Welcome to shalandi webzine

ସନ୍ତରଣ

ସୁରେନ୍ଦ୍ର ମିଶ୍ର

ଝରକା ଦେଇ ପଶିଆସିଥିବା ଆଞ୍ଜୁଳେ କଅଁଳିଆ ପବନ ବିଚିତ୍ରାନନ୍ଦଙ୍କୁ ସାଉଁଳେଇ ଦିଅନ୍ତେ ସେ ନିଦ ଭାଙ୍ଗି ଉଠିପଡ଼ିଲେ । ପବନ ତାଙ୍କୁ ଡାକୁ ବା ନ ଡାକୁ ସବୁଦିନ ସେ ଏଇ ସମୟରେ ଉଠଡ୍ତି ।

ଝରକା ଦେଇ ପଶିଆସିଥିବା ଆଞ୍ଜୁଳେ କଅଁଳିଆ ପବନ ବିଚିତ୍ରାନନ୍ଦଙ୍କୁ ସାଉଁଳେଇ ଦିଅନ୍ତେ ସେ ନିଦ ଭାଙ୍ଗି ଉଠିପଡ଼ିଲେ । ପବନ ତାଙ୍କୁ ଡାକୁ ବା ନ ଡାକୁ ସବୁଦିନ ସେ ଏଇ ସମୟରେ ଉଠଡ୍ତି । ରାତି ଯିବାକୁ କୁନ୍ଛୋଉଥବ, ସକାଳ ଆସିବାକୁ ମଠୋଉଥବ, କାଁ ଭାଁ ଚଢ଼େଇ ଚି ଟାଁ କରୁଥୁବେ- ସେ ବିଛଣା ଛାଡ଼ିବେ ।
ପତ୍ତୀ- ଜେମା ଖଟରେ କଡ଼ ଲେଉଟେଇଲେ । ପାଖ ଘରୁ “ କୁଳମଣି '- କୁବେରର ନିଦ୍ରାଗତ ନିଃଶ୍ଵାସର ଶବ୍ଦ ଶୁଭୁଛି । ସେ ଦିହେଁ ଡେରିରେ ଉଠନ୍ତି । ବିଚିତ୍ରାନନ୍ଦ ତରତରରେ ନିତ୍ୟକର୍ମ ସାରିଲେ । ଆଜି ଦିନଟି ତାଙ୍କ ପାଇଁ ଭାରି ଶୁଭ, ଲକ୍ଷ୍ମୀବାନ୍‌ । ପୂଜାପାଠ ସାରି ଶୀଘ୍ର ବାହାରିଯିବାକୁ ପଡ଼ିବ । ଖିଆପିଆ ସବୁ ସେଠି କରିବେ ।
ଠାକୁର ଘରକୁ ପଶିଲେ ବିଚିତ୍ରାନନ୍ଦ । ଗାଏ ମୋଟ ତିରିଶ ଜଣ ଠାକୁର-ଠାକୁରାଣୀ । ସମସ୍ତେ ନିଜ ନିଜ ଗୁଣ ଓ କ୍ଷମତାରେ ଏକକୁ ଆରେକ । ପୁଜା ସାରି ସମସ୍ତଙ୍କୁ ଜଣଜଣ କରି ସେ ଭୋଗ ଖୁଆନ୍ତି, ମୁଣ୍ଡିଆ ମାରନ୍ତି । ଏତେ ମହିମାବନ୍ତଙ୍କ ଭିତରୁ ଯଦି ଜଣେ ବି ଦୟା କରନ୍ତି ତା'ହେଲେ ଦିନଟା ଭଲରେ କଟିଯିବ । ଠାକୂର- ଠାକୁରାଣୀମାନଙ୍କୁ ଆଉ ଥରେ ମନର କଥା ଜଣେଇ ସେ ପୁଜା ସାରିଲେ ।
ଠାକୁର ଘରକୁ ଲାଗି ସିନ୍ଦୁକ ଘର । ଅଣ୍ଟାସୂତାରେ ଝୁଲୁଥୁବା ଦୁଇଟି ଚାବିରୁ ଛୋଟ ଚାବିଟିରେ ସେ ସିନ୍ଦୁକ ଘର ଖୋଲିଲେ ଓ ଭିତରେ ପଶି କବାଟ ଦେଇଦେଲେ । ଏହା ତାଙ୍କର ଦୈନନ୍ଦିନ ରୀତି । ଏ ଘରକୁ କେବଳ ତାଙ୍କର ପ୍ରବେଶ ଅଧ୍ଵକାର । ଥରେ ସକାଳେ ପୂଜା ପରେ ଓ ଆଉ ଥରେ ଶୋଇବା ପୂର୍ବରୁ । ବିଶେଷ ପରିସ୍ମୁତି ଉପୁଜିଲେ ମଝିରେ କେତେବେଳେ କେମିତି ବି ଆସନ୍ତି । ଏ ଅଧ୍ଵକାର ସେ ନିଜକୁ ନିଜେ ଦେଇଛନ୍ତି । ତେଣୁ, ଘରର ଛୋଟ ଚାବି ସହିତ ସିନ୍ଦୁକର ବଡ଼ ଚାବିକୁ ସେ ସୂତାରେ ବାନ୍ଧି, ସୂତାକୁ ଅଣ୍ଟାରେ ଗୁଡେଇ ରଖିଛନ୍ତି, ଯେମିତି ଚାବି ଦୁଇଟି ତାଙ୍କ ଦେହ ସହିତ ଲାଗି କରି ରହିବ । ଘରଟିକୁ ଓଳାଝଡ଼ା କରିସାରି, ହାତ ମୁହଁ ଧୋଇ ସେ ସିନ୍ଦୁକ ଆଗରେ ଆଣ୍ଠେଇ ପଡ଼ିଲେ ।  ପ୍ରଭୁ ! ପ୍ରଭୁ ! ! ପ୍ରଭୁ ! ! ! '
 
 
ବୋଲି ଡାକି ସିନ୍ଦୁକରେ ଠାକୁରାଣୀଙ୍କ ସିନ୍ଦୁର ଓ ଠାକୁରଙ୍କ ଚନ୍ଦନ ଲଗାଇଲେ । ଉପରେ ଠାକୁରାଣୀଙ୍କ ଛଡ଼ା ମନ୍ଦାରଫୁଲ ତିନୋଟି ରଖି ସିନ୍ଦୁକକୁ ତିନିଥର ମୁଣ୍ଡିଆ ମାରିଲେ । ତାଂପରେ ଚାବିକୁ ମୁଣ୍ଡରେ ଲଗେଇ ସିନ୍ଦୁକ ଖୋଲିଲେ ।
ସେଥୁରେ ତିନୋଟି ଥାକ । ତଳ ଥାକରେ ବ୍ୟାଙ୍କ ଜମାଖାତା ଓ ରସିଦ୍‌ । ମଝିରେ ଖାଲି ସୁନା । ସୁନାର ମୂଲ୍ୟ ହୂ ହୁ ହୋଇ ବଢ଼ି ଚାଳିଥବାରୁ ଏବେ କିଛିକିଛି ସୁନା କିଣିବା ଅଭ୍ୟାସ କରିଛନ୍ତି । ଗହଣା ନୁହେଁ, ସେଥିରେ ମଜୁରି ଆଦିରେ ଗୁଡ଼ାଏ ଟଙ୍କା ଅଯଥା ଚାଲିଯାଏ- ସୁନା ମୁଣ୍ଡା । ଉପର ଥାକରେ କେବଳ ଟଙ୍କା । ତାକୁ ସେ ଗଣନ୍ତି ନାହ । ଆଙ୍ଗୁଳିରେ ମାପନ୍ତି । ଦେଖନ୍ତି ଥାକ ଭଉତ ହବାକୁ ଆଉ କେତେ ଜାଗା ଖାଲି ଅଛି, ଭାବନ୍ତି- କେତେଶୀଘ୍ର ତାକୁ ସେ ଭଭି କରିପାରିବେ । ଥାକ ଭର୍ତି ହୋଇଗଲେ ସେ ତାଂର ବିନିଯୋଗର ବ୍ୟବସ୍ଥା କରିଦିଅନ୍ତି- ଯୋଉଠୁ ଭଲ ଲାଭ ମିଳିବାର ଥାଏ । ତା'ପରେ ସେ ପୁଣିଥରେ ଥାକ ଭରିବା କାମରେ ଲାଗିଯାଂନ୍ତ ।
ବିଭିନ୍ନ ପ୍ରକାର କାମ । ଯାହା ଯେତେବେଳେ ମିଳିଲା । ତାଙ୍କ ଚରିତ୍ରର ବିଶେଷତ୍ବ ପାଇଁ କାମର କେତେବେଳେ ଅଭାବ ରହେ ନାହିଁ । ତାଙ୍କର ଶତ୍ରୁ ନାହିଁ କି ମିତ୍ର ନାହିଁ । ମାନ ନାହିଁ କି ଅପମାନ ନାହିଁ । ଘୂଣା ନାହିଁ କି ପ୍ରେମ ନାହିଁ । କ୍ରୋଧ ନାହିଁ କି କରୁଣା ନାହିଁ । ଲୋକ ତାଙ୍କୁ ଭଲ ପାଆନ୍ତି ନାହି, କିନ୍ତୁ ଖୋଜନ୍ତି । ଦରଦାମ କରିବାରେ, ମଧ୍ସ୍ଥି ହୋଇ ସମ୍ବନ୍ଧ ଯୋଡ଼ିବାରେ, କାଠକୁ ଚିପୁଡ଼ି ପାଣି ବାହାର କରିବାରେ, ଗରାଖର ବରାଦ ଥିଲେ କାମ ବିଗାଡ଼ିବାରେ ତାଙ୍କର ପାରଦର୍ଶିତା ପାଇଁ ସେ ଖୋଜାପଡ଼ନ୍ତି ।
ଯୋଉ ଯୋଗ୍ୟତା ପାଇଁ ତାଙ୍କର ଏତେ ଖ୍ୟାତି ତାକୁ ତାଙ୍କ ନିଜ ଘର ଲୋକ ମାନନ୍ତି ନାହିଁ । ଜିନିଷ ପତ୍ର କିଣାକିଣି କଲେ ତାଙ୍କୁ ନ କହି ଲୁଚେଇକି କିଣନ୍ତି । ବୁଝନ୍ତି ନାହି ଯେ ଏ ଦୁନିଆଟା ଆଁ କରି ଅନେଇ ବସିଛି । ସତର୍କ ନଥ୍ବଲେ କୋଉ ଛଟକରେ ଗିଳିଦବ । କିନ୍ତୁ, ଯିଏ ନିଜେ ନିଜେ ଠକି ହବାକୁ ଶପଥ ନେଇଛି- ତାକୁ ସେ କ'ଣ କରିପାରିବେ ! ହେଲେ ଯାଉଛି ତ ତାଙ୍କର ନା! ଟଙ୍କା ପଇସା ବେଳକୁ ମାଂ” ପୁଅଙ୍କର ଖାଲି- ଦିଅ, ଦିଅ ? କିଓ ! ନବ ଯେ- ଏତେ ଆସିବ କୁଆଡୁ ?
ଘରେ କଥାବାର୍ତା ଶୁଭିଲାଣି । ମା” ଫୁଅ ଦୁହେଁ ଉଠି ପଡ଼ିଛନ୍ତି । ଝିଅର ପାଟି ବି ଶୁଭୁଛି । ଏତେ ସକାଳୁ କାହିକି ଆସିଛି ?
ବିଚିତ୍ରାନନ୍ଦଙ୍କ ମଧ୍ଯସ୍ତଥିରେ ବାହାଘରଟିଏ ଅଛି ଆଜ । ଏବେ ଲୁଗାପଟା ପିନ୍ଧି ସେ ବାହାରି ଯିବେ । ବର ସାଙ୍ଗରେ ଯିବେ । ଖିଆପିଆ ସବୁ ସେଠି । ପାଉଣା ଅଧା ମିଳିଛି । ବର ବେଦିରେ ବସିଲେ ବରଠୁ ବାକି ପଚାଶ ହଜାର ମିଳିବ । ବଡ଼ ସଉଦାଟିଏ । ଶୀଘ୍ର ବାହାରିଯିବାକୁ ପଡ଼ିବ ।
ଖୋଲା ସିନ୍ଦୁକର ଧନଭଣ୍ଡାର ଆଗରେ ହାତ ଯୋଡ଼ି ସେ ନେହୁରା ହେଲେ, “ ମୋ ଧନରେ- ଆଉ ଟିକେ ଶୀଘ୍ରଶୀଘ୍ର ବଢ଼- ଜଲ୍‌ଦି ଜଲ୍‌ଦି ଭଭି ହ | '
ତା'ପରେ ସେ ସିନ୍ଦୁକରେ ତାଲା ଦେଇ ତାକୁ ଗୋଟେ ମୁଣ୍ଡିଆ ମାରିଲେ । ଘର କୋଲପ ପକେଇ, ଦି” ଭାଡ଼ିଯାକ ଦାନ୍ତ ଦେଖେଇ ବାହାରକୁ ଆସିଲେ ।
ମା', ପୁଅ, ଝିଅ ଗୋଟିଏ ଜାଗାରେ | ତାଙ୍କ ମଝିରେ ଗୁମ୍‌ମାରି ଅଟକି ଯାଇଛି କିଛି ପବନ । ତା'ର ପ୍ରଭାବରେ ତାଙ୍କ ମୁହଁଗୁଡ଼ିକ ଓଦାଳିଆ ଦିଶୁଛି । ସେଥୁରେ ବଡୁରିଗଲା ବିଚିତ୍ରାନନ୍ଦ ଓଠରେ ଝୁଲେଇ ଆଣିଥିବା ଆନନ୍ଦ ଟିକକ ।
“ କ'ଣ ହେଇଛି କି ଲକ୍ଷ୍ମୀ, ମୁହଁ ଶୁଖେଇଛୁ ? ” ଝିଅ ପାଖକୁ ଆସି ବିଚିତ୍ରାନନ୍ଦ ପଚାରିଲେ । “ ତା' ପୁଅ ଦେହ ଭାରି ଖରାପ | ଭିଣେଇ ଡାକ୍ତରଖାନାରେ ଅଛନ୍ତି । ଟଙ୍କା ଦରକାର । ହଠାତ୍‌ କୁଆଡ଼େ ଯିବ ? ତମ ଭରସାରେ ତାକୁ ଏଠିକି ଡାକିଛି।” କୁବେର ନାନୀ ତରଫରୁ ଉତ୍ତର ଦେଲା ।
ନାତିର ଦେହ ସମସ୍ଯା ଲାଗି ରହିଛି । ମଝିରେ ମଝିରେ ସେ ଗୁରୁତର ହେଇପଡ଼େ । ଯେତେ କହିଲେ, ଏମାନେ ତାକୁ ସରକାରୀ ଡାକ୍ତରଖାନାରେ ଦେଖାଇବେ ନାହି । ବେସରକାରୀ ଡାକ୍ତରଖାନା ନେବେ- ଯୋଉଠି ନାନା ମିଛ ଖଚରେ ସେମାନେ ଲକ୍ଷ ଲକ୍ଷ ଟାଣିନେବେ । ହେଲେ ତାଙ୍କୁ କିଏ ପଚାରିଲେ ସିନା ! ଉପରେ ପଡ଼ି ଯଦି କହିବେ ତା'ହେଲେ ଇଏ ତାଙ୍କ ଟଙ୍କା ନଦବାର ଫିକର ବୋଲି ସେମାନେ କହିବେ । ତାଂଠୁ ଚୁପ୍‌ ରହିବା ଭଲ । ମନରେ ଦୁଃଖ ହୁଏ । ତାକୁ ମନରେ ମାରି ସେ ପଚାରିଲେ, “ କୋଉ ଡାକ ରଖାନା ? ମତେ ଟିକେ ଆଗରୁ କହିଲୁନାହିଁ ୮ ଏତେ ଲୋକଙ୍କର କାମ କରିଦେଉଛି- ମୋ'” ନିଜଚ୍ଚ ଛୁଆଟା କଥା ବୁଝି ନଥାନ୍ତି ? ତମେ ମୁରବି ବୋଲି ମାନିଲେ ସିନା ? '
“ ତମେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବନ୍ଦ କରି ଟଙ୍କା ଦବ ନା ନାହ କହିଲ ?” ବିରକ୍ତ ହୋଇ କୁବେର ପଚାରିଲା । ବିଚିତ୍ରାନନ୍ଦ ବି ଚାହୁଁଥିଲେ ଏଠିକା କଥା ସାରି ଶୀଘ୍ର କାମରେ ବାହାରିଯିବା ପାଇଁ । ସେ କହିଲେ, ' ଏବେ ତ ମୋ' ପାଖରେ ଟଙ୍କା ନାହିଁ । ମୁଁ ଯାଉଛି ଗୋଟେ କାମରେ । ଯଦି ସେଠୁ କିଛି ମିଳେ ତା' ହେଲେ ଫେରିଲେ ଦେବି ।” କହି ସେ ପୋଷାକ ପିନ୍ଧିବା ପାଇଁ ଭିତର ଆଡ଼େ ବାହାରିଲେ । ଲକ୍ଷ୍ମୀ ସାଙ୍ଗେସାଙ୍ଗେ ବସିବା ଜାଗାରୁ ଉଠି ପଡ଼ିଲା, ' ମୁଁ ଯାଉଛି ବୋଉ !
ଜେମା ଗାଲରେ ହାତ ଦେଇ ତଳକୁ ଚାହିଁ ବସିଥିଲେ, କି ବସୁବସୁ ଶୋଇପଡ଼ିଥିଲେ, ବା ଆଉ କ'ଣ କରୁଥିଲେ ତା” ଜଣାପଡ଼ୁନଥିଲା । ଅଚାନକ ତାଙ୍କ ପାଟିରୁ ନିଅଁହୁଳା ପୁଞ୍ଜାଏ ଆସି ଭିତର ଘରକୁ ପଶୁଥୁବା ବିଚିତ୍ରାନନ୍ଦଙ୍କ ପିଠିରେ ପିଟି ହେଇଗଲା । “ପୂଜା କରୁଥା ସେଇ ନୋଟ ବିଡ଼ାକୁ । ମୁଁ ମରୁମରୁ ଭାଗ୍ୟ ଜୋରରୁ ବଞ୍ଚିଲି। ସେ ଟଙ୍କା କାମରେ ଲାଗିନଥିଲା- ମୋ ଛୁଆଙ୍କ ରୋଗ ବୈରାଗରେ ବି କାମରେ ଲାଗିବ ନାହ- ଆଉ କ'ଣ.... ' ତା'ପରେ ଯେଉଁ ଶବ୍ଦ ପାଟିରୁ ବାହାରିବା କଥା ତା” ବୋଧେ ତାଙ୍କ ପାଟିରୁ ବାହାରି ନପାରି ତଣ୍ଟରେ ଅଟକିଗଲା । ସେ ପୀଡ଼ାରେ ସେ 'ଗଁ...ଅଁ.. ଗଁ...ଅଁ?” ହେଲେ । ପାଟିରୁ ତାଙ୍କର ଲାଳ ବୋହି ଆସିଲା ।
କୁବେର ବସିପଡ଼ିଲା ଜେମାଙ୍କ ପାଖରେ ' କ'ଣ ହେଲା ବୋଉ ? '
ଜେମା ତା' କଥାର ଉତ୍ତର ଦେଲେ ନାହିଁ । ଶୁନ୍ୟ କୁ ଚାହିଁ ସେ କହିଲେ, “ ଯଦି ମଣିଷର କାମରେ ଆସିବ ନାହିଁ- ତା'ହେଲେ ଜଳିପୋଡ଼ି ଭସ୍ମ୍‌ ହେଇଯାଉ ସେ ନୋଟଗଦାଗୁଡ଼ାକ । ”
କ୍ଷୀଣ ସ୍ଵରର ତୀକ୍ଷ୍ମ ଶବ୍ଦଗୁଡ଼ିକ ଭେଦିଗଲା ପୋଷାକ ପରିଧାନରେ ବ୍ୟସ୍ତଥ୍ବବା ବିଚିତ୍ରାନନ୍ଦଙ୍କୁ । ଜେମାଙ୍କର ଏ କି ରୂପ! ଏପରି ଆଚରଣ ତ ସେ ଜୀବନରେ କେବେ ଦେଖେଇ ନାହାନ୍ତି ! ସେ ମା” ପୁଅଙ୍କର କଥାକୁ କାନେଇଲେ ।
କୁବେର ବୋଉ ପାଖରେ ଅଭିମାନ ଓ ଅଭିଯୋଗ ଥବା କଥା କେବେ ଦେଖିନଥୁଲା । ସେ ବ୍ୟସ୍ତ ହୋଇପଡ଼ିଲା, “ ତୁ ଶାନ୍ତ ହ ବୋଉ !
“ଜାଣୁ... ?› କହି କ୍ଷଣେ ନିରବିଗଲେ ଜେମା । ଲୁଗାରେ ମୁହଁ ପୋଛିଲେ । ତା'ପରେ କହିଲେ “ କାହାକୁ କେବେ କହିନି ଏ କଥା । ଆଜି ଯଦି ତୁ ବଞ୍ଚିଛୁ କି ମୁଁ ବଞ୍ଚିକି ରହିଛି ତାଂ କେବଳ ସେଇ ଜଗନ୍ନାଥଙ୍କ ପାଇଁ ?' ଉପରକୁ ହାତ ଟେକି ଯୋଡ଼ ହାତକୁ ମୁଣ୍ଡରେ ଲଗେଇଲେ ସେ। ତା'ପରେ ଆରମ୍ଭ କଲେ, “ତୁ ପେଟରେ ଥାଉ । ଇଏ ତ ଟଙ୍କାଟିଏ ଖର୍ଚ୍ଚ କରିବେ ନାହିଁ । କୁଆଡୁ ପଚରାଉଚରା କରି ଚେରମୁଳି ଆଣି ମଝିରେ ମଝିରେ ଦିଅନ୍ତି । ମୋର ଯନ୍ତ୍ରଣା ଆରମ୍ଭ ହେଲା । ସହିପାରିଲିନି । କହିଲି, “ ମତେ ଡାକ୍ତରଖାନା ନିଅ- ନହେଲେ ମରିଯିବି ।' ବଡ଼ କଷ୍ଟରେ ସେ ରାଜି ହେଲେ । ରିକ୍କାଟିଏ ଡାକିଲେ । ରିକ୍ବାବାଲା ଓ ଇଏ ମତେ ଟେକି ନେଇ ରିକ୍ଲାରେ ବସେଇଲେ । ରିକ୍ଟାବାଲା କହିଲା- ବାବୁ, କୋଡ଼ିଏ ଟଙ୍କା ଦବ। ୟାଙ୍କ ମୁଣ୍ଡରେ ବଜ୍ର କୁ ପଡ଼ିଗଲା । ପାଞ୍ଚ ଟଙ୍କାରୁ ଅଧକ ଦେବେନାହିଁ । ମୁଂ ଯନ୍ତ୍ରଣାରେ ଛଟପଟ ହେଉଥାଏ । ତାଙ୍କର ଯୁକ୍ତିତର୍କ ଚାଲିଥାଏ- ଅଧଘଣ୍ଟା କାଳ । ତା'ପରେ ମୁଁ ଅଚେତ ହେଇଗଲି । ସେଇ ରିକ୍କାରେ ତୁ ଜନ୍ମ 6 ଆଉ ସେ ଆମକୁ ଡାକ୍ତରଖାନା ନେଲେ ନାହ । ରିକ୍ବାବାଲା ଓ ଇଏ ମିଶି ଆମ ଦି ' ଜଣଙ୍କୁ ଘରକୁ ଆଣିଲେ । ସେଦିନ ବିଚରା ରିକ୍ଟାବାଲାଟି ଆମ ପାଇଁ ଦି” ତିନିଘଣ୍ଟା ରହିଥିଲା । ପରେ ଲୋକଟି ଆସିଥିଲା । କେତେ କହିଲି- ତାକୁ ଟଙ୍କା ଦଶା କୋଡ଼ିଏଟା ବି ଦେଲେ ନାହିଁ । କହିଲେ- ଏତେ ସମୟ ରହିଲେ କ'ଣ ହେଲା ¢ ଡାକ୍ତରଖାନା ତ ଯାଇନାହିଁ ନା । ତୁ କହ- ସେଦିନ ଯଦି ଆମର କିଛି ହେଇଯାଇଥାନ୍ତା ? ଇଏ ଓଲଟି ଖୁସି ହେଲେ- ଯା ' ହେଉ ଖର୍ଚ୍ଚ ବଞ୍ଚିଗଲା | ସିଏ ଥାକ ପରେ ଥାକ ମାରିବେ । ମୁଁ ଗୋଟେ ଗୋଟେ ଟଙ୍କା ପାଇଁ ଯୋଉ ଡହଳବିକଳ ହେଉଥୁବି । ଶାଗ, ମୁଗଟେ କିଣିବାକୁ କି ହୀନସ୍ତା ମୁଁ ନ ହେଉଛି ?”
ତା'ପରେ ଘନ ନିରବତା | ନିରବତାର ସେ କଣ୍ଟକିତ ସ୍ଵର ଭିତର ଘରେ ଥିବା ବିଚିତ୍ରାନନ୍ଦଙ୍କ ଦେହରେ ଫୋଡ଼ି ହେଇଯାଉଥିଲା। ଜେମା ସେ କଥାକୁ ଏତେଦିନ ଯାଏ ଧରି ରଖିଛନ୍ତି । ଏତେ ନିଆଁ ତାଙ୍କ ଭିତରେ ! ଏବେ ବି କୁହୁଳୁଛି !। କି ଦୋଷ କରିଛନ୍ତି ସେ ? ପାଞ୍ଚ ଟଙ୍କା କମ୍‌ ଖର୍ଚ୍ଚ କରିବା କ'ଣ ଦୋଷ ? ଟଙ୍କା ସଞ୍ଚିବା ପାପ ! ସେତିକି ଯଦି ଏମାନେ ବୁଝନ୍ତେ ତାଂହେଲେ କ”ଣ ତାଙ୍କୁ ପରଲୋକ ପରି ବ୍ୟବହାର କରନ୍ତେ । ସେପଟେ ରୋଜଗାରଟା ଅନେଇ ବସିଛି । ସେ ଧୀର ପଦପାତରେ ଆସିଲେ, କୁବେର ପାଖରେ ଠିଆ ହୋଇ କହିଲେ, “ତୁ ଟିକେ ନାନୀ ପାଖକୁ, ପଳେଇବୁ । ମୁଁ ରାତିରେ ଫେରିପାରିବି କି ନାହି- କାଲି ନହେଲେ ଯିବି । ' ସେ କହିଲେ ଓ ଘରୁ ବାହାରି ଆସିଲେ ।
ପିଲାଟା ପାଇଁ କଷ୍ଟ ଲାଗୁଥିଲା । ସେମାନେ ତ ତାଙ୍କ କଥା ଶୁଣିବେ ନାହିଁ । ନେବେ ଯେଉଁଠି ଅଧୁକ ଟଙ୍କା ଖର୍ଚ୍ଚ ହେବ । ତାଙ୍କୁ ବି ନେଲାବେଳେ ଡାକିବେ ନାହି । ଯଦି ପଚାଶ ହଜାରର କଥା ନହେଇଥାନ୍ତା, ତାଂହେଲେ ସେ ଡାକ୍ତରଖାନା ପଳେଇଥାନ୍ତେ । ଟଙ୍କା କଥା ! ଥରେ କାମ ସରିଗଲେ ଆଉ ମିଳିବ? ତେଣୁ, ବାଧ୍ଯ ହେଲେ ଆସିବାକୁ ।
ଭବ୍ୟ ଆୟୋଜନ । ଖାଦ୍ୟପେୟଠୁ ଶୋଭଯାତ୍ରା ଯାଏ । ଆଖି ପୂରିଯିବ । ସକାଳୁ ତାଙ୍କ ସାଙ୍ଗରେ ରହି କେମିତି ରାତି ହୋଇଗଲା ତା' ବିଚିତ୍ରାନନ୍ଦ ଜାଣିପାରିଲେ ନାହିଁ । ରାସ୍ତାରେ ଆଖି ଝଲସା ରୋଷଣି କରି ଶେଷରେ ସେମାନେ କନ୍ୟାଘରେ ପହଞ୍ଚିଲେ । କନ୍ୟାଘରେ ଗୋଟିଏ ପଟେ ବରର ସ୍ଵାଗତ ସମ୍ବର୍ଦ୍ଵନା ଓ ଅନ୍ୟପଟରେ ବରଯାତ୍ରୀଙ୍କର ଚର୍ଚା ।
ରଙ୍ଗିନ ରାତିଟିର ଉଜ୍ଜ୍ଵଳ ଆଲୋକ ସାଙ୍ଗକୁ ବାଜା ବାଜଣା, ହୁଳହୁଳି, ଶଙ୍ଖଧ୍ଵନି, ଛୁଆଙ୍କ ହଠାତ୍‌ ଶୁଭିଲା ଢୋ, ଢା, ଝଣ୍ଣ ଝାଣଣ୍୍‌... | କ'ଣ ହେଲା, କ'ଣ ହେଲା ? ବର ଶ୍ରୀମାନ ପ୍ରେମଚନ୍ଦ୍ରଙ୍କର ପ୍ରଥମ ସ୍ତ୍ରୀ ଆସି ବେଦି ଉପରେ ନିଜର ପରିଚୟ ଦେଇଛନ୍ତି । ତାଂପରର ଫଳ ବର ଓ ଅବଶିଷ୍ଟ ରହିଯାଇଥିବା ବରଯାତ୍ରୀ ପାଉଛନ୍ତି । ବିଚିତ୍ରାନନ୍ଦ ପଳେଇଥାନ୍ତେ । ବାକି ଟଙ୍କାଟା ପାଇଁ ରହିଯାଇଛନ୍ତି । ପ୍ରେମଚନ୍ଦ୍ରଙ୍କର ପ୍ରଥମ ସ୍ତ୍ରୀ ଥୁବା କଥା ସେ ଜାଣିଥ୍ଵଲେ। ଅଗ୍ରୀମ ପଚାଶ ହଜାର ପରେ ବେଦିରେ ଆଉ ପଚାଶ
ଦେବାର ପ୍ରତିଶ୍ରୁତି ପାଇବାରୁ ସେ ଆଗେଇଗଲେ । ଲକ୍ଷେ ଟଙ୍କାର କଥା ନା ? ତାଂଛଡ଼ା ଗରିବ ଘର ଝିଅଟା ଉଦ୍ଧାର ହେଇଯିବ । ଏଇ ଭାବନା ତାଙ୍କର ଥୁଲା । ବାହାଘର ହେଉ ନହେଉ ସେ ତ ତାଙ୍କ କାମ କରିଛନ୍ତି । ତେଣୁ, ତାଙ୍କ ବାକି ଟଙ୍କାଟା ମିଳିଯିବା କଥା । ତାକୁ ସେ କେମିତି ବାହାର କରିବେ ସେହି କଥା ଭାବୁଥିଲେ ।
“ ତୁ ଶଳାଟା ମଧ୍ଯସ୍ଫି ନା' ? କହି ତାଙ୍କୁ ହଠାତ୍‌ ଯିଏ ଗୋଇଠାଟିଏ ପକାଇଲା ସିଏ ହେଉଛି ଝିଅର ଭାଇ । ବିଚିତ୍କାନନ୍ଦ ଯୁବକଟିକୁ ଯୁକ୍ତ ଯୁକ୍ତ ଉତ୍ତରଟିଏ ଦେବାକୁ ଭାବିବା ଭିତରେ ସେ ବିଚିତ୍ରାନନ୍ଦଙ୍କୁ ଗଳା ଧକ୍କା ଦେଇ ଦେଇ ଗୋଟେ କୋଠରିରେ ଭର୍ତି କରି ବାହାରୁ କବାଟ ଦେଇଦେଲା ।
ଛୋଟିଆ କୋଠରିଟି ଭିତରେ ଗୋଟେ ମିଞ୍ଜମିଞ୍ଜ ଜଳୁଥୁବା ଇଲେକ୍ସତ୍ରିକ୍‌ ବଲ୍‌ବ, ଗୋଟାଏ ପଟରେ ମେଞ୍ଚେ କାଠ, ଆଉ ଗୋଟେ ପଟରେ ଛିଣ୍ଡା ସପ, ଚିରାଫଟା ଅଳିଆ ଲୁଗା, ଛାଞ୍ଜୁଣୀ, ଭଙ୍ଗା ହାଣ୍ଡ, ଇଟା କେଇଟା, କାନ୍ଥରେ ପେଟେଇଥୁବା ଗୋଟେ ଝିଟିପିଟି, ତିନିଟା ଅସରପା ଓ ପଚାଗନ୍ଧ । କଂଣ ଗୋଟେ ଏ କାଠଗଦା ଭିତରେ ମରି ଗନ୍ଧୋଉଛି । ମୁଷା ! ଝିଟିପିଟି । । ବା ଆଉ କିଛି ? ପ୍ରଥମେ ଗନ୍ଧଟା ସେତେ ଜଣାପଡୁନଥିଲା । ପରେ ବେଶୀ ବେଶୀ ଲାଗିଲା । ସେ ଟୋକାଟା ତାଙ୍କୁ ମାଡ଼ ମାରିଲା ? ଏମିତି ଅବସ୍ଥାରେ ଏ ଘରେ ବିଚିତ୍ରାନନ୍ଦ ରହିବେ କେତେବେଳ, କରିବେ କ'ଣ ? ଏତେ ଅପମାନ ଏ ପିଲା ଦେଲା- ଆହୁରି କ'ଣ କରିବ ? ଭୟରେ ଦେହଟା ଅସ୍ତ୍ର ହେଲା ।
ବାହାରେ ଖାଲି ଘୋ ଘା । ତା” ଭିତରେ ବିଚିତ୍ରାନନ୍ଦଙ୍କ କବାଟବାଡ଼ା କାହାକୁ ଶୁଭିଲା କି ନାହ ଜଣାପଡ଼ିଲା ନାହି। କିନ୍ତୁ କବାଟ ଖୋଲିଲା ନାହିଁ । ଅଗତ୍ୟା ସେ ଭୟ ଓ ଗନ୍ଧରୁ ମୁଚ୍ଚି ପାଇବା ପାଇଁ ଝିଟିପିଟି ଆଡ଼େ ଅନେଇଲେ । ଅସରପାଟିଏ ଝିଟିପିଟି ପାଖକୁ ଚାଲିଆସିଛି । ଅସରପାକୁ ଆଣି ତା' ପାଟିରେ ପୁରେଇଦେଲା। ଅସରପା ସେଠି ଛଟପଟ ହେଲା, ଝିଟିପିଟି ତାକୁ ଧୀରେ ଧୀରେ ଭିତରକୁ ଟାଣିନେଲା ।
ଏଇ ତ ସଂସାର । ଯିଏ ଯାହାକୁ ପାରିଲା ଗିଳିଲା- ବିଚିତ୍ରାନନ୍ଦ ଭାବିଲେ । କେତେଟା ଅସରପା ଗିଳିବଣି ଏ ଝିଟିପିଟି ତା' ଜୀବନରେ ? ତାଙ୍କୁ ଯଦି କିଏ ଗିଳିଦିଏ ? କୋଉ ଜନ୍ତୁ ମଣିଷ ଗିଳନ୍ତି ? ବାଘ, ସିଂହ, ମାରିକରି ଖାଆନ୍ତି । } .,.
ଅଜଗର ଗିଳେ । ଅଜଗର ଫଜଗର ନାହିଁ ତ ଏ କାଠ ଭିତରେ? ସେ ଆରପଟକୁ ଘୁଞ୍ଚି ବସିଲେ । ଥରେ କାଠ ଆଡ଼େ ଥରେ ଝିଟିପିଟିକୁ ଅନେଇଲେ । ସେ ନିଜେ କମ୍‌ ଗିଳିନାହାନ୍ତି ତ ଜୀବନରେ! ମାଛ, ମାଂସ, ଚାଉଳ, ଗହମ, ପରିବା, ଫଳଂ- କ୍ଵିଣ୍ଟାଲ କ୍ଵିଣ୍ଟାଲ ଖାଦ୍ୟ ସେ ଗିଳିସାରିଥ୍ବବେ ଏପର୍ଯ୍ୟନ୍ତ ।
ଭୋକରେ ପେଟ ପୋଡ଼ିଲାଣି । ଏଠି ଭଲ କରି ଖାଇବେ ବୋଲି ବିଚିତ୍ରାନନ୍ଦ ପେଟ ଖାଲି ରଖିଥିଲେ । ପାଣି ବି ପିଇନଥଲେ । ତାଂ ପୂର୍ବରୁ ଏମିତି ଘଟିଗଲା । ଏତିକି ଦଣ୍ଡ ଭୋଗିଲେଣି । ତାଙ୍କ ଟଙ୍କାଟା କେମିତି ମିଳିଯାଆନ୍ତ କି ? ଆଗେ ଦରକାର କିଛି ଖାଦ୍ୟ । ତା ପୂର୍ବରୁ ମୁନ୍ଦେ ପାଣି । ତଣ୍ଟ ଅଠାଅଠା ହେଲାଣି ।
ରାତି ବଢ଼ିବଢ଼ି ଚାଲିଲା । ବାହାରୁ ଆଉ ପାଟିତୁଣ୍ଡ ଶୁଭୁନି । କେହି ଟୋପେ ପାଣି ଦିଅନ୍ତାନି ? ଦେହ ଝୋଲା ମାରି ମୁଣ୍ଡ ବୁଲେଇ ଦେଲା । ତଣ୍ଟ ଓଦା ନହେଲେ ଜୀବନଟା ଚାଲିଯିବ ବୋଧେ । ସେ କହିଲେ, “` ପାଣି ! ପାଣି |! ! ପା... 1!" ଆଉ ବଳ ପାଇଲା ନାହିଁ | ଶବ୍ଦରେ ବି ତେଜ ନଥଲା । ତେଣ୍ଡ ତା' ' ବାହାରକୁ ଗଲା କି ନାହିଁ ଜଣାପଡ଼ିଲା ନାହି । ' କିଏ କୋଉଠି ଅଛ, ମୋ ଯନ୍ତ୍ରଣା କଥା ଟିକେ ବୁଝ ହେ... |” ବୋଲି ମନକୁ ମନ କହି ଘୁଷୁରି ଘୁଷୁରି ସେ କବାଟ ପାଖକୁ ଆସିଲେ । ଯେତେ ଜୋରରେ ସେ କବାଟ ବାଡେଇବାକୁ ଚାହିଁଥିଲେ, ସେତେ ବଳ ତାଙ୍କ ହାତରେ ନଥୁଲା । “ ପାଣି ! ପାଣି ! ! ' ବୋଲି ଯେଉଁ ଆକୁଳ ନିବେଦନ ସେ କରୁଥ୍ରଲେ ତା' ବି ତାଙ୍କରି ପାଖରେ ଅଟକିଗଲା ।
ବିଚିତ୍ରାନନ୍ଦ ନିଜ ଦେହଟାକୁ ଆଉ ଧରି ରଖିପାରିଲେ ନାହିଁ । ସେ ତଳେ ଗଡ଼ିପଡ଼ିଲେ ।
ନିସ୍ତେଜ ଦେହଟା ତାଙ୍କର ଅନେକ ସମୟ ସେଠି ପଡ଼ିରହିଲା । କବାଟ ଆସି ଦେହରେ ପିଟି ହେବାରୁ ବିଚିତ୍ରାନନ୍ଦଙ୍କ ଆଖି ଅଧା ଖୋଲିଲା ।
' ଆବେ ଉଠ୍‌ ! ତୋ ସାଙ୍ଗରେ କଥା ଅଛି |! ଝିଅର ଭାଇ ତାଙ୍କୁ ଗୋଡ଼ରେ ଠେଲି ଦେଇ ହୁକୁମ୍‌ କଲା ।
“ପାଣି!” ହାତରେ ଭରା ଦେଇ ଉଠିବାକୁ ଚେଷ୍ଟା କରି ବିଚିତ୍ରାନନ୍ଦ କହିଲେ ।
ତାଙ୍କ ଆକୁଳ ମାଗୁଣି ପ୍ରତି ସେ କର୍ଣ୍ଣପାତ କଲାନାହିଁ | ପଚାରିଲା, ' କାହିଁକି ଲୁଚେଇଥଲୁ ତା” ସ୍ତ୍ରୀ ଥିବା କଥା ? ଟଙ୍କା ପାଇଁ ତୁ ତୋ ଝିଅ ଆଉ ସ୍ତ୍ରୀକୁ ବି ବିକିଦବୁ- ନାହି ।
'ପାଣି!!'” ବିକଳ, ନିର୍ଜୀବ ସ୍ଵର ବିଚିତ୍ରାନନ୍ଦଙ୍କର । ଟୋକାଟା ନିଜ ପକେଟ୍‌ରେ ହାତ ପୂରେଇଲା । ଗୋଟେ ପରେ ଗୋଟେ ଏମିତି ଦି'ବିଡ଼ା ଟଙ୍କା ବାହାର କରି ବିଚିତ୍ରାନନ୍ଦଙ୍କ ମୁହଁକୁ ଫୋପାଡ଼ିଲା, “ଟଙ୍କା ନବୁ ପା- ନେ।'
' ପାଣି ! ! !' କହି ବିଚିତ୍ରାନନ୍ଦ ଜାଲଜାଲୁଆ ଆଖିରେ ଟଙ୍କା ଆଡ଼େ ଚାହିଁଲେ । ' ଟଙ୍କା ଧରିଲେ ବାଡ଼େଇବ କି ?” ବୋଲି ଭାବିଲେ ଓ କହିଲେ, ' ପାଣି ! ! !
' ଭଲ ଦଶା ଅଛି ଯଦି ସାଙ୍ଗେସାଙ୍ଗେ ପଳା | ନହେଲେ ମୁଁ ତୋର କ'ଣ କରିବି ମୁଁ ନିଜେ ବି ଜାଣିନାହିଁ ।” କହି ସେ ତାଙ୍କୁ ଟାଣି ଘରୁ ବାହାର କରିଦେଲା ।
ବିଚିତ୍ରାନନ୍ଦ ସେଠି କେମିତି ଉଠି ଛିଡ଼ାହେଲେ, ବାହାରେ ଥ୍ରବା ଖୋଲା ଟାଙ୍କିରୁ ପାଣି ପିଇଲେ, ପୁଣି କେମିତି ଆସି ତାଙ୍କ ଦୁଆର ମୁହଁରେ ପହଞ୍ଚିଲେ ତା' ସେ ନିଜେ ବି ବୁଝିପାରିଲେ ନାହି ।
କବାଟରେ କରାଘାତର ଶବ୍ଦ ଶୁଣି କୁବେର କବାଟ ଖୋଲିଲା । ବିଚିତ୍ରାନନ୍ଦ ଭିତରକୁ ପଶିଲେ । କୁବେର ଦୁଆର ଖୋଲି ଚାଲିଯାଉଥିଲା । ବିଚିତ୍ରାନନ୍ଦ ତା” ହାତ ଧରି ତାକୁ ଅଟକାଇଦେଲେ । ତା'ପରେ ସେ ତାକୁ ନିଜ ପାଖକୁ ଭିଡ଼ି ଆଣି ଛାତିରେ ଏତେ ଜୋରରେ ଜଡ଼େଇ ଧରିଲେ ଲାଗିଲା ଯେମିତି ସେ ତାକୁ
ନିଜ ଦେହରେ ମିଶେଇ ଦେବାକୁ ଚାହୁଁଛନ୍ତି । ଭୋକ, ଶୋଷ ଓ ଦୌର୍ବଲ୍ୟ ହଜିଯାଇ ଅମାପ ବଳ କେଉଁଠୁ ପଶି ଆସିଲା ତାଙ୍କ ଭିତରକୁ । ସେ ପୁଅକୁ ଛାତିରେ ଜାକି ଧରିଲେ ଓ କାନ୍ଦିଲେ । ତା' ଭିତରେ ସେ ମନେ ପକାଇବାକୁ ଚେଷ୍ଟା କଲେ ଆଗରୁ କେବେ ସେ ପୁଅକୁ ଏମିତି ଛାତିରେ ଜଡେଇ ଧରିଥିଲେ !
' ଛୂଆବେଳେ _ଧରିଥ୍ଲେ କି? ମନେପଡ଼ିଲା ନାହିଁ ସେପରି କିଛି ଅଭିଜ୍ଞତା । ବାପାଙ୍କ ଦୃଢ଼ ଆଲିଙ୍ଗନ ଭିତରେ କୁବେର ଚାପି ହୋଇ ଛୋଟରୁ ଆହୁରି ଛୋଟ ହୋଇଯାଉଥିଲା । ଛାତି ଫଟେଇ ତାଂର କୋହ ଉଠି ଆସିଲା । ସେ କାନ୍ଦିଲା ।
ବିଚିତ୍ରାନନ୍ଦ ତାକୁ ଆଲିଙ୍ଗନମୁକ୍ତ କରି ତା ମୁଣ୍ଡ ଆଉଁଶି ଦେଲେ; “ କାହିଁକି କାନ୍ଦୁଛୁଂରେ ଧନ, ଆଉ କାନ୍ଦନା ।”
କୁବେର ବାପାଙ୍କ ଛାତିକୁ ଆଉଜି ଗଲା । ବାଷ୍ମାୟତ କଣ୍ଟରେ କହିଲା, ' ଛୁଆଟା ଚାଲିଗଲା... | '
ବିଚିତ୍ରାନନ୍ଦ ମୁହଁ ଉଠେଇଲେ । ପୁଅ ମୁହଁକୁ ଚାହିଁ ନପାରି ସେ ଶୁନ୍ୟକୁ ଚାହିଁଲେ ଓ ଲଥ୍‌ କରି ତଳେ ବସିପଡ଼ିଲେ ।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Leave a comment

Name

Email or Phone No (the information will be not disclosed)

Comment