୀ ଏତକ ଖୁବ୍‌ ଜୋର୍‌ଦେଇ କହିଲା। °
ନୀଳକଣ୍ଠ ଦୀର୍ଘଶ୍ବାସ ' ପକେଇଲା ଓ ହାତଠାରି ପଚାରିଲା- କଥା ନ କହି ମୁଁ ଡ୍ରାମା କେମିତି କରିବି ?
ଭାଗ୍ୟବତୀ ସୁକ୍୍‌ସୁକ୍‌ ହେଇ କାନ୍ଦିଲା ଓ କହିଲା- ତମେ ପା କହୁଥିଲ, ପିଲାଦିନେ ତମକୁ ସେମାନେ ଆଖେଡ଼ା ଘରୁ ଧକ୍କା ଦେଇ ବାହାର କରି ଦେଇଥିଲେ ଏବଂ କହିଥିଲେ- ବଳଦ କି ଘୃଷୁରି ରୋଲ୍‌ ହେଲେ କରିବ ବୋଲି।
ନୀଳକଣ୍ଠ ବିବ୍ରତ ହେଲା ଓ ଘନଘନ ଦୀର୍ଘଶ୍ବାସ ପକେଇଲା। ଭାଗ୍ୟବତୀ କହିଲା- ମୋ ବାପଘର ଗୀରେ ସମସ୍ତେ ଜାଣିଛନ୍ତି ତମେ ଏଡ଼େ ବଡ଼ ଗାଆଣଙ୍କ ପୁଅ ଗାଇ ନ ପାରିଲେ ନାହିଁ, ବଜେଇବା, ନାଚିବା ଆଉ ନଚେଇବାରେ ତମେ ଓସ୍ତାଦ ବୋଲି ଗୀ ସାରା ମୁଁ ସମସ୍ତଙ୍କୁ କହିଦେଇଛି।
ନୀଳକଣ୍ଠ ହାତ ଛାଟିଲା। ଛାତିରେ ହାତ ପିଟିଲା, କପାଳକୁ ଚାପି ଧରିଲା ଓ ପୁଣିଥରେ ସେଇକଥା ପଚାରିଲା- ମୁଁ ଡ୍ରାମା କେମିତି କରିବି ¢ ଘରସାରା, କେତେଥର ଏପଟ ସେପଟ ହେବାପରେ ସେ ଜଣେଇ ଦେଲା, ପିଲାଦିନୁ ଡ୍ରାମାରେ ମିଶିବାକୁ କହିଲାରୁ ଯୋଉଁ ଗୀ ଲୋକମାନେ ମତେ ଧକ୍କାମାରି ବିଦା କରୁଥିଲେ, ସେମାନେ ଏବେ କେମିତି ମତେ ମିଶେଇବେ ?
ମୁଁ ସେମାନ ସହ କଥା ହେଇସାରିଛି। ଭାଗ୍ୟବତୀ ଆଖି ନଚେଇ କହିଲା।
ନୀଳକଣ୍ଠ ବିସ୍ମୟ ଓ ଅବିଶ୍ଵାସରେ କେତେଥର ଭାଗ୍ୟବତୀକୁ ହଲେଇଦେଲା। ।
ଭାଗ୍ୟବତୀ କହିଲା, ଯୋଗକୁ ଏବର୍ଷ ସେମାନେ ମହିଷାମକିନୀ ବହି
କରୁଛ ନ୍ତି । ନୀଳକଣ୍ଠ ଆଶ୍ଚର୍ଯ୍ୟ ହୋଇ ଚାହିଁଲା, ପରବର୍ତୀ କଥାକୁ| `
ମହିଷାସୂର ହେବ, ତମ ସୋଇ ସାଇର ସେଇ ଭୋବନା | ସେଇଟାକୁ ଭଗବାନ କଟ୍ଜରୁ ମହିଷାସୁର ପରି ଗଢ଼ିଛନ୍ତି। ଇଲୋ ବୋପାଲୋ ଏଡ଼ିକି ମୋଟା ସେ ଲୋକଟା। କଳାରଙ୍ଗଂ ବି ସେମିତି ହେଇଚି।
ଭୋବନା ସ୍ଵାଇଁର ନୀ ଶୂଣିବା ମାତ୍ରେ ନୀଳକଣ୍ଠର ଦେହରେ ଯେମିତି ନିଆଁର ତରଇଂଂଟିଏ ଖେଳିଗଲା। ପିଲାଦିନେ ଏଇ ଭୋବନା ସ୍ଵାଇଁ ତାକୁ ଘୁଙ୍ଗଂ କହି ଆଖେଡ଼ା ଘରୂ ଲଇଂଳା କରି ତଡ଼ି ଦେଇଥିଲା। ଖାଲି ତଡ଼ି ଦେଇ ନ ଥିଲା ତାକୁ ଗୋଇଠାଟାଏ ମାରି କହିଥିଲା- ଶାଲା ଘୁଙ୍ଗା ପୁଣି ଡ୍ରାମାରେ ମିଶିବା ଯାଃବେ ଏଠୁ। ବଳଦ କି ଘୃଷ୍ୁରି ପାଆଟ ଯୋଉଦିନ ହବ ଆସିବା
ସେଇଦିନୁ ନୀଳକଣ୍ଠ ଆଉ ଡ୍ରାମାରେ ମିଶିବା କଥା କେବେ ବି ଭାବିନି। ଆଜି ପୁଣି ସେଇ ଭୋବନା ସ୍ଵାଇଁ ସହ ସେ କେମିତି ଡ୍ରାମା କରିବ।
ସେ ଭାଗ୍ୟବତୀର ଦି' ବାହାକୁ ହଲେଇଦେଇ ପଚାରିଲା- ମୁଁ ସେ ଡ୍ରାମାରେ କ'ଣ କରିବି ?
ତମେ ସିନା କଥା କହିପାରିବ ନାହିଁ। ଆକ୍‌ଟିଂ ତ କରିବା ତମେ ଏଥର ହେବ ମାଂ ଦୁର୍ଗାଙ୍କ ସିଂହ।
ନୀଳକଣ୍ଠ ଚମକିପଡ଼ିଲା ଓ ଭାଗ୍ୟବତୀ ଠାରୂ କିଛି ଦୂରରେ ଯାଇ ଠିଆହେଲା।
ଭାଗ୍ୟବତୀ କହିଲା- ତମକୁ ମୋ ରାଣ, ମନା କରନି। ଗୀ ଲୋକଙ୍କୁ ଜଣେଇ ଦିଅ, ତମେ ବି ଜଣେ କଳାକାରା ମୋ ବାପଘର ଗୀରୂ କେତେ ଲୋକ ଏବର୍ଷ ତ୍ରାମା ଦେଖିବାକୁ ଆସିବେ। ସେମାନେ ଥରେ ଦେଖନ୍ତୁ, ତମେ କେତେ ବଡ଼ କଳାକାରା। ତମେ ଏତେ ବଡ଼ ଗାଆଣଙ୍କ ପୂଅ ହେଇ ଏଇ ଛୋଟିଆ ରୋଲ୍‌ଟେ କରିପାରିବନି!
ନୀଳକଣ୍ଠ ପୁଣି କେତେଥର ଘର ଭିତରେ ଏପଟସେପଟ ହେଲା ଓ ଖଟ ଉପରେ ବୁପ୍‌ହେଇ ବସିଗଲା।
ଭାଗ୍ୟବତୀ ତା” ପାଖକୁ ଆସି ପିଠି ଆଉଁଶିଦେଲା ଓ କହିଲା, ଅଫିସ୍‌ରେ ଅଇଁଠା ଚା' ଗ୍ଲାସ୍‌ ଉଠାଅ ବୋଲି ପ୍ରା ମନ ଉଣା କରୁଥିଲ। ଦେଖିବ, ସିଂହ ହେଇ ତମେ ଯେତେବେଳେ ଷ୍ଟେକ୍‌କୁ ଚାଲି ଆସିବ, ତାଳିରେ କେମିତି କମ୍ଷିଯିବ ଚଉଦିଗ। ଯୋଉ ଗୀ ଲୋକ ତମକୁ ଛିଛାକର କରୁଥିଲେ, ତାକ ମୂହଁରେ କଳା ବୋଳି ହେଇଯିବା ତମେ ପାରିବା ତମେ ବା ମୋ ପରିଚୟା ମୁଁ ତମ ସ୍ଵର।
ନୀଳକଣ୍ଠ ଥରେ ଭାଗ୍ୟବତୀର ମୁହଁକୁ ଚାହିଲା ଓ ଥରେ ଘରର ଛାତକୁ ଚାହିଁଲା। ସେ ଥଳକୂଳ ପାଇଲାନି କ'ଣ କରିବ ବୋଲି
ଶେଷରେ ଭାଗ୍ୟବତୀର ଜିଦ ଆଗରେ ନୀଳକଣ୍ଠ ହାର୍‌ ମାନିଲା ଓ ଆଖେଡ଼ା ଘରକୁ ଗଲା ମହିଷାମବ୍ଦନୀଙ୍କ ସିଂହ ରୋଲ୍‌ କରିବା ପାଇଁ| ସେ ଆଖେଡ଼ା ଘରକୁ ପଶୂ ପଶୁ ପ୍ରଥମେ ତା'ର ଭେଟ ହେଲା ଭୋବନା ସ୍ବାଇଁ ସହ ନୀଳକଣ୍ଠକୁ ଦେଖୁ ଦେଖୁ ଭୋବନା ସ୍ବାଇଁ ସତକୁସତ ମହିଷାସୁର ପରି ହସିଲା ଓ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି କହିଲା- ହେଇ ଆସିଗଲେ ସାକ୍ଷାତ ଜଙ୍ଗଲରୁ ସିଂହା ଭୋବନା ସ୍ଵାଇଁର କଥା ଶୁଣି ସମସ୍ତେ ହୋ ହୋ ହେଇ ହସିଲେ। ନୀଳକଣ୍ଠକୁ ଲାଗିଲା, ଯେମିତି ସେ ସଭା ମଝିରେ
ଠିଆ ହୋଇଚି ଓ ତା' ଅଣ୍ଟାରୂ ଲୂଗାଖଣ୍ରୂକ ତଳେ ଖସି ପଡ଼ିଛି ଯେ ତା'ର ଉଠାଇବାକୁ ବଳ ପାଉନି।
ଭୋବନା ସ୍ବାଇଁ ନୀଳକଣ୍ଠର ପାଖକୁ ଚାଲିଆସି ତା' ଖୁଆକୁ ଧରି ଘେରାଏ ବୁଲେଇ ଦେଲା ଓ କହିଲା- ହେ ନୀଳା। ଖାଇପିଇ ତାଗେଡ଼ା ହ'ବୋ | ଶଳା, ତୋ ମାଇକିନିଆ ଜିଦି କରୁଚି, ତୂ ଡ଼ାମାରେ ସିଂହ ହବୃ ବୋଲି, ତୁ ଶଳାଟି ମାଭ୍ତ ବିଲେଇ ଭଳିଆ କୁଁ କୁଁ କ'ଣ ହଉଚୁ ବେ! ଲୋକମାନେ ପୁଣିଥରେ ହସିଲୋ। ନୀଳକଣ୍ଠକୁ ସେ ହସ ମେଘ ଘଡ଼ଘଡ଼ି ପରି ଭୟଙ୍କର ଶୁଭିଲା। ସେ ଚୁପ୍‌ଚାପ୍‌ ତଳକୁ ମୁହଁପୋତି ବସି ପଡ଼ିଲା।
ସେଦିନ ଆଖେଡ଼ା ସରିବା ଯାଏ, ସେ ସେମିତି ମୂର୍ଟିଏ ପରି ବୁପ୍ଚାପ ବସିଥିଲା। ଦୁର୍ଗା ରୋଲ୍‌ କରୁଥିବା ପାଢ଼ୀ ସାଇର ରତ୍ନାକର ପାଢ଼ୀ ଅଣ୍ଟାରେ ଗାମୁନ୍ଥା ଖଣ୍ଡେ ଗୁଡ଼େଇ, ହାତରେ ଭଙ୍ଗଂ କାଠ ଚଉକିର ହାତଟିଏ ଧରି ଚିତ୍କାର କରୁଥିଲା। ଭୋବନା ସ୍ଵାଇଁ ସେ ଆଖେଡ଼ା ଘର ସାରା ଡିଆଁଡିଇଁ କରି କକ୍ଷୋଉଥିଲା। ହେଲେ, ନୀଳକଣ୍ଠକୁ ଲାଗୁଥିଲା, ଯେମିତି କୋଉଠି କିଛି ହେଲେ ଘଟୁନାହିଁ।
ଆଖେଡ଼ା ସରିବା ପରେ ସେ ବୁପ୍ଚାପ୍‌ ଘରକୂ ଫେରିଲା ଓ ଫେରଂ ବାଟରେ ମନେ ମନେ ମ୍ରିର କଲା, ନା ଭାଗ୍ୟବତୀକୁ ବୁଝେଇ ଦେବି, ନ ଏମିତି ଅପମାନ ସହି ଡ୍ରାମା କରିପାରିବି ନାହିଁ। ପିଲାଦିନ କଥା ଅଲଗ ଥିଲା। ଏବେ ଆଉ ପାରୁନି।
ଭାଗ୍ୟବତୀ କିନ୍ତୁ ବୁଝେଇଦେଲା- କଳାକାରର ପୁଣି ମାନ-ଅପମାନ କ'ଣ! ତମେ ତମ କଳାରେ ସେମାନଙ୍କ ଅପମାନର ପ୍ରତିଶୋଧ ନିଅ ଥରେ ତମେ ଜିତିଗଲେ, ସେମାନେ ଆଉ ତମକୂ ହରାଇବାକୁ ସାହସ କରିବେନି। ନ ହେଲେ ସାରାଜୀବନ ଗୋଟାଏ ପରାଜିତ, ଅପମାନିଂ ମଣିଷ ହେଇ ରହିଯିବା
ନୀଳକଣ୍ଠ ପୁଣି ଦ୍ଵନ୍ଦ୍ଵରେ ପଡ଼ିଲା ଓ ପୁଣି ପରଦିନ ସଂଧ୍ୟାରେ ଆଖେଡ଼ ଘରକୁ ଗଲା। ତାକୁ ଭାଗ୍ୟବତୀର କଥା ସବୁ ମନ୍ତ୍ର ପରି ଲାଗୁଥିଲା। ଭାବୁଥିଲା, ମୁଁ ଏ ନାରୀର ମାୟାରେ ପଡ଼ି ବୁଡ଼ିଯିବି ନାହିଁ ତ! ତଥାପି  ଆଗୋଉଥିଲା।
ସାତୋଟି ସଞ୍ଜ ସେ ଆଖେଡ଼ା ଘରେ ବିତେଇବା ପରେ ଦିନେ ଡ୍ର ଡାଇରେକ୍ଟରଙ୍କୀର ଦୃଷ୍ଟିପଡ଼ିଲା ତା' ଉପରେ । କହିଲେ - ଇରେ ନୀଳ ତୁ ପରା ଦେବୀ ଦୁର୍ଗାଙ୍କ ବାହନ ହବୁା ଦେଖିବା ଟିକେ ସିଂହପରି ଗୁରୁଣ୍ଡିଲ୍ବ।  ନୀଳକକଣ୍ଟ ଭୂଇଁରେ ଆଣ୍ଠୁ ମାଡ଼ିଲା। ତଳକୁ ମୂହଁ ପୋତି ହାତ ଭରାଦେଟ
ଚତୂଷ୍ଣଦ ପ୍ରାଣୀଟିଏ ପରି ଗୁରୁଣ୍ତିବାକୁ ଆରମ୍ବ କଲାମାତ୍ରେ। ଆଖେଟ୍ନ ଘରେ ସମସ୍ତେ ଏକାବେଳକେ ହୋଓ ବୋଲି ଚିକ଼ାର କଲୋ ଦୁର୍ଗା ରୋମ କରୁଥିବା ରତ୍ନାକର ପାଢ଼ୀ ତ ଦୌଡ଼ି ଆସି ତା' ପିଠି ଉପରେ ଏକବାଂ ସବାର୍‌ ହେଇଗଲା ଓ କହିଲା- ଆରେ ବାଃ ମୋ ବାହନଟା ବଢ଼ିଆ ହେଇଟି
ଲୋକମାନେ ତାଳି ମାରିଲେ। ହୁଇସିଲ୍‌ ମାରିଲୋ। କେହି କୌ ସିଂହପରି ଗର୍ଜନ ବି କଲୋ। ମୋଟ୍‌ ଉପରେ ନୀଳକଣ୍ଠର ସିଂହ ଅଭିନୟ ସେମାନେ ଉପଭୋଗ କରୁଛନ୍ତି ବୋଲି ଜଣାଇଦେଲେ କିନ୍ଧୁ କୌ ଦେଖିଲେ ନାହିଁ, ତଳକୁ ମୂହଁ ପୋତି ସେ ଗୁରୁଣ୍ଡୁଥିବା ବେଳେ, ତ ଆଖିରେ ଆଖିଏ ଲୁହ ଥିଲା ବୋଲି।
ଡ୍ରାମା ଡାଇରେକ୍ଟର ଠୋ ଠୋ କରି ତାଳି ମାରି କହିଲେ- ସାବା ନୀଳା, ସାବାସ୍‌ । ଇରେ ତତେ କଷ୍ଟ୍ୟୁମ୍‌ ପିନ୍ଧେଇ ଦେଲେ ତୁ ପୂରା ଜଙ୍ଗଂଳ ଜାନୁଆର୍‌ ହେଇଯିବୁ ।
ଲୋକମାନେ ପୁଣି ତାଳି ମାରିଲେ ଓ ହୁଇସିଲ୍‌ ମାରିଲେ।
ତ୍ରାମାର ଦିନଟି ଯେତିକି ଯେତିକି ପାଖେଇ ଆସୁଥିଲା, ନୀଳକ ଭିତରେ ସେତିକି ତୀବ୍ର ଭାବେ ଦ୍ଵନ୍ଦ୍ର ଓ ଆଶଙ୍ଗା ବଢୁଥିଲା। 6 କେତେବେଳେ ଭାବୁଥିଲା ଭାଗ୍ୟବତୀକୁ ଆଉ ଗୀ ବାଲାଙ୍କୁ ହାତଯୋଡ଼ି ମନାକରିଦବ, ତା' ଦ୍ଵାରା ଏ ଡ଼ାମାଫ଼ାମା ହବ ନାହିଁ ବୋଲି। କେତେବେଳେ ପୁଣି ମନେ ପଡୁଥିଲା ଭାଗ୍ୟବତୀର ନୂଖୂରା ମୂହଁ ଓ ତା' କଥା- ତମେ ମୋର ପରିଚୟ, ମୁଁ ତମର ସ୍ଵରା
` ଡ୍ରାମାଦିନ ସତକୁସତ ଭାଗ୍ୟବତୀର ଗୀରୂ ଛ'ଜଣ ଆସି ପହଞ୍ଚିଲେ ଡ୍ରାମା ଦେଖିବା ପାଇଁ। ସେଦିନ ଭାଗ୍ୟବତୀର ପାଦରେ ଯେମିତି ପର ଲାଗିଯାଇଥିଲା। ସେ ସମସ୍ତଙ୍କୁ ବାରମ୍ବାର କହୁଥିଲା- ମୁଁ କହୁ ନ ଥିଲି ୟାଙ୍କ ବଅଁଶରେ ସମସ୍ତେ କଳାକାର ବୋଲି।
ମାଇକ୍‌ରେ ଘନ ଘନ ଘୋଷଣା ହେଉଥିଲା ନାଟକର କଥା। ଗୀର ଠାକୁରାଣୀ ପଡ଼ିଆ ଠାରୁ ବୁଢ଼ା ବରଗଛ ଯାଏ ସବୁଆଡ଼େ ରଇଁଂନ ଆଲୋକ ଝଲସୁଥିଲା।
ସେଦିନ ସଞ୍ଜ ବୁଜୁବୁଡୁ ଭାଗ୍ୟବତୀ ଯାଇ ମଞ୍ଚ ପାଖରେ ତା' ସାଇର ମଣିଷମାନଙ୍କ ପାଇଁ ଜାଗା ମ୍ରିର କରି ଆସିଥିଲା।
ଶେଷରେ ଆସି ଉପନୀତ ହେଲା ସେହି ପ୍ରତୀକ୍ଷିତ ମୁୂହୂର୍ତା ଦେବତାମାନଙ୍କ ପ୍ରାର୍ଥନା ପରେ ଦୁଷ୍ଟ ମହିଷାସୂରକୁ ନିଧନ କରିବା ପାଇଁ ମା' ଦୁର୍ଗା ଏବେ ଧରାବତରଣ କରିବେ।
ମଞ୍ଚର ନାଲିନୀଳ ଆଲୁଅ ଖେଳ ଭିତରେ ମହିଷାସୂର ବେଶରେ ଭୋବନା ସ୍ଵାଇଁ ଚିତ଼କାର କରୂଚି।
ତା” କାନରେ କୁଣ୍ତଳ ଚିକ୍‌ ଚିକ୍‌ କରୁଚି।
ତା' ମୁଣ୍ତୁର ମୁକୁଟ ରଙ୍ଗିନ ଆଲୁଅରେ ଝଲସି ଉଠୁଛି।
ତା' ହାତର ଖଡ଼ଗ ବଡ଼ ଶାଣିତ ଦିଶୁଛି|
ଦୁର୍ଗାରୃୂପୀ ରତ୍ନାକର ପାଢ଼ୀର ପଛପଟେ ଆଠଟି କାଠ ହାତ ବନ୍ଧ୍ଯ ହେଇଛି। ଆଠଟି କାଠ ହାତରେ ଓ ନିଜର ଦୁଇଟି ହାତରେ ସେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରିସାରିଲାଣି। ସିଂହର ପୋଷାକ ପିନ୍ଧି ତାବଙ୍ଟଂ ପାଦ ପାଖରେ ଗୁରୁଣୁଚି ନୀଳକଣ୍ଠ। ଡାଇରେକ୍‌ଟର ଇସାରା କରିବା ମାତ୍ରେ ଦୁର୍ଗାରୂପୀ ରତ୍ନାକର ପାଢ଼ୀ ଗୋଟାଏ ପାଦ ସିଂହ ପିଠିରେ ରଖିଲା ଆର ପାଦରେ ନୃତ୍ୟ କଲାପରି ଡେଇଁ ଡେଇଁ ମଞ୍ଚ ପ୍ରବେଶ କଲା।
ମହିଷାମବ୍ଦନୀ ଦୁର୍ଗାଙ୍କୁ ଦେଖିବା ମାତ୍ରେ ଘନଘନ କରତାଳି ଓ ହରିବୋଲ ହୁଳାହୁଳିରେ ସବୁଆଡ଼ ନିନାଦତ ହେଲା।
ନୀଳକଣ୍ଠକୁ କିନ୍ତୁ ଶୁଭିଲା, ଯେମିତି ଦୂର୍ଗାସଃ ଆବାହନ ପାଇଁ କୋଉଠି ବାଜି ଉଠୁଛି ସହସ୍ର, ଘଣ୍ଟ, ଘଣ୍ଟା, କାହାଳୀ, ଭେରୀ ଓ ତୂରୀ | ସେ ମଞ୍ଚର ଏପଟୁ ସେପଟ ହାଉଁ ହାଉଁ ହେଇ ଗୁରୁଣ୍ତି ଯିବାମାତ୍ରେ ଆହୁରି ତୀବ୍ର ହେଉଥିଲା ସେ ସ୍ଵରା
ଏଥର ମହିଷାସୁର ରୂପୀ ଭୋବନା ସ୍ଵାଇଁ ହସିଲା ଗଳା ଫଟେଇ ଓ ଚିତ୍କାର କଲା। ନୀଳକଣ୍ଠକୁ ଲାଗିଲା ପିଲାଦିନେ ସେଇ ଆଖେଡ଼ାଘରେ ଭୋବନା ସ୍ବାଇଁ ତାକୁ ଯେମିତି ଅପମାନିତ କରିଥିଲା, ଆଜି ସେମିତି କରୁଛି। ନାଟକର ନିର୍ଦ୍ଦେଶନା ଅନୁସାରେ ଏଥର ଦୁର୍ଗାରୂପୀ ରତ୍ନାକର ତା' ଦେହରୁ ପ୍ରଥମ ଆସ୍ରରଣ ଶାଢ଼ିଖଣ୍ଡୁକ ଖୋଲିଦେବ ଓ ତାଙ୍ଗର ସେହି ରୂପକୁ ଦେଖି ମହିଷାସୁର ଆଣ୍ଠୁମାଡ଼ି ବସିଯିବା ମାତ୍ରେ ଦୂର୍ଗା ତା' ଛାତିକୁ ବିଦ୍ଧ କରିବେ। ସିଂହରୂପୀ ନୀଳକଣ୍ଠ ମହିଷାସୁରର ଜାନୁ ପାଖରେ ମୁହଁ ଲଗାଇଦେବା ବାସ୍‌
ମହିଷାସୁର ଟହ ଟହ ହସୁଥିଲା। ହସି ହସି ସେ ସାରା ମଞ୍ଚକୁ ଦି'ଭାଗ କରୁଥିଲା।
ନୀଳକଣ୍ଠକୁ ପୁଣି ଲାଗିଲା ଯେମିତି ନାଟକର ମହିଷାସୂର ନୂହେଁ ବରଂ ପିଲାଦିନେ ଆଖେଡ଼ା ଘରେ ତାଙ୍କୁ ଅପମାନିତ କରି ଖୁବ୍‌ ହସୁଛି ଭୋବନା ସ୍ବାଇଁ। ଭୋବନା ସ୍ବାଇଁର ହସରେ ତା” ଦେହସାରା ବିଷସଞ୍ଚରିଯାଉଛି। ତା' ଦେହର ଶିରାପ୍ରଶିରାରେ ଯେମିତି ନିଆଁର ତରଇଂ ଖେଳିଯାଉଛି। ମହିଷାସୂର ରୂପୀ ଭୋବନା ସ୍ଵାଇଁ ହସୁଥିଲା। ହା, ହା, ହା, ମାୟାବିନୀ,
କୁହୁକିନୀ ନାରୀ। ମହିଷା ସହ ପୁଣି ଯୁଦ୍ଧ କରିବୁ ତୂ ହା, ହା, ହା| ଆଜି ଏ ମହିଷା ହାତରେ ତୁ ନିପାତ ହେବୃ।| ହା, ହା, ହା|
ଦୁର୍ଗୀରୂପୀ ରତ୍ନାକର ତା' ଦେହରୁ ଖୋଲୂଥିଲା ଶାଢ଼ିର ପ୍ରଥମ ଆସ୍ତରଣା
ମହିଷାସୂର ଆହୁରି ଭୟଙ୍କର ଭାବେ ହସୁଥିଲା। ହଠାତ୍ବ ଏକ ବିସ୍ଫୋରଣ ହେବା ପରି ଗର୍ଜନ କଲା ସିଂହରୂପୀ ନୀଳକଣ୍ଠ
ଜୀବନରେ ପ୍ରଥମ ଥର ପାଇଁ ଏପରି ଶବ୍ଦ କରି ସେ ନିଜେ ଚମକିପଡ଼ିଲା। ତା' ଗର୍ଜନରେ ବି ଚମକି ଉଠିଲେ ନାଟକର ସମଗ୍ର ଦର୍ଶକା ସମସ୍ତେ ସ୍ତବକ ଓ ନିର୍ବାକ୍‌। ଯେମିତି ନୀଳକଣ୍ଠର ନିର୍ଦ୍ଦେଶରେ ସମସ୍ତେ ନିରବ, ନିଷ୍କାନ୍ଦ।
ନୀଳକଣ୍ଠର ଗର୍ଜନ ନୁହେଁ ସତେକି ଆକାଶରୁ ଘଡ଼ଘଡ଼ି ଗର୍ଜନ କଲା।
ସତେକି ସତକୁସତ ସିଂହଟାଏ ନାଟକ ମଞ୍ଚକୁ ପଶିଆସିଲା। ଜୀବନସାରା ଶବ୍ଦହୀନ ଥିବା ନୀଳକଣ୍ଠ ଭିତରୁ ଯେମିତି ସବୁତକ ଶବ୍ଦ ଏକାବେଳକେ ଉଚ୍ଚାରିତ ହୋଇଗଲା। ସିଂହରୂପୀ ନୀଳକଣ୍ଠ ଥରେ ନୂହେଁ, ବାରମ୍ବାର ସେମିତି ଗର୍ଜନ କରି ଦୁର୍ଗାଙ୍କ ପାଦତଳୁ ହଠାତ ଖସିଯାଇ ଏକ କୁଦା ମାରିଲା ମହିଷାସୁର ରୂପୀ ଭୋବନା ସ୍ଵାଇଁ ଉପରକୁ ।
ସମଗ୍ର ଦର୍ଶକ ତଟସ୍ଥ । ନିଜେ ଦୁର୍ଗାରୂପୀ ରତ୍ନାକର ତଟସ୍ତ ହୋଇ ଏକ ମୂର୍ତିପରି ଗୋଟିଏ ପାଦ ଉପରକୁ ଟେକି ଆର ପାଦ ମଞ୍ଚରେ ରଖି ଏବଂ ହାତରେ ବର୍ଜ୍ଣା ଧରି ସ୍ତବ୍ଟ ହୋଇ ଚାହିଁଥାନ୍ତି ସିଂହରୂପୀ ନୀଳକଣ୍ଠକୁା
ଦର୍ଶକମାନେ ତଟସ୍ରା
ଏ ସତରେ ଆମ ଗୀର ଘୁଙ୍ଗା ନୀଳା ତିଆଡ଼ି, ନାଁ କୌଣସି ଗୋଟାଏ ସତସତିକା ସିଂହ ପଶିଆସିଛି ଏ ମଞ୍ଚକୁ।
_ ସିଂହରୂପୀ ନୀଳକଣ୍ଠର ଗର୍ଜନ ଆହୁରି ଆହୁରି ତୀବ୍ର ହେଉଥାଏ। ସେ ରାତିର ଅନ୍ଧକାରକୁ ଭେଦକରି, ସେ ଗୀର ଚଉହଦି ଡେଇଁ ସେ ଗର୍ଜନ ସତେକି ଦିଗବିଦିଗକୁ ବ୍ୟାପୀ ଯାଉଥାଏ।
ମହିଷାସୂର ରୂପୀ ଭୋବନା ସ୍ଵାଇଁ ବି ଅସହାୟ ଏକ ମା । ପରି ମଞ୍ଚର ଏ କୋଣରୁ ସେ କୋଣ ଗଡ଼ିଯାଉଥାଏ। ଭୋବନା ସ୍ଵ ଛାତି ଉପରକୁ କୁଦିପଡ଼ି ତାକୁ ରାକ୍ଷି ବିଦାରି କ୍ଷତାକ୍ତ କରିଦେଉଥାଏ ସିଂହରୂପୀ ନୀଳକଣ୍ଠା। ମନେ ହେଉଥାଏ, ଯେମିତି ସେ ଆଜି ରାତିର ଅଭିନେତା ନୀଳକଣ୍ଠ ନୁହେଁ, ବରଂ ହିରଣ୍ୟକଶିପୁର ଆହ୍ବାନରେ ସ୍ତମ୍ବରୂ ବାହାରି ଆସି ଗର୍ଜନ କରୁଥିବା ସ୍ଵୟଂ ନରସିଂହ
ଘନଘନ କରତାଳି ଓ ହରିବୋଲ ହୁଳହୁଳିରେ କକ୍ଷି ଉଠୁଥାଏ ସେ ସମଗୁ ପରିବେଶା
ନିର୍ଦ୍ଦେଶକ ସ୍ତବ୍କହେଇ ଦେଖୁଥିଲେ ସେ ଦୃଶ୍ୟ
ଯବନିକା ପାତ ପାଇଁ ସେ ଇସାରା କରୁ ନ ଥିଲେ ଆଦୌ। କାରଣ, ନିର୍ଦ୍ଦେଶକ ଭାବେ ଆଜିଯାଏ ମଞ୍ଚରେ ସେ ସତ ମଣିଷଙ୍କ ମିଛିମିଛିକା ଅଭିନୟ ଦେଖି ଆସୁଥିଲେ। ଆଜି କିନ୍ତୁ ସେ ଦେଖୁଥିଲେ ମିଛିମିଛିକା ଗୋଟାଏ ଅଭିନେତା ସତ୍ୟରେ ରୂପାନ୍ତରିତ ହୋଇଯିବାର ଏକ ମହାର୍ଘ ଦୃଶ୍ୟ ।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment