Welcome to shalandi webzine

ବିଲେଇ ର ବିଳାପ

ପ୍ରଦୀପ ମିଶ୍ର

ମାଘ ମାସର ଜାଡୁଆ ରାଚି। ରାତି ଅନେକ ହେଇସାରିଥିଲା। ବାପି ଓ ନେହା ବିଛଣା ଆବୋରିଲା ବେଳକୁ ସେମାନଙ୍କ ଘର ପରିସର ଭିତରୁ କୋଉଁଠୁ ଗୋଟାଏ କଅଁଳ ଓ ରୁଗ୍‌ଣ ମ୍ୟାଉଁ ମ୍ୟାଉଁ ଶବ୍ଦ ବାରମ୍ବାର ଶୁଭିଲା।

ମାଘ ମାସର ଜାଡୁଆ ରାଚି। ରାତି ଅନେକ ହେଇସାରିଥିଲା। ବାପି ଓ ନେହା ବିଛଣା ଆବୋରିଲା ବେଳକୁ ସେମାନଙ୍କ ଘର ପରିସର ଭିତରୁ କୋଉଁଠୁ ଗୋଟାଏ କଅଁଳ ଓ ରୁଗ୍‌ଣ ମ୍ୟାଉଁ ମ୍ୟାଉଁ ଶବ୍ଦ ବାରମ୍ବାର ଶୁଭିଲା। ନିଶ୍ଚିତ ଭାବରେ ଗୋଟିଏ ବିଲେଇ ଛୁଆର ଅନବରତ ଦୁର୍ବଳ କାନ୍ଦ ।  ବାପି ଯାହା ଅନୁମୀନ କରୁଥିଲା, ହାଡ଼ଥରା ଶୀତ ରାତିରେ ବିଲେଇ ଛୁଆଟି ମାଆର ଉଷୁମ ଲୋମଶ ଛାତିରେ ଜାକିଜୁକି ହେଇ ଜଡ଼ି ଯିବାକୁ ଚାହୁଥିଲା । ଅଥଚ ତା' ମାଆ ଉପଲବ୍ଧ ନ ଥିଲା। ପାଞ୍ଚ ସାତ ମିନିଟ୍‌ର ନିରବଚ୍ଛିନୁ ମ୍ୟାଉଁ ମ୍ୟାଉଁ ବିଳାପ ପରେ କେଇ ସେକେଣ୍ଡର ବିରାମ ନେଉଥିଲା ଛୁଆଟି ।  ନିରବତାର ଏଇ ଛୋଟ ଅବଧିରେ ଯେମିତି ସେ ପର୍ଯ୍ୟାପ୍ତ ପ୍ରଶ୍ଵାସ ଭରୁଥିଲା ତା' କୁନି ଛାତିରେ ତା'ପର କିସ୍ତିର ପ୍ରଲମ୍ବିତ ବିଳାପ ପାଇଁ।
ବିଛଣା ଧରିଲା ମାତ୍ରେ ଘୁଙ୍ଗୁଡ଼ି ମାରି ଶୋଇଯାଉଥିବା ବାପିକୁ ଅନେକ ବେଳ ପର୍ଯ୍ୟନ୍ତ ତଗଡଗ ଅନଉଥିବା ଦେଖି ନେହା ପଚାରିଲା, “'ବିଲେଇ ଛୁଆଟେ ପାଟି କରୁଛି ବୋଲି ତୁମେ କ'ଣ ଆଉ ଶୋଇବନି?  ତୁମେ ବୋଧେ ଜାଣିନ, ନୂଆ ଜଚ୍ମିଲା ଛୁଆକୁ ମା ବିଲେଇ ଥର ଥର କରି ସାତଥର ବିଭିନ୍ନ ଜାଗାକୁ ସ୍ଥାନାନ୍ତରିତ କରେ ଛୁଆର ସୁରକ୍ଷା ପାଇଁ। ଆମ ଘର ପରିବେଶ ସୁରକ୍ଷିତ ମନେକରି ଛୁଆକୁ ଛାଡ଼ି ଯାଇଥିବ ଏଇଠି।''
ରେଜେଇ ଭିତରେ ଧନୁ ପରି ଦେହ ମୋଡ଼ିଲା ନେହା, ବାପିର ଛାତିରେ ହାତ ଗୁଡ଼େଇ ପରାମର୍ଶ ଦେଲା- “ଶୋଇପଡ଼, ସକାଳୁ ଉଠିଲେ ଦେଖିବା ସେ କେଉଁ ଜାଗାରେ ଅଛି ।''
ନେହାର ତୁଣ୍ଟ ପାଇଁ ବାପି ଜବରଦସ୍ତ ଆଖି ବୁଜି ତର୍ଜମା କଲା ମନେ ମନେ - ଛୁଆଟା ଘର ଭିତର କୌଣସି କୋଠରି ଭିତରେ ତ ଜମାରୂ ନାହିଁ, ସେ ନିଜେ ବାରିପଟ ଓ ସାମ୍ନା କବାଟ ବନ୍ଦ କରିଛି, ଝରକା ବି କେଉଁଟି  ଖୋଲା ନାହିଁ| ସମ୍ବବତଃ ପାଚେରିକୁ ଲାଗି ଗହଳ ଫୁଲଗଛ କେଇଟା ଭିତରୂ ଗୋଟାକର ମୂଳରେ ସେ ଥାଇପାରୋ। ପୋର୍ଟିକୋ ତଳେ ଥିଲେ ତ ତା' ମ୍ୟାଉଁ ମ୍ୟାଉଁ ଚିତ୍କାର ଆହୁରି ସ୍ପଷ୍ଟ ଶୂଭନ୍ତା।
ବିଲେଇ ଛୁଆର ମାଆ ପ୍ରତି ବିଗୁଡୁ ଥିଲା ବାପି - ସୂରକ୍ଷା ପାଇଁ ଜାଗା ବଦଳେଇବା ଠିକ୍‌ ଯେ, ଏମିତି ହାଡ଼ଭଙ୍ଗା  ଶୀତରାତିରେ ଖୋଲାଜାଗାରେ ଛୁଆକୁ ଛାଡ଼ିଦେବାଟା ତ ନିହାତି ଅସଙ୍ଗତ! ଛୁଆଟିକୁ ସେ ଛାଡ଼ି ଦେଇ ପାରିଥାଆନ୍ତା କାହାର ଶିଡ଼ିଘରର ଅନ୍ଧାରୁଆ କୋଣରେ ପରିତ୍ୟକ୍ତ କେଉଁ କାଠ ଭିତରେ, ନିର୍ମାଣାଧୀନ କୌଣସି ଘରର ଖାଲି
ପାଣିଢୋଲ ଭିତରେ ବା ବାଲ୍‌ଟି ଦେହରେ, ଆବୁଡୁ ଜାବୁଡୁ ଅନେକ ଉପକରଣ ପାଇଁ ଉଦ୍ଦିଷ୍ଟ ଘର ବାହାର ବା ଭିତର କୋଠରିର କେଉଁ ସନ୍ଧିରେ ଅଥବା ବଡ଼ ଚାଷୀ କାହାର ଖମାର ଘର ଭିତରେ, ଧାନପୂରା
ପଛପଟେ ସକାଳୁ ଉଠି ତଦାରଖ କଲା ବେଳକୁ ତା' ଅନୂମାନ ସତ ସାବ୍ଯସ୍ତ ହେଲା। ପୋର୍ଟିକୋ
ସାମ୍ନାରେ ପାଚେରିକୁ ଲାଗି ଝାମ୍ପୁରା ଏଗ୍‌ଜୋରା ଗଛମୂଳରୂ ହି ବିଲେଇ ଛୁଆର ମ୍ୟାଉଁ ମ୍ୟାଉଁ ଶବ୍ଦ ଆସୁଥିଲା। ଆଁଠୁମାଡ଼ି ଭୂମି ସଂଲଗ୍ନ ଆଲୂରୁ ବାଲୂରୁ ଡାଳ କେଇଟା ଆଡ଼େଇ ବାପି ଠାବ କଲା ଛୁଆଟିକୁ । ବାପିକୁ ଦେଖି ତାହାର ମ୍ୟାଉଁ ମ୍ୟାଉଁ କାନ୍ଦ ଦ୍ବିଗୁଣିତ ହେଲା- ଦି'ପାଦ ବାପି
 
 
ଆଡ଼କୁ ଆସି ପୁଣି ଚାରିପାଦ ଘୂଞ୍ଚି ଯାଉଥିଲା ପଛକୁ ।
ପାଟିରେ ଟୁଥ୍‌ବ୍ରସ୍‌ ପୂରେଇ ପହଞ୍ଚିଲା ନେହା, ଖାଲିଜାଗା ବାରି ଫେଣ ପୁଚୁକିଲା - ତା' କାନ୍ଦରେ ବ୍ଯସ୍ତ ହୁଅନା। ମଣିଷ ହେଉ ବା ପଶୁ  ଶିଶୂ ମାତ୍ରକେ ଯାହା କହିବାକୁ ବା  ଅଭିଯୋଗ କରିବାକୁ ଚାହିବ, କାନ୍ଦିକି ହିଁ କରିବ ।  ସେ ତା ମାଆକୁ ଖୋଜୁଛି, ତା' ଭୋକ ସମୟ ଜାଣି ତା ମାଆ ନିଶ୍ଚୟ ଆସି ତାକୁ କ୍ଷୀର ଖୋଇ ଯିବ। ।
ଦିନର କ୍ରମବର୍ଧମାନ କୋଳାହଳ  ଆଗରେ ବିଲେଇ ଛୁଆର କାନ୍ଦ କ୍ରମଶଃ କ୍ଷୀଣ ଜଣାପଡ଼ିଲା। ବାପିର କାନ ସଜାଗ ଥିଲା ତା' ବୋବାଳି ପ୍ରତି। ଛୁଆଟି ଆସ୍ଥାନ ଜମେଇଥିବା ଏଗ୍‌ଜୋରା ଗଛଟି ଗେଟ୍‌ ପାଖରୁ ମାତ୍ର କେଇ ଫୁଟ୍‌ ଦୂର ।  ବିଭିନ୍ନ କାମରେ ବାପି ଗେଟ ଖୋଲି ବାହାରକୁ ଯାଉଥିଲା ଓ ଫେରୁଥିଲା। ପ୍ରତ୍ୟେକ ଥର ସେ ବାହାରିଲା ବେଳକୁ ବା ପଶିଲା ବେଳକୁ ଛୁଆଟି ତା ମ୍ୟାଉଁ ଅର୍ଦ୍ଦଳି ଦୋହରାଉଥିଲା, ଭୂଇଁରେ ଲୋଟି ପଡ଼ିଥିବା ଡାଳମାନଙ୍କ ଭିତରେ ଖୁଜୁରୂବୁଜୁରୂ ହେଉଥିଲା। ସନ୍ଧ୍ୟାରେ ନେହାକୁ ପଚାରିଲା ବାପି- “କାଇଁ, ତା ମାଆକୁ ତ ଦିନଟା ଭିତରେ ଥରୂଟିଏ ବି ଦେଖିଲିନି?  ସତରେ ସେ ଆସିକି ଖୋଇଥିବ କ୍ଷୀର।'” ନେହା ହସି କହିଲା, “ସେ ମାଆଟିଏ। ଚୁପ୍‌କିନା କେତେବେଳେ ଆସି ଛୁଆଟିକୁ ସେ କ୍ଷୀର ପିଏଇ ଯାଇଥିବାଟା ପକ୍କା। ତୁମେ ତ ସକାଳୁ ଏପର୍ଯ୍ୟନ୍ତ ଖୁଣ୍ଟ ଭଳିଆ ବସିନାହଁ ଏଠି ଯେ ଦେଖିବ ତାକୁ।''
ରାତିରେ କିନ୍ତୁ  ମ୍ୟାଉଁ ଆଳାପର ତୀବ୍ରତା ଅଧିକ ପରି ଲାଗିଲା ବାପିକୁ। ମନେ ମନେ ସେ ସନ୍ଦେହ ପ୍ରକାଶ କରୂଥିଲା- ସତରେ ତା' ମାଆ କେତେବେଳେ ଆସି ତାକୁ ଖୂଏଇ ଦେଇଯାଇଛି, କେଜାଣି। ଅବସରପ୍ରାପ୍ତ ସେ ତ ପ୍ରାୟତଃ ଘରେ ଅଛି। ଛୁଆଟା ଏତେ ଛୋଟ ଯେ ପାପୂଲି ଉପରେ ସେ ବସିପାରିବ ଆରାମର।  ଏତେ ବକଟେ ଛୁଆକୁ ଛାଡ଼ି ଯାଇଛି ଯେତେବେଳେ ସେ ତ ବାରମ୍ବାର ଆସିବା କଥା, ଛୁଆଠୁ ସୂରକ୍ଷିତ ଦୂରତାରେ ଥାଇ ଏପଟ ସେପଟ ଟହଲ ମାରି ଗୋଇନ୍ଦାଗିରି କରିବା କଥା, ଏଇଆ ଜାଣିବା ପାଇଁ ଯେ ପରିବେଶଟି ତା' ପାଇଁ କେତେ ନିରାପଦ।
ଯଦି ମାଆ କୌଣସି କାରଣରୁ ଆସି ନ ଥିବ, ତା'ହେଲେ ତ ଭୋକ ଓ ପ୍ରବଳ ଶୀତ ପ୍ରକୋପରେ ଜୀବଟିର ନାହିଁ ନ ଥିବା ଦୁର୍ଦ୍ଦଶା ହେବ। ରାତି ପାହି ଆଲୁଅ ଫର୍ଚ୍ଚା ହେଲା ମାତ୍ରେ ବାପି ଅବିକା ବ୍ୟବହାର ହେଉ ନ ଥିବା ଗୋଟାଏ ପୂରୁଣା ଗିନାରେ ଅଳ୍ପ କ୍ଷୀର ଢାଳି ଗଛ ମୂଳକୂ ଗଲା। ସେ ଡାଳ ଟେକିଲା ମାତ୍ରେ ଛୁଆଟି ମ୍ୟାଉଁ ମ୍ୟାଉଁ କରି ଦୌଡ଼ିଆସିଲା ଆଗକୁ ଓ ପୁଣି କ'ଣ ଭାବି ପଛକୁ ଫେରି ବାପି ପ୍ରତି ଅନୁଧ୍ୟାନଶୀଳ ହେଲା। ବାପି ସମତୁଲ ଜାଗା ବେଖି କ୍ଷୀରଗିନା ତା' ସାମାରେ ରଖିଲା ଓ ଫେରି ଆସିଲା ଗଛତାଳ ଗୁଡ଼ିକୁ ପୂର୍ବବତ୍ ଲଟେଇ ଦେଇ।
ବାପି ଫେରିଲା ପରେ ଛୁଆଟି ଲଗାତାର ମ୍ୟାଉଁ ମ୍ୟାଉଁ କଲା। ବାପି ହସିଲା - କ୍ଷୀରର
ବାସ୍ନା କ'ଣ ଜାଣିବନି!  ଆରାମରେ ଏକାନ୍ତରେ ପିଇବ ପରେ। ସନ୍ଧରେ ତଦାରଖ କରି ବାପି ଦେଖିଲା, କ୍ଷୀର ଛୂଇଁ ନି  ଛୁଆଟି, ପିମ୍ପୁଡ଼ି ଲାଗିସାରିଲେଣି ଗିନାରେ। ତା' ପରଦିନ ନୂଆ କ୍ଷୀର ଯାଚି ବାପି ଦେଖିଲା ସେଇ ସମାନ ଅବସ୍ତା। ଲଗାତାର ତିନି ଦିନ ଓ ତିନି ରାତି ଭିତରେ ବାପି ଥରେ ବି ଦର୍ଶନ ପାଇଲାନି ମାଆ ବିଲେଇର ।  ସେ ଆଶ୍ଚର୍ଯ ହେଉଥିଲା ଛୁଆର ଲଗାତାର ବିଭିନ୍ନ କିସ୍ତିରେ ବିଳାପ ଶୁଣି - ବିନା ଖାଦ୍ୟପେୟରେ କେଉଁଠୁ ଏତେ ବଳ ପାଉଛି କେଜାଣି। “
ଚତୁର୍ଥ ଦିନ ସକାଳେ କଅଣ  କାମରେ ସ୍କୁଟି ଧରି ବାହାରିଲା ବାପି। ଗେଟ୍‌ ପାଖରେ ପହଞ୍ଚିଲା ବେଳକୁ କିଛି ଗୋଟାଏ କଅଁଳ ଜିନିଷ ତା' ଗୋଡ଼ରେ ବାଡ଼େଇ ହେଲା ପରି ଲାଗିଲା, ତଳକୁ ମୂହଁକରି ପାଦ ପାଖରେ ଠାବ କଲା ସେଇ କୁନି ବିଲେଇ ଛୁଆକୁ ପିଠି ଜାଗାରେ ତାକୁ ମୂଠେଇ ଛାଡ଼ିଲା ଏଗ୍‌ଜୋରା ଗଛମୂଳେ। ଗେଟ୍‌ ଖୋଲି ସ୍କୁଟି ପଦାକୁ ବାହାର କଲାବେଳକୁ ଦେଖିଲା ସେ ବିଟ୍‌ ବିଟ୍‌ ଦୌଡ଼ି ପୁଣି ପଳେଇ ଆସିଛି ଗେଟ ବାହାର ସଡ଼କକୁା। ପୁଣି ତାକୁ ନେଇ ଛାଡ଼ିଲା ତା ଗଛମୃଳ ଆସ୍ଫାନରେ, ତାଗିଦ୍‌ କଲା- ରାସ୍ତା ଉପରକୁ ଆସିବୁ ତ ବୁଲାକୁକୁର ଘାଉଁ ଘାଉଁ ହେବ, ପୁରୁଷ ଢାଉ ବିଲେଇ ଲାଳ ଗଡ଼େଇବ, ବାଳୁଙ୍ଗ ପିଲାମାନେ ଚିପାଚିପି କରିବେ, ଢେଲା ବି ମାରି ପାରନ୍ତ। ଏଇଠି ଏକା ଥାଆ, ତୋ ମାଆ ଆସିକି ନେବା ପର୍ଯ୍ୟନ୍ତ। “
ଜୋର୍‌ ପଦପାତରେ ଯାଇ ଗେଟ୍‌ ବନ୍ଦ କଲା ବାପି । ଯେମିତି ସେ ଆଉ ଥରେ ଡେଇଁପାରିବନି ଗେଟ୍‌ ମାର୍କେଟ୍‌ରୁ ଫେରି ପୋର୍ଟିକୋ ତଳେ ସ୍କୁଟି ରଖିଲା ବେଳକୁ ଦେଖିଲା ତା' ପଛେ ପଛେ ବିଲେଇ ଛୁଆ ବି ହାଜର ପୋର୍ଟିକୋରୋ। ପୂଣି ନେଇ ତାକୁ ଛାଡ଼ିଲା ତା ଅସ୍ଫାୟୀ ବାସ ଗଛମୂଳରେ, ଶାସନ କଲା- ବାଳୁଙ୍ଗା ହେବାଟା ଆରମ୍ବ ହେଲା ତା' ହେଲେ।
ଏଣିକି ଆଉ ଗଛମୂଳେ ନ ରହି ପୋଟିକୋ ତଳେ ଆସ୍ଥାନ ଜମେଇଲା ବିଲେଇ ଛୁଆ। ଥିରିଥିରି ଦଉଡ଼ି ଏପଟ ସେପଟ ଟହଲ ମାରିଲା, ଏପରିକି ଦି'ଟା ପାହାଚ ଡେଇଁ ଡ୍ରଇଂରୁମ୍‌ କବାଟ ପାଖରେ ଛକି ରହିବାର ଅଭ୍ୟାସ କଲା ଯେମିତିକି ବାପି ବା ନେହା କବାଟ ଖୋଲିଲା ମାତ୍ରେ ଥିରକିନା ନିଃଶବ୍ଦରେ  ଗଳି ଯାଇପାରିବ ଭିତରକୁ
ନେହା ବ୍ୟସ୍ତ ହେଲା- '“ଘର ଭିତରେ ଯଦି ଆମ ଅଲକ୍ଷ୍ୟରେ ରହିବ, ସୋଫା, ଶେଯ, ତକିଆ ସବୁକିଛି ତା' ମଇଳାରେ ଲଣ୍ଡଭଣ୍ଡ କରିଦେବ''
ଖପା ହେଲା ସେ ବାପି ଉପରେ- ““ତୁମେ କାହିଁକି ତାକୁ କ୍ଷୀର ଯାବୁଥିଲ ଶୂଣେ। କ୍ଷୀର ନ ପିଇଲେ ବି ସେ ଜାଣିନେଲା ଯେ ଢେର୍‌ ତୁମର ସଦିଚ୍ଛା  ଅଛି ତା' ପ୍ରତି । ଇତର ପ୍ରାଣୀମାନେ ସ୍ନେହ ମମତାକୁ ମଣିଷଠୁ ଅଧିକ ଚିହ୍ନନ୍ତି  ।”'
ସେଦିନ ସନ୍ଧ୍ୟାରେ ସାହିପିଲା କେଇଜଣ ପହଞ୍ଚିଲେ ନାଗବାଢା ପୃଜା ଚାନ୍ଦା ଆଦାୟ ପାଇଁ। ପୋଟିକୋରେ ଟହଲ ମାରୁଥିବା ବିଲେଇ ଛୁଆକୁ ଦେଖି ଶରତ ନାମକ ପିଲାଟି ତାକୁ ଗୋଟାଇଲା ତା' ହାତରେ, ବସେଇଲା ତା ପାପୁଲି ଉପରେ ଓ ପଚାରିଲା, “କୋଉଠୁ ଆସିଲା ଇଏ ?
ବାପିଠୁ  ପୂରା ଉପାଖ୍ୟାନ ଶୁଣିଲା ପରେ ପିଲାସବୁ ପରିସ୍ଥିତିର ତର୍ଜମା କଲେ- ''ମାଆ ବିଲେଇ ଆସୁନି ମାନେ, ସାର୍‌ ଏଇଟା ନିଶ୍ଚିତ ଯେ ୟା' ଆଗର ଛୁଆକୁ ଅନ୍ୟ  କେଉଁଠି ଛାଡ଼ିଥିଲା ସେ ।  ତେବେ ଛୁଆର ଉପସ୍ଥିତି ଜାଣିଲା ପରେ ତାଙ୍ଗ ଘର ଅପରିଷ୍କାର ହେବ ଭାବି ଘରମାଲିକ ତାହାକୁ ଅନ୍ୟ କୋଉଠିକୁ ସ୍ଥାନାନ୍ତରିତ କରିବାର ବ୍ଯବସ୍ଥା ନିଜେ କରିଛନ୍ତି, ଯାହାର ପରିଣାମ ସ୍ଵରୂପ ଛୁଆଟି ଏବେ ଆପଣଙ୍କ ଏଇଠି। ଏମିତି ଅବସ୍ଥାରେ ତା' ମାଆ ହେଲେ ଜାଣିବ କେମିତି ଯେ ଛୁଆଟି ଏଇଠି ଆପଣଙ୍କ ଘରେ ଅଛି ବୋଲି।''
ଶରତ ପ୍ରସ୍ତାବ ଦେଲା- “ଆଜ୍ଞା, ମୁଁ ନେଇ ଯାଉଛି ଛୁଆକୁ। ଆମ ଘର ପାଖରେ ଦୂଇ ତିନିଟା ୟାଠୁ ବଡ଼ ବିଲେଇ ଛୁଆ ସଲବଲ ହେଉଛନ୍ତି। ସେମାନକଂ ସହିତ ସାମିଲ କରେଇଦେବି। ଆଉ ବିଲେଇମାନଙ୍କ ଗହଳି ଦେଖି ତା' ମା' ବି ଦୈବାତ୍ ପହଞ୍ଚି ଠାବ କରିପାରେ ତା' ଛୁଆକୁ।'`
ପ୍ରସ୍ତାବଟି ବାପିର ମନକୁ ପାଇଲା। ଛୁଆଟିର ଆକସ୍ମିକ ରହଣି ହେତୁ ଲୂଗାପଟା , ବିଛଣା, ଘରକରଣା, ଚଟାଣ ଇତ୍ୟାଦି ଅଲବତ୍‌ ଅସନା ହେଇଥାଆନ୍ତା - ସେସବୁ ଧୋଇ ମାଜି ସଫା କରିବାର ଅସହଜ ଦାୟିତ୍ବରୁ ସତେ ଯେମିତି ତାକୁ ଅବ୍ୟାହତି ମିଳିଲା। ଗତବର୍ଷ ତା' ବାରିପଟ ଅସ୍ଥାୟୀ କୋଠରିରେ ଆସ୍ଥାନ  ଜମେଇଥିଲେ ଏମିତି ଦୁଇଟି ନବଜାତକ ବିଲେଇ। ଭଣଭଣ ଦୁର୍ଗନ୍ଧଯୁକ୍ତ ହେଇଯାଇଥିଲା ସେ କୋଠରିର ଚଟାଣ। କୋଠରିରେ ମହଜୁଦ ଆବୁଡୁଜାବୁରୁ ଅନେକ ପେଟି, ଟିଣ ବାକ୍କ୍‌ ।  ବାପି ନାକେଦମ୍‌ ହେଇଯାଇଥିଲା ସେଇ କୋଠରିକୁ ପରିଷ୍ଟାର କରିବାରେ। ଗୋଟିଏ ଗୋଟିଏ ଇଟା ଛାଡ଼ି ବାରଗୋଟି ଇଟାର ଶୂନ୍ୟତା ଥିଲା ସେଇ କୋଠରିର କାନ୍ଥରେ, ଯାହାକି ଝରକା ପରି କାମ ଦେଉଥିଲା ପବନ ଓ ଆଲୁଅ ଯୋଗାଇବା ପାଇଁ। ବିଲେଇ ଛୁଆଙ୍କ” ଏଭଳି ଉତ୍ପାତରେ ଅତିଷ୍ଠ ହେଇ ବାପି ତାରଜାଲି ଲଗା କାଠ ଫ୍ରେମ୍‌ ବାଡ଼େଇଦେଲା ସେ ଶୃନ୍ଯତାର ଧାଡ଼ି ରୂପକ ଝରକାରେ, ଯେମିତିକି ବିଲେଇ ବା ଏପରିକି ମୂଷା ପ୍ରବେଶ କରିପାରିବେନି ସେ ବାଟଦେଇ।
ଚାନ୍ଦା ସହିତ ବିଲେଇ ଛୁଆକୁ ବି ଘେନିଗଲେ ଶରତ ଓ ତା ସାଥୀମାନେ । ତା' ପରଦିନ ସକାଳେ କିନ୍ତୁ  ବାପି ତାଜୁବ୍‌ ହେଲା ଯେତେବେଳେ ପାଉଁଶିଆ ଲୋମଶ ବିଲେଇଟେ ଆସି ଏଗ୍‌ଜୋରା ଗଛ ତଳେ କ'ଣ ଅଣ୍ଡାଳିଲା ପରି ଏପଟ ସେପଟ ହେଲା ବେଶ୍‌ କିଛି ସମୟ ।  ଖୋଜୁଥିବା ଜିନିଷ ନ ପାଇ ଯେମିତି ନିରାଶ ହେଇ ବସିଗଲା ଗଛରୁ ଅଳ୍ପ ଦୂରରେ। ଇତସ୍ତତଃ ନଜର ବୁଲେଇଲା ଚାରିପଟେ, କଅଣ ଭାବି ଚଢ଼ିଗଲା ବାଡ଼ ଉପରକୁ, ତଳକୁ ଆଖି ନିବଦ୍ଧ କରି ଆସ୍ତେ ଚାଲିଲା ବାଡ଼ ଉପରୋ
ବାପି ମନେ ପକେଇବାକୁ ଚେଷ୍ଟା  କଲା ଗତକାଲି ଶରତ ହାତରେ ଟେକିଦେଇଥିବା ବିଲେଇ ଛୁଆର ରଙ୍ଗ । ଆରେ ହଁ। - ଚମକିପଡ଼ିଲା ବାପି - ତା' ରଙ୍ଗ ବି ତ ଏମିତି ପାଉଁଶିଆ । ଏଇ ବିଲେଇଟା ସେ ଛୁଆର ମାଆ ନୁହେଁ ତ?
ପାଚେରି ଉପରେ ଧୀର ଗତି  ସହିତ ବିଲେଇର ତୀକ୍ଷ୍ମ ନଜର ଜାହିର ଥିଲା ପାଚେରି ସଂଲଗ୍ନ ପ୍ରତ୍ୟେକ ଗଛ ମୂଳକୁ ।   ବାପି ଅଳ୍ପ  ଦୂରତାରେ ଥାଇ ଅନୁସରଣ କରୁଥିଲା ବିଲେଇକୁ। ବିଲେଇଟି ସନ୍ଧାନୀ ଆଖି ସେମିତି କାଏମ୍‌ ରଖି ଅନ୍ତିମତଃ ପହଞ୍ଚିଗଲା ବାରିପଟ ସେଇ ଅସ୍ଥାୟୀ କୋଠରି ପାଖରେ, ନିଠେଇକି ଦେଖିଲା ତାରଜାଲି ଲଗା ବାରଗୋଟି ଇଟାର ଶୂନ୍ୟତା ବନାମ ଝରକାକୁ।
ଝରକାରୁ ଆଖି ଫେରେଇ ବାପିକୁ ବଲବଲ ଚାହିଲା ବିଲେଇ।
ଶିହରିଗଲା ବାପି - ଇସ୍‌, ବିଲେଇ ପରି ଇତର ପ୍ରାଣୀର ଆଖି ମଧ୍ଯ ଏଭଳି କଥା କହିପାରେ।
ଆଖିରେ ଉଦାସପଣ ଆବୋରି ବିଲେଇ ଯେମିତି କହୁଥିଲା- ଆପଣଙ୍କ ଅନୁମାନ ଠିକ୍‌। ମୁଁ ହିଁ ସେଇ ନିଖୋଜ ଶିଶୂର ଅଭାଗିନୀ ମାଆ। ପ୍ରଚଣ୍ଡ ଗ୍ଲାନିବୋଧ ନେଇ ବାପି ଛେପ ଢୋକିଲା।
ବାପିର ମୂର୍ଖତାକୁ ଅଂଗୁଳି ନିର୍ଦ୍ଦେଶ କରୁଥିଲା- ମୁଁ ଆସି ଛୁଆକୁ କ୍ଷୀର ଖୋଉନି
ବୋଲି ଆପଣ ଭାବିପାରିଲେ କେମିତି? ବିନା ଖାଦ୍ୟରେ ତ ସେ ଚାରି ପାଞ୍ଚ ଦିନରେ ପୂରା ଝାଉଁଳି ପଡ଼ିଥାଆନ୍ତା ।  ଆପଣଙ୍କ  ପଛେ ଦୌଡ଼ି ଲୁଙ୍ଗୁପୂଙ୍ଗୁ ହେବାକୁ ସେ ବଳ ପାଇ ନ ଥାଆନ୍ତା!
ଅସ୍ଥାୟୀ କୋଠରିର ତାରଜାଲି ନିବୁଜ ଝରକାଠୁ ଆଉ ଥରେ ଆଖି ଫେରେଇ ସେ ଯେମିତି କହୁଥିଲା- ଗତବର୍ଷ ତାରଜାଲି ଦିଆ ହେଇ ନ ଥିଲା, ପଶି ହେଉଥିଲା କୋଠରି ଭିତରକୁ ଛୁଆମାନଙ୍କୁ ପାଟିରେ ଧରି। ତିନିଟା ଛୁଆଙ୍କୁ ଛାଡ଼ିଥିଲି ଭିତରୋ। ଏଥର କିନ୍ତୁ ପଶିପାରିଲିନି, ଆଣିଥିବା ପ୍ରଥମ ଛୁଆକୁ ଏଇଠୁ ଫେରି ଅଗତ୍ୟା ଛାଡ଼ିବାକୁ ବାଧ୍ୟ ହେଲି ସେ ଝାମ୍ପୁରୂ ଗଛ ମୂଳେ ।
ବିଲେଇ ନିରବ ଅଭିଯୋଗ ଯେମିତି ବାଢୁଥିଲା- ସଭିଏଁ ଯଦି ରହଣି ଅଯୋଗ୍ୟ ଏଭଳି କୋଠରିମାନଙ୍କୁ ବି ନିବୁଜ ରଖିବେ, ଜନ୍ମିତ ଛୁଆମାନଙ୍କୁ ଅସ୍ଥାୟୀ ଭାବରେ ଆମେ ରଖିବୁ କେଉଁଠି?
ବାପିର ଛାତି ଜୋର୍‌ ଜୋର୍‌ ଦୌଡ଼ିଲା- ନ୍ୟୁନତମ ଜୀବନଚର୍ଯ୍ୟା ତ ମାଛିଠୂ ମଣିଷ ଯାଏ ସମସ୍ତଙ୍କୁ ଦରକାର। ଭଙ୍ଗା ପୋଲ ତଳେ, ପରିତ୍ୟକ୍ତ ହ୍ୟୁମ୍‌ ପାଇପ୍‌ ଭିତରେ ବା ଉପାନ୍ତ କୌଣସି ଭଙ୍ଗା  ଘରେ କୁକୁର ଅବଶ୍ୟ ଛୁଆ ଦେବ। ନର୍ଦ୍ଦମା କଡ଼ ଘଞ୍ଚ ଅମରୀ ବୁଦା ଭିତରେ ଘୂଷୁରି ଅଲବତ଼଼ ପ୍ରସବ କରିବ ।  ଅତି ଆବଶ୍ୟକ ନ ହେଲେ କାହାରି ଛାଇ  ପଡ଼ୁ ନ ଥିବା କୋଠରିର କେଉଁ କାର୍ଟୁନ୍‌ର
ଶୂନ୍ୟସ୍ଥାନରେ ଅଥବା କ୍ଵଚିତ୍ ଖୋଲା ହେଉଥିବା କାଠ ଆଲମାରିର ବହିମାନଙ୍କ ସନ୍ଧିରେ କୁନି ଝିଟିପିଟି ସବୁ ଅଣ୍ଡା ଫୁଟେଇ ବାହାରିବୋ। ଝାଡ଼ୁ ବାଜୁ ନ ଥିବା କାନ୍ଥ କୋଣରେ ଢିମା ଢିମା ବୁଢ଼ିଆଣୀ ବୁଣିଥିବା ସଘନ ଜାଲରେ ସୋରିଷ ପରିକା ଦେହରେ ଲମ୍ବା ଗୋଡ଼ ନଚଉଥିବା କୁନି ବୁଢ଼ିଆଣୀ ସବୁ ଧା ଦଉଡ଼ କରିବେ । ଗ୍ୟାସ୍‌ ଚୁଲି ପାଖରେ, ରନ୍ଧାଘର ସିଙ୍କ୍‌ ତଳେ, ଗାଧୂଆଘର ସିଷ୍ଟର୍ନ ପଛପଟେ ଅସରପା ସବୁ ଆଡଡା  ଜମେଇବୋ । ଦୁଆରବନ୍ଧ ତଳୁ ବା କାନ୍ଥର କେଉଁ ଛୋଟ ଚିରା ଅଂଶରୁ ପିମ୍ପୁଡ଼ି ସବୁ ପଟୁଆର ବାହାର କରିବେ ଲମ୍ବା ଧାଡ଼ିରେ।
ଯଦି ଏସବୁ ଅବଧାରିତ, ତେବେ ଆଖି ଖୋଲି ନ ଥିବା ଶାବକମାନଙ୍କୁ ପାଟିରେ ଜାବୂଡ଼ି ବୁପ୍‌କିନା ବାରିପଟ ଅସ୍ଥାୟୀ କୋଠରିରେ ବା ଆଉ କେଉଁଠି କେଇଦିନ ପାଇଁ ଛାଡ଼ିଦେବାରେ ମାଆ ବିଲେଇର ଭୂଲ୍‌ ବା ରହିଲା କେଉଁଠି।
ବିଲେଇ ଛୁଆ ପାଇଁ କୋଠରିଟା ଗନ୍ଧିଆ ହେଇଛି ବୋଲି ପରେ ହୁଏତ ଆବିଷ୍ଟାର କରାଯାଇପାରେ, ନାକରେ ଲୁଗା ଚାପି ନିଜେ କିମ୍ବା କାହା ଦ୍ଵାରା ସଫେଇ ବି କରାଯାଇପାରେ ତେବେ କେବଳ ଏଇ କାରଣରୁ କୋଠରି ସବୁଦିନ ପାଇଁ ବ୍ୟବହାର ଅନୁପଯୋଗୀ ତ ହେଇଯାଉନାହିଁ ଯେ ଝରକାରେ ତାରଜାଲି ବାଡ଼େଇବା ନିହାତି ଦରକାର!
ହାତଗଣତି କେଇଦିନ ପାଇଁ ଏତିକି ମାତ୍ର ଅଶ୍ଵସ୍ତି ଯଦି ବରଦାସ୍ତ କରିନିଅନ୍ତି  ଘରମାଲିକ, ତେବେ ଥିରିଥିରି ଚଳପ୍ରଚଳ ହେଇ ନିଜ ଖାଦ୍ୟ ଖୋଜି ଗୋଟାଇ ପାରିଲା ମାଫିକ୍‌ ବଳ ଓ ଯୋଗ୍ଯତା ସାଉଁଟିଲା ପରେ ବିଲେଇଛୁଆ ସବୁ ନିଜେ ମୁକ୍ତି ଚାହିବେ ସେଇ କୋଠରି । ମା ବିଲେଇ ସମେତ ସବୁ ଛୁଆଙ୍କ ଆତ୍ନୀୟତା ଓ ସଦିଚ୍ଛା  ମହଜୁଦ ହେଇ ରହିବ ସେଇ କୋଠରି ଓ ତା' ଚଉହଦିରେ। ତା'ପରେ ଯେବେ ବି ସେମାନେ ଯିବାଆସିବା କରିବେ ସେ ଘର ବାଟଦେଇ, ନିଶ୍ଚିତ କିଛିକ୍ଷଣ ରହି ଆଭାରୀ ଆଖି ସହ ସଯତ୍ନ ଅନୁଧ୍ୟାନ କରିବେ ସେଇ ଘରକୁ, ଯାହାର ଗୋଟାଏ କୋଠରି ସେମାନଙ୍କ ସାତଟି ଷଠିଘର ଭିତରୁ ଗୋଟାଏ ପରି ସେମାନଙ୍କୁ ଆଶ୍ରୟ ଦେଇଥିଲା। ।
ଶିଶୂଜଣକୁ ମାଆଠୁ ଦୂରେଇ ନିଖୋଜ କରିଦେଇଥିବା ଅପରାଧବୋଧରେ କର୍ଜରିତ ବାପି ଖେପିଗଲା ଶିଡ଼ିଘରକୁ ।  ଛୋଟ ଶାବକଟେ ମୁଠେଇ ଦୁମ୍‌ କରି ଫେରିଲା ଅସ୍ଥାୟୀ କୋଠରି ପାଖକୁ। ତାରଜାଲିକୁ ବାନ୍ଧି ରଖିଥିବା କାଠଫ୍ରେମ୍‌ର ଚାରିକଣରେ ସଯତନେ   ଶାବଳ ପୂରେଇ କାଠଫ୍ରେମ୍‌ ଓ କାନ୍ଥକୁ ଯୋଡୁଥିବା ଲୁହାଖିଲ ସବୁ କ୍ରମାନ୍ଵୟରେ ହୁଗୁଳା କଲା ପରେ ଶାବଳକୁ ମଝିରେ ପୂରେଇ ଓଲାରିଦେଲା ଫ୍ରେମ୍‌କୁ।
ଝରକା ସବୁକୁ ପୂର୍ବବତ୍‌ ମୂକୂଳା ଦେଖି ତା' ଚାରିପଟ ସଘନ ଅସ୍ବସ୍ତିର ଆସ୍ତରଣଟିଏ ଯେମିତି ଚୂନା ଚୂନା ହେଇ ଝଡ଼ି ପଡୁଥିଲା।
ଧୀର ପଦପାତରେ ଅପସରି ଯାଉଥିବା ମାଆ ବିଲେଇକୁ ବାପି ଆନ୍ତରିକ ମଉନ ଅନୁଯୋଗ ବାଢୁଥିଲା- ଏଥର କ୍ଷମା କରିଦେ ମୋତେ  । ଆରଥରକୁ କିନ୍ତୁ  ପ୍ରସୂତି ହେଲାପରେ ତୋ ଶିଶୁମାନଙ୍କୁ ନେଇ ଦେଖ୍‌ ନିଶ୍ଚିତ ଆସିବୁ ଏଇ କୋଠରିକୁ।

 

ଶାଳନ୍ଦୀ ସାହିତ୍ଯ

COMMENTS - 0

Image
Ramakanta Naik
18-10-2022 / 15:38:49

ମନଛୁଆଁ ଗପ

Leave a comment

Name

Email or Phone No (the information will be not disclosed)

Comment